ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ  ନବରଙ୍ଗପୁର ସଦର ମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରୁ ତୀର୍ଥଯାତ୍ରୀଙ୍କ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ 

ନବରଙ୍ଗପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ 

ନବରଙ୍ଗପୁର ସଦର ମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରୁ ତୀର୍ଥଯାତ୍ରୀଙ୍କ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ 

ନବରଙ୍ଗପୁର:( ୩୦ ସେପ୍ଟେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳୀ ପରିଦର୍ଶନର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ନବରଙ୍ଗପୁର ଜିଲ୍ଲାରୁ ତୀର୍ଥଯାତ୍ରୀଙ୍କ ଯାତ୍ରା ଆଜି ଶୁଭାରମ୍ଭ ହୋଇଛି।ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ. ମହେଶ୍ୱର ସ୍ୱାଇଁ ଯୋଗଦେଇ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତୀର୍ଥଯାତ୍ରାରେ ଯାଉଥିବା ବସ୍‌କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଚୟନିତ ମୋଟ ୧୪୮ଜଣ ବରିଷ୍ଠ ନାଗରିକମାନେ ସୁବ୍ୟବସ୍ଥିତ ଓ ନିରାପଦ ଭାବେ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ପାଇବେ। ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା, ଯାତାୟାତ, ରହଣି, ଖାଦ୍ୟ ଓ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ତୀର୍ଥଯାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଯାତ୍ରା ସୁଖଦ, ନିରାପଦ ଓ ସ୍ମରଣୀୟ ହେଉ ବୋଲି ଶୁଭକାମନା ଜଣାଇଥିଲେ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ଦିଗରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ। ସମସ୍ତ ତୀର୍ଥଯାତ୍ରୀ ବସ୍ ଯୋଗେ ନବରଙ୍ଗପୁର ଠାରୁ ରାୟଗଡା ଯିବେ ଏବଂ ସେଠାରୁ ଟ୍ରେନରେ ସମସ୍ତ ଯାତ୍ରୀ ଅଯୋଧ୍ୟା ଏବଂ ବାରଣାସୀ ଯାଇ ଦର୍ଶନୀୟ ସ୍ଥଳ ପରିଦର୍ଶନ କରିବେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଏବଂ ତୀର୍ଥଯାତ୍ରୀ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

masiha

ପଞ୍ଚୁକର ସ୍ପର୍ଶରେ ଚଳଚଞ୍ଚଳ ପଦ୍ମପୋଖରୀ ଗାଁ

Sunil Chandra Nayak

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

masiha

Leave a Comment

error: Content is protected !!