ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ, ତର୍କ, ସଙ୍ଗୀତ ପ୍ରତିଯୋଗିତା

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ, ତର୍କ, ସଙ୍ଗୀତ ପ୍ରତିଯୋଗିତା

ଜୁନାଗଡ଼: ତା ୨୭/୦୯ ଉତ୍କଳମଣି ସେବା ସଂସ୍ଥା ଓ ବିପ୍ଲବ ବେହେରା ସ୍ମୃତି ସଂସଦ ଆନୁକୁଲ୍ୟରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ, ତର୍କ, ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପଞ୍ଚମରୁ ଦ୍ବାଦଶ ପର୍ଯ୍ୟନ୍ତ ଦୁଇ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଦାମୋଦର ବେହେରା, ସମ୍ପାଦକ ଅଜୟ ଦାସ, ବରିଷ୍ଠ ଉପଦେଷ୍ଟା କୈଳାଶ ରାଉତ, ଉଦ୍ଧବ ସାହୁ, ମଧୁସୂଦନ ପଣ୍ଡା, ଭଗବାନ ସାହୁ, ହେମନ୍ତ ସାସମଲ, ନିରଞ୍ଜନ ସାହାଣୀ, ନବଘନ ସାହୁ, ସ୍ବର୍ଣ୍ଣ ଦାଶ। ଆସନ୍ତା ଅକ୍ଟୋବର ଚାରି- ବିପ୍ଲବ ବେହେରା ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ନଅ- ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବରେ, ଶହୀଦ ରେଣ୍ତୋ ମାଝି ସଂସ୍କୃତି ଭବନଠାରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ଦାମୋଦର ବେହେରା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅଭିମନ୍ୟୁ ବାରିକ,ପ୍ରସନ୍ନ ପ୍ରଧାନ, ଅଶୋକ ସାହୁ, ଜୟନ୍ତୀ ସାହୁ, ବ୍ରଜକିଶୋର ମିଶ୍ର,ଗୋପାଳ ପାତ୍ର, ମାନସ ସେଠୀ, ପ୍ରମୋଦ ଛାତ୍ରୀୟା, ସଂଜୀବ ମେହେର, କର ସାର,ସଂଜୀବ ପ୍ରଧାନ, ଗୋପୀନାଥ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ,। ବିଚାରପତି ଓ ନିରୀକ୍ଷକ ଭାବେ ସହଯୋଗ କରିଥିବା ସମସ୍ତ ବରିଷ୍ଠ ଶିକ୍ଷକ ଓ କଳାକାରମାନଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ସମ୍ପାଦକ ଅଜୟ ଦାସ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

masiha

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

Leave a Comment

error: Content is protected !!