ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ‘ ରାଉରକେଲା ପ୍ରୋମୋ ରନ୍’ ଆୟୋଜିତ 

ରାଉରକେଲାରେ ‘ ରାଉରକେଲା ପ୍ରୋମୋ ରନ୍’ ଆୟୋଜିତ 

ରାଉରକେଲା:୨୭/୯/୨୬: ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ‘ରାଉରକେଲା ପ୍ରମୋ ରନ୍’ ଅୟୋଜିତ ହୋଇଥିଲା। ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବା ସହ ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ ସକ୍ରିୟ କରିବା ତଥା ବ୍ୟକ୍ତିଗତ ଜୀବନରେ ସ୍ଵଚ୍ଛତା ଆପଣେଇବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ମାରାଥନରେ ୫୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ , ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପାୟୁକ୍ତ ଅନିତା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

ଉଲ୍ଲେଖ ଯୋଗ୍ୟ କି ଅନଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ‘ପୁରୀ କୋଷ୍ଟାଲ ମାରାଥନ୍–୨୦୨୬’ରେ ଅଂଶଗ୍ରହଣ କରିବେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୋଲିସ ପ୍ରତିଷ୍ଠା ଦିବସରେ ଶ୍ରଦ୍ଧାଞ୍ଜଳି: ଶହୀଦ୍ ଚିତ୍ତରଞ୍ଜନଙ୍କ ବଳିଦାନକୁ ମନେ ପକାଇଲା ଓଡ଼ିଶା ପୋଲିସ 

Sunil Chandra Nayak

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!