ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଟିକାର ମାତୃ କର୍ମଶାଳା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଟିକାର ମାତୃ କର୍ମଶାଳା 

ଜଳେଶ୍ଵର,୨୬/୯(ମନିସ)-ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଟିକାର ମାତୃ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ସଭାପତି ଶଶିକାନ୍ତ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ରାଧା ରଂଜନ ବାଗ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂପାଦକ ରାଜେନ୍ଦ୍ର କୁମାର ଦତ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଶୈଳଭାମା ପ୍ରଧାନ ମାଆ-ଶିଶୁ ପ୍ରତି ଭୂମିକା ସମନ୍ୱୟ ସମ୍ପର୍କରେ ବକ୍ତ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ରୂପେ କୁସୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀ ନାରାୟଣ ଶତପଥି ଯୋଗ ଦେଇ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।ଶେଷରେ ଉମାଶଙ୍କର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଦେବୀ ରାଣୀ ଦାସମହାପାତ୍ର,ଆଭିମୁଖ୍ୟ କଥନ ମମତା ରାଣୀ ଦାସ ଓ ବାଟିକା ପ୍ରମୁଖ ଲିପ୍ସିତା ବେହେରା ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ତଥା ଝାଡେଶ୍ବର ଦାସ , ରଣଜିତ କୁମାର ସାହୁ, ସୁଧାଂଶୁ ଶେଖର ଦାସ ମହାପାତ୍ର, ଅଜିତ କୁମାର ପଣ୍ଡା, ଅନନ୍ତ ଭୂୟାଁ, ଶୁଭ୍ରାଂଶୁ କୁମାର ମହାନ୍ତି, ମମତା ରାଣୀ ଦାସ, ଜ୍ୟୋତିର୍ମୟ ମିଶ୍ର, ସଂଗୀତା ଶତପଥୀ,ଶୁଚିସ୍ମିତା ଗନ୍ତାୟତ ଓ ଜ୍ୟୋତିର୍ମୟ ପଣ୍ଡା ,ରଶ୍ମିତା ରାଉତ,ସସ୍ମିତା ମାହାନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

masiha

୧୧ ଲକ୍ଷ ୫ ହଜାର ୨୫୫ ଟଙ୍କାର ରାସ୍ତା କାମକୁ ନେଇ ଅନିୟମିତତା ଅଭିଯୋଗ; ଘଟଣାସ୍ଥଳରେ ତଦନ୍ତ ଦାବି ଜୋରଦାର

Sunil Chandra Nayak

Leave a Comment

error: Content is protected !!