ରୁଆଁସି ଗ୍ରାମର ଜଳବନ୍ଦୀ ଥିବା ୫୦ ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ
ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୨୫/୦୯।ରାଇରଙ୍ଗପୁର ବ୍ଳକର ସିମାନ୍ତ ଗୁହାଳଡାଙ୍ଗିରି ପଞ୍ଚାୟତର ରୁଆଁସି ଗ୍ରାମବାସୀ ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ନାଳ ପାଣିରେ ଗ୍ରାମଟି ଆଜି ଶୁକ୍ରବାର ଜଳବନ୍ଦୀ ଅଵସ୍ଥାରେ ଥିଲା ।ଖବର ପାଇ ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ ଏବଂ ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଜଳବନ୍ଦୀ ଥିବା ୫୦ ଜଣ ଙ୍କୁ ଅଗ୍ନିଶମବାହିନୀ ଦ୍ଵାରା ଉଦ୍ଧାର କରିବା ସହ ଗୁହାଳଡାଙ୍ଗିରୀ ପଞ୍ଚାୟତରେ ଥଇଥାନ କରିଥିଲେ । ତଦସହ ଗୃହପାଳିତ ଛେଳି,କୁକୁଡ଼ା,ଗୋରୁଗାଈଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ।ତଦସହ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ବୋଲି ରାଇରଙ୍ଗପୁର ତହସିଲଦାର ସୂଚନା ଦେଇଛନ୍ତି ।

