ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ମାସିକ ସାହିତ୍ୟ ଆସର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡା କୃପାସିନ୍ଧୁ ନାୟକ,ଆଲୋଚକ ଭାବେ ଗଗନ ବିହାରୀ ଧଳ ଯୋଗଦେଇଥିଲା ବେଳେ ବଳରାମ ରାଉଳ ସଭାପତିତ୍ବ କରିଥିଲେ। ଆଲୋଚକ ଶ୍ରୀ ଧଳ ଇତିହାସ ପୁନର୍ଲିଖନ ବିଷୟରେ ଆଲୋଚନା କରି କହିଲେ ଯେ ବୈଜ୍ଞାନିକ ଓ ଯୁକ୍ତିସଙ୍ଗତ ଆଲୋଚନା କରିବାକୁ ହେଲେ ପ୍ରଥମେ ଆମକୁ ଇତିହାସ କ’ଣ ତାହା ବୁଝିବାକୁ ପଡ଼ିବ। ଇତିହାସ କେବଳ ଅତୀତର କାହାଣୀ ନୁହେଁ। ଏହା ପ୍ରମାଣ ଉପରେ ଆଧାରିତ ବିଜ୍ଞାନ। ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ସାହିତ୍ୟ, ବିଦେଶୀ ପର୍ଯ୍ୟଟକଙ୍କ ବିବରଣୀ, ଡିଏନଏ ଅଧ୍ୟୟନ ଭଳି ବହୁ ଉତ୍ସରୁ ତଥ୍ୟ ସଂଗ୍ରହ କରି ଇତିହାସ ଲେଖାଯାଏ। ତେଣୁ ଯେ କୌଣସି ପୁନର୍ଲିଖନ ଦାବି କଲେ ତାହା ଭାବାବେଗ ନୁହେଁ, ପ୍ରମାଣ ଦ୍ୱାରା ପରୀକ୍ଷିତ ହେବା ଉଚିତ। ମୁଖ୍ୟଅତିଥି ଡା ନାୟକ ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଦ୍ବିବେଦୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଅଧିକ ଆଲୋଚନା ଓ ଲିଖନ ସମ୍ପର୍କରେ ଗୁରୁତ୍ୱାରୋପ ସହ ଏକ କବିତା ପାଠ କରିଥିଲେ। ପରେ ଗୈ।ତମ ଦାସ ବିଚାର ନାମରେ ଏକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ପ୍ରତାପ ପଣ୍ଡା, ହୃଦାନନ୍ଦ ପଟେଲ, କୁଞ୍ଜବିହାରୀ ରାଉତ, ସଞ୍ଜୀବ କୁମାର ଭୋଇ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ,ପରେଶ ବିଶ୍ବାଳ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ,ଆଲୋକ ବୋଷ, ଅକ୍ଷୟ ସାମଲ, ବଳରାମ ରାଉଳ, କାଶୀନାଥ ପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ବସନ୍ତ କୁମାର ଦାସ, ପୀତବାସ ପ୍ରଧାନ,ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ,ଡ ସୁମନ ଦତ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବସନ୍ତ ନାୟକ, ସୁକାନ୍ତ ମହାପାତ୍ର, ପର୍ଶୁରାମ ପଟ୍ଟନାୟକ, ନଗେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ବିକାଶ ଳନଗରରେ ସେପ୍ଟେମ୍ବର ୨୪ ରେ ବହୁ ପ୍ରତିକ୍ଷିତ ଏକ଼ସ ସର୍ଭିସମେନ ୟୂନିଟ୍ ରନ୍ କେଣ୍ଟିନ ((ESM URC RAiRANGPUR) ଶୁଭ ଉଦ୍ଘାଟନ ହେବ ,୨- ବିଶୋଇ ଥାନା ! ଶିଶୁ ନିରୁଦିଷ୍ଟ !

Sunil Chandra Nayak

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

Sunil Chandra Nayak

ବଜ୍ରପାତ ମୃତ୍ୟୁ ଓ ହାତୀ ଉପଦ୍ରବ ରୋକିବାରେ ଡାଳଗଛ

Sunil Chandra Nayak

Leave a Comment

error: Content is protected !!