ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଂକଳ୍ପ ଅଭିଯାନରେ ବିଦ୍ୟାର୍ଥୀଙ୍କ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସେବା ସଂକଳ୍ପ ଅଭିଯାନରେ ବିଦ୍ୟାର୍ଥୀଙ୍କ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା: ସମଗ୍ର ଦେଶରେ ସେବା ସଂକଳ୍ପ ଅଭିଯାନ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ରଘୁନାଥପାଲ୍ଲୀ କ୍ଲଷ୍ଟର ସ୍ତରୀୟ ସେବା ସଂକଳ୍ପ ପ୍ରତିଯୋଗିତା କାର୍ଯ୍ଯକ୍ରମ ରେ ୧୨ ଟି ବିଦ୍ୟାଳୟ ରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସିଆରସିସି ବିଦ୍ୟୁତଲତା ସୂତାରଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

ସେହିପରି ଆର ଇ ସି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ୧୭ ଟି ସ୍କୁଲର ୫୨ ଜଣ ବିଦ୍ୟାର୍ଥୀ, ଉଦିତନଗର କ୍ଲଷ୍ଟରରେ ୧୨ ଟି ସ୍କୁଲର ୩୦ ଜଣ ବିଦ୍ୟାର୍ଥୀ, ଆର.ବି କ୍ଲଷ୍ଟରରେ ୧୧ ଟି ସ୍କୁଲର ୩୦ ଜଣ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତି ଯୋଗିତାରେ ସଫଳତା ଓ କୃତକାର୍ଯ୍ୟ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରା , ବି ଇ ଓ ସୁପ୍ରଭାତ କୁମାର ବେହେରା, ଏ ବି ଇ ଓ ଲକ୍ଷ୍ମୀ କୁମାରୀ ସେଠୀ , ସି ଆର ସି ସି ସିପ୍ରା ସାହୁ ଓ ମନୋଜ କୁମାର ମିଶ୍ର ପ୍ରମୁଖ ବହୁ ସୁନ୍ଦର ଭାବେ ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଟୋଲିର ସଂଯୋଜକ ତଥା ବିଜେପି ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ ଓ ଅକ୍ଷୟ କୁମାର ଦାଶ ସଂଯୋଜନା କରିଥିବା ବେଳେ ଶିକ୍ଷକ ଧ୍ରୁବ ଚରଣ ରାଉତ ସମ୍ପୂର୍ଣ୍ଣ କାର୍ଯ୍ୟର ତଦାରଖ କରିଥିଲେ । ମଣ୍ଡଳ ସଭାପତି ବଟ କୃଷ୍ଣ ନାୟକ, ରଞ୍ଜିତା କିସପଟା, ଗୁଡ୍ଡୁ ସିଂ ଓ ଅନିଲ୍ ମହାନନ୍ଦିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫିରିଙ୍ଗିଆ ରେ ବଡ଼ ଦିନ ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଯୁକ୍ତ ଦୁଇ ପରୀକ୍ଷା ମେଧା ବିଦ୍ୟାର୍ଥୀ କୁମାରୀ ଅନନ୍ୟା ପ୍ରଧାନଙ୍କ ସଫଳତା 

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ 

Sunil Chandra Nayak

Leave a Comment

error: Content is protected !!