ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

କଳାହାଣ୍ଡି ରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

ଭବାନୀପାଟଣା :ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଆଭିମୁଖ୍ୟ ନେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଆଜି ଆରମ୍ଭ ହୋଇଛି।

କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ସହ ନିର୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବଲପୁରରେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ସୋଲାର ରଥର ଶୁଭ ଉଦ୍ଘାଟନ କରାଯାଇଥିଲା। ପରେ ବରଗଡ଼, ଝାରସୁଗୁଡ଼ା, ସୋନପୁର ଜିଲ୍ଲାରେ ଏହି ସୋଲାର ରଥ ପହଞ୍ଚି ସାରିଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲାରେ ଏହି ରଥ ସଚେତନତା ଯାତ୍ରା ଆରମ୍ଭ କରିଛି। 

ଏହି ସଚେତନତା ରଥ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ଓ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚିବ ବୋଲି ଆଶା କରାଯାଉଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁଇ ନମ୍ବର କାଉନସିଲୋର ଘର ସମ୍ମୁଖର ରାସ୍ତା ସାରା ଖାଲ

masiha

ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ୱଚ୍ଛତା ପାଇଁ ମାନ୍ୟବର ବିଧାୟକ ନବରଙ୍ଗପୁର ଏବଂ ଜିଲ୍ଲାପାଳ ଙ୍କ ପରିଦର୍ଶନ 

Sunil Chandra Nayak

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

masiha

Leave a Comment

error: Content is protected !!