ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ , ୨-ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ,୩- ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ, ୪- ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ,୫- ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ , ୬-ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ, ୭- ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ , ୮- ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ., ୯- ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’, ୧୦- ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ , ୧୧- ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା , ୧୨- ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ, ୧୩- ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର ,୧୪- ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ., ୧୫- ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ , ୧୬- ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର , ୧୭-ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ , ୧୮- କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ

ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ 

ଢେଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମର ଯୁବ ସାମ୍ବାଦିକ ମହେଶ୍ୱର ସାହୁ ଭାଇ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ସକ୍ରିୟ। ଯେଉଁଠି ଛଦେଶର ଅନ୍ୟ ଯୁବକମାନେ ରିଲିସ୍,ଖେଳକୁଦ ଓ ନିଜର ବ୍ୟକ୍ତିଗତ ଖୁସି ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି,ସେଠି ଏ ଭାଇ କିନ୍ତୁ ଭାପୁର ଛଦେଶ ଅଞ୍ଚଳର ସମସ୍ୟା,ସୁବିଧା,ଅସୁବିଧାକୁ ନିରବଚ୍ଛିନ୍ନ ଓ ଦୃଢତାର ସହ ଉପସ୍ଥାପନ କରି ଚାଲିଛନ୍ତି। ଏହା ହିଁ ପ୍ରକୃତ ସମାଜସେବା। ଛଦେଶର ଅନ୍ୟ ଯୁବକମାନେ ଏହା ଶିଖିବା ଦରକାର। ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଛଦେଶ ମାଟିର ଲଢୁଆ ପୁଅ ଯୁବ ସାମ୍ବାଦିକ ମହେଶ୍ୱର ଭାଇକୁ ଅଶେଷ ଅଶେଷ ଧନ୍ୟବାଦ। ତମ ଏହି ଲଢେଇ ଜାରି ରହୁ। ଭାଇ ତମ କାମ ସତରେ ପ୍ରଶଂସନୀୟ। ଛଦେଶ ପାଇଁ ତମେ ଯାହା କରୁଛ,ତାହା ସବୁ ଯୁବକଙ୍କ ପାଇଁ ପ୍ରେରଣା।

ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ବାସିନ୍ଦା ପିତା ଦୁଷ୍ମନ୍ତ ଜେନା ଓ ମାତା ଅନ୍ନପୂର୍ଣ୍ଣା ବରାଳ ଙ୍କ ବଡ ପୁଅ ଯୁବ ଲେଖକ ଦେବଜ୍ୟୋତି ଅବିନାଶ ଙ୍କ ଅତିଭୌତିକ ଗଳ୍ପ ସଙ୍କଳନ “ଇନ୍ଦ୍ରଜାଲ” ଉନ୍ମୋଚିତ ହୋଇଯାଇଛି। ଦେବଜ୍ୟୋତି ଶିକ୍ଷକ ଭାବରେ ଦଦରାଘାଟି ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ରେ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଛନ୍ତି। ଯୁବ ଲେଖକ ଦେବଜ୍ୟୋତି ଅବିନାଶ ପିଲାଟି ଦିନ ରୁ ଗଳ୍ପ,କବିତା ରଚନା ଉପରେ ଆଗ୍ରହ ଦେଖି ବାକୁ ମିଳିଥିଲା।ଯୁବ ଲେଖକ ଦେବଜ୍ୟୋତି ଅବିନାଶ ରଚିତ ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଗତ ରବିବାର ଭୁବନେଶ୍ଵର ସ୍ଥିତ ରେଡ୍‌କ୍ରସ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ବହିଟିରେ ସମୁଦାୟ ୧୨ଟି ଆକର୍ଷଣୀୟ ଅତିଭୌତିକ କାହାଣୀ ରହିଛି। ପୁସ୍ତକ ପାଠକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଥାଶିଳ୍ପୀ ଦେବପ୍ରସାଦ ଦାଶ ଯୋଗଦେଇ ପୁସ୍ତକର ଭାବବସ୍ତୁ ଓ ଅତିଭୌତିକ ଶୈଳୀର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଗାଳ୍ପିକା ହିରଣ୍ମୟୀ ମିଶ୍ର, ଗାଳ୍ପିକ ଅମରେଶ ବିଶ୍ଵାଳ ଏବଂ ଯୁବ କଥାକାର ଦେବବ୍ରତ ଦାସ ଓଡ଼ିଆ ସାହିତ୍ୟରେ ଅତିଭୌତିକ ଗଳ୍ପର ଆବଶ୍ୟକତା ଓ ‘ଇନ୍ଦ୍ରଜାଲ’ର ରଚନାଶୈଳୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମଞ୍ଚ ସଞ୍ଚାଳିକା ଶ୍ରୀଲେଖାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଲେଖକ ଦେବଜ୍ୟୋତି ନିଜ ସୃଜନଶୀଳ ଯାତ୍ରା ଓ ‘ଇନ୍ଦ୍ରଜାଲ’ ରଚନାର ପୃଷ୍ଠଭୂମି ସମ୍ପର୍କରେ ଲେଖକୀୟ ବକ୍ତବ୍ୟ ରଖିଥିଲେ। ଅବିକା ବୁକ୍ ହାଇଭ୍ ର ନିର୍ଦ୍ଦେଶକ ଅବିନାଶ ସାହୁ ସ୍ବାଗତ ଅଭିଭାଷଣ ଓ ଯୁବ ଲେଖକ ଅଂଶୁମାନ ସାହୁ ଧନ୍ୟବାଦ ଦେଇଥିଲେ।

ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ

ଢେଙ୍କାନାଳ – ଢେଙ୍କାନାଳ ଶିକ୍ଷା ଜିଲ୍ଲା ଗଁଦିଆ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୁଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ପାଇଁ ଏକ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ହୋଇଥିବା ଏହି ଶିବିରରେ ୨ଟି ଭେନ୍ୟୁ କରାଯାଇ ମୋଟ ୧୩୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସ୍ମୃତି ରଂଜନ ଓଝା, ଅତନୁ କୁମାର ନାଥ, ସନ୍ତୋଷ କୁମାର ସାହୁ, ଗଁଦିଆ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ସାହୁ, ଗୋଷ୍ଠୀ ସଂବଳ ଶିକ୍ଷକ ବିଜୟ ସ୍ୱାଇଁ ଏବଂ ପ୍ରକାଶ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଦୃଷ୍ଟିଶକ୍ତି ଯାଞ୍ଚ ଦିଗରେ ଏହି ତାଲିମ ଶିବିର ବେଶ୍ ସହାୟକ ହେବ।

ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ 

କାମାକ୍ଷାନଗର – କଙ୍କଡାହାଡ଼ ଥାନା ଇଲାକା କଣ୍ଟାପାଳ କଲୋନୀ-୧ ଏକ ଅଭାବନୀୟ ଘଟଣା ଗତକାଲି ଘଟିଛି ।ସୂଚନା ମୁତାବକ ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ରେ କଣ୍ଟାପାଳ କଲୋନୀ-୧ ର ହେମଲତା ମହାନ୍ତ(୭୩) ନିଜ ପୁଅ ତେଜରାତି ମହାନ୍ତ ଓ ପୁତ୍ର ବଧୁ ସହିତ କାମାକ୍ଷାନଗରରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିଲା ବେଳେ କଣ୍ଟାପାଳ କଲୋନୀ-୩ ମହାପାଟ ଛକ ନିକଟରେ ଏକ ମାଟି ଗଦା ଉପରେ ବାଇକ ଚଢି ଯିବା ଫଳରେ ହେମଲତାଙ୍କ ମୃତ ହୋଇଥିଲା ।କିଛି ଦିନ ପୂର୍ବେ ମେଗା ପାନୀୟ ପ୍ରକଳ୍ପ ପାଇପ ବିଛାଇବା ପାଇଁ ମାଟି ଖୋଳି ପାଇପ ବିଛାଇ ଛାଡି ଦେଇଥିଲା ।ଖୋଳା ଯାଇଥିବା ମାଟିକୁ ସମ୍ପୂର୍ଣ୍ଣ ଭାବେ ପୁତା ନଯାଇ ଗଦା କରି ଛାଡି ଦେଇଥିଲା ସମୃକ୍ତ ଠିକାସଂସ୍ଥା ।ଗତକାଲି ମାଟି ଗଦା ଉପରେ ବାଇକ ଚଢି ଯାଇ ଦୁର୍ଘଟଣାରେ ଗୁରୁତର ଥିବା ହେମଲତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।ଆଜି ମୃତ ଦେହ ଗାଁରେ ପହଁଚିଲା ପରେ କଣ୍ଟାପାଳ କଲୋନୀ-୩ ସନ୍ନିକଟ କଙ୍କଡାହାଡ଼-ଗଡ଼ପଳାଶୁଣି ରାସ୍ତାରେ ମୃତ ଦେହ ରଖି ଗାଁ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରି ନିଜ ଜିଦରେ ଅଟଳ ରହିଥିଲେ ।ରାସ୍ତା ଅବରୋଧ ଖବର ପାଇ ବିଡ଼ିଓ ଯଶୋବନ୍ତ ଦେହୁରୀ, ଅତିରିକ୍ତ ତହସିଲଦାର ସୁଜିତ କୁମାର ଭୋଇ,କଙ୍କଡାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ।ଲୋକମାନେ କ୍ଷତିପୂରଣ ଦାବି ନେଇ ଜିଦରେ ଅଟଳ ରହି ଆନ୍ଦୋଳନ କରିଥିଲେ ।ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀ ଓ ମେଗା ପ୍ରକଳ୍ପ କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଆସି କ୍ଷତିପୂରଣ ବାବଦରେ ୧ ଲକ୍ଷ ଦେବା ପାଇଁ କହିଥିଲେ ।୪୦ ହଜାର ତୁରନ୍ତ ଦେଇଥିବା ନେଇ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।କ୍ଷତିପୂରଣ ପାଇଁ ରାସ୍ତା ରୋକ ଅପରାହ୍ନ ୧.୩୦ ରୁ ହୋଇ ପ୍ରାୟ ୪ ଟା ପର୍ଯ୍ୟନ୍ତ ହୋଇଥିଲା ।

ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ 

କାମାକ୍ଷାନଗର- କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତ ର ତେନ୍ତୁଳିସିଂହା ସ୍ଥିତ ସର୍ବ ପୁରାତନ ଶୈବ ପୀଠ ରାମେଶ୍ୱର ମନ୍ଦିର ପରିଚାଳନା କମିଟିର ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାତା ପାର୍ବତୀଙ୍କର ଷୋଳ ପୂଜା ଅବସରରେ ମାତା ପାର୍ବତୀ ଦେବୀଙ୍କ ଉତ୍ଥାପନ ଓ ସହସ୍ରାକୁମ୍ଭାବିସେକ ସକାଶେ ମଧ୍ୟ ମୁଖ୍ୟ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ବରିଷ୍ଠ ଉପଦେଷ୍ଟା ଉଦୟଭାନୁ ପେଟଟନାୟକଙ୍କ ପରଲୋକ ରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା l ଏହି ବୈଠକରେ ବରିଷ୍ଠ ସଦସ୍ୟ ଭାସ୍କର ଚନ୍ଦ୍ର ରାଉଳ, ବିମ୍ବାଧର ସାମଲ,ବିରବର ରାଉତ, ଭ୍ରମରବର ବିଶ୍ୱାଳ, ପୂଜକ ବିଜୟ କୁମାର ପଣ୍ଡାଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ

ଢେଙ୍କାନାଳ – ଓଡ଼ପଡା,ଗନ୍ଦିଆ,କାମାକ୍ଷାନଗର ପର୍ଯ୍ୟଙ୍ଗ ବ୍ଲକ ଏକ ଦିବଶିୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ଲେବର ଅଫିସ ର,,ବିଶ୍ଵ ଯୁବ କେନ୍ଦ୍ର, ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ,ଚାଇଲଡ ହେଲ୍ପ ଲାଇନି,ମିଳିତ ଉଦ୍ୟମ ରେ ଏକ ଦିବସୀୟ ସଚେତନତା କାଏ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।

 ହୋଟେଲ, ଢ଼ାବା, ଗ୍ୟାରେଜ,କ୍ରସର, ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା 14 ବର୍ଷ ରୁ କମ ଶିଶୁ ଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ, ଏବଂ 15 ରୁ 18 ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତବ୍ୟ ଅପରାଧ ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତି ଙ୍କୁ 50 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ 2 ବର୍ଷ ଯାଏଁ ଜେଲ ଦଣ୍ଡ କରାଯିବାର ବ୍ୟବସ୍ଥା ରହିଛି ଏହି ପରି ଭୁଲ ଦ୍ଵିତୀୟ ଥର ହେଲେ 3ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେl ଓଡାପଡା ବ୍ଲକ ରେ ହୋଟେଲ ରୁ ଗୋଟିଏ ଓ କ୍ରସର ରୁ ତିନୋଟି ପିଲା ଏବଂ ଗନ୍ଦିଆ ବ୍ଲକ ର ଗୋଟିଏ ପିଲା ଆଜି ଉଦ୍ଧାର କରାଯାଇଛି lଶିଶୁ ମାନ ଙ୍କୁ ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଯାଇଛି।

ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

କାମାକ୍ଷାନଗର – କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଭୂଦାନ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ପରଜଙ୍ଗ ଥାନା ସାନ୍ଦା କେନ୍ଦୁପଶି ଗାଁର ବୁଲା ମହାରଣା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ,ଆଜି ଚାଷ ଜମିକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତ୍ୱର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନା ଭର୍ତ୍ତି କରାଯାଇ ଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।ସୂଚନାଯୋଗ୍ୟ,କାମାକ୍ଷାନଗର ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ବିଚରଣ କରୁଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ.

ଢେଙ୍କାନାଳ-  ଢ଼େଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚ଼ଳିତବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରି ଭାଇଚାରା ମଧ୍ୟରେ ସମାପନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସହର ମଧ୍ୟରେ ନିୟମିତ ଭାବେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ ଓ ପରିଷ୍କାର ପରିଚ୍ଛନ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଗୁରୁତ୍ଵାରୋପ କରିଥିଲେ । ଆସନ୍ତା ଅକ୍ଟୋବର ୨୫ ରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୪ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ମିଳିତ ଲକ୍ଷ୍ମୀପୂଜା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଚ଼ଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମିଳିତ ପୂଜା କମିଟିର ସଭାପତି ରାମ ଚ଼ନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ସେ ସମସ୍ତ ପୂଜା ପ୍ରତିଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଆଇନ ଶୃଙ୍ଖଳା ମଧ୍ୟରେ ପୂଜା ସମାପନ ହେବ, ଦର୍ଶକମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ବାବୁରାଓ ପ୍ରକାଶ କରିଛନ୍ତି । ସୁରକ୍ଷିତ ପରିବେଶ ମଧ୍ୟରେ ପୂଜା ସମାପନ ହେବ ଏବଂ ବୃଦ୍ଧ-ବୃଦ୍ଧା, ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଭସାଣି ଯାତ୍ରା ସମୟରେ ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ବାରଣ କରାଯାଉଛି ବୋଲି ସେ କହିଛନ୍ତି । ସମସ୍ତ ପୂଜା ମଣ୍ଡପରେ ସିସି ଟିଭି ଲଗାଇବା ସହିତ ସୁରକ୍ଷିତ ତୋରଣ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହାନ ପାଇଁ ପାର୍କିଂ କୁ ବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି । ପ୍ରାରମ୍ଭରେ ଉପ ଜିଲ୍ଲାପାଳ ପଦ୍ମଚରଣ ସାହୁ ଉପସ୍ଥିତ ସମସ୍ତ ୪୧ ଟି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ସ୍ଵାଗତ ଜଣାଇ ଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ, ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହିତ ସହର ମଧ୍ୟରେ ଥିବା ସମସ୍ତ ଶୌଚାଳୟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ,ରାସ୍ତାଘାଟ ମରାମତି, ସହର ସଫାସୁତୁରା , ନାଳ ନର୍ଦ୍ଦମା ସଫା, ଟ୍ୟାଙ୍କର ଓ ସିନ୍ଟେକ୍ସ ଯୋଗେ ପାନୀୟ ଜଳ ଯୋଗାଣ, ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପ୍ରାଥମିକ ଆଶୁ ଚିକିତ୍ସା ବ୍ୟବସ୍ଥା,ସହର ମଧ୍ୟରେ ଆଲୋକ ବ୍ୟବସ୍ଥା, ଗାଇ ଗୋରୁ ହଟାଇବା, କର୍ମକର୍ତ୍ତାମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା ସଂପର୍କରେ ବୈଠକରେ ଆଲୋଚ଼ନା ହୋଇଥିଲା । ଏହି ବୈଠକରେ ଆଇ.ଏ.ଏସ. (ପ୍ରୋବେସନ) ସୁଧା ଚୈହାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂକୃତି ଭବନ ଠାରେ ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ପଞ୍ଚମ ସ୍ମୃତି ଦିବସ ଅବସରରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ମୃତିସଭାରେ ଷ୍ଟେଟ୍ ବ୍ୟାଙ୍କ, ମହିଷାପାଟ ଉପଶାଖାର ଶାଖା ପ୍ରବନ୍ଧକ ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥି,ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଏବଂ ବି.କେ. ବେଣୁଧର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବେଣୁଧର ବେହେରା ସଭାପତିତ୍ୱ କରିଥିଲେ।ଉପଦେଷ୍ଟା ଜ୍ୟୋତିପ୍ରକାଶ ମହାପାତ୍ର ଓ ପ୍ରମୀତା ହୋତା ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସଂଯୁକ୍ତା ବେହେରାଙ୍କ ସ୍ମୃତିଚାରଣ କରିବା ସହ ଶିଶୁ ଓ ଯୁବପିଢ଼ିର ପ୍ରତିଭା ବିକାଶ ଏବଂ କଳା-ସଂସ୍କୃତିର ସୁରକ୍ଷା ପାଇଁ ଏଭଳି ଆୟୋଜନର ଆବଶ୍ୟକତା ଉପରେ ମତ ରଖିଥିଲେ।ମୁଖ୍ୟବକ୍ତା ଡା.ମିଶ୍ର କହିଥିଲେ, ସଙ୍ଗୀତ,ନୃତ୍ୟ ଓ କଳା ମାନବୀୟ ସମ୍ବେଦନାକୁ ଜାଗ୍ରତ କରିବା ସହ ନୂତନ ପିଢ଼ିକୁ ନିଜ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିଥାଏ।ଶିଶୁମାନଙ୍କ ସୃଜନଶୀଳ ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ପରିବାର,ସମାଜ ଓ ସାଂସ୍କୃତିକ ଅନୁଷ୍ଠାନର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶ୍ରୀ ମହାରଣା କଳା ଓ ସଂସ୍କୃତିକୁ ସମାଜର ପରିଚୟ ଓ ଐତିହ୍ୟର ପ୍ରତିଛବି ବର୍ଣ୍ଣନା କରିବା ସହ ପ୍ରତିଯୋଗିତା ଓ ସାଂସ୍କୃତିକ ପରିବେଷଣ ଶିଶୁମାନଙ୍କ ପ୍ରତିଭା ବିକାଶରେ ସହାୟକ ବୋଲି ମତ ଦେଇଥିଲେ।ଏହି ଅବସରରେ ରଙ୍ଗଭର,ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଭିନବ ବରାଳ ବିଚାରକ ଥିଲେ। ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ କଳାକାରମାନେ ମନୋଜ୍ଞ ପରିବେଷଣ କରିଥିବାବେଳେ କଣ୍ଠଶିଳ୍ପୀ ଇପ୍ସିତା ବିଶ୍ୱାସ ଗିଟାର ବାଦନ ସହ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ।ପ୍ରକାଶ କୁମାର ପରିଡ଼ା ମଙ୍ଗଳାଚରଣ ଓ ଶାନ୍ତିପାଠ କରିଥିଲେ।ଜିତେନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ।ସୁଶ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ,ଇପ୍ସିତା ବିଶ୍ୱାସ,ରାଜେନ୍ଦ୍ର ପ୍ରସାଦ ଭଞ୍ଜ,କୃଷ୍ଣ ପ୍ରସାଦ ସିଂହ ଓ ପ୍ରିତବ୍ରତ ବେହେରା ସହଯୋଗ କରିଥିଲେ। ସୁରଙ୍ଗନା କଳା ନିକେତନର ନିର୍ଦ୍ଦେଶିକା ପ୍ରଜ୍ଞାପ୍ରୀୟା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ

ଢେଙ୍କାନାଳ-।ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନିର୍ବାଚନ ସାମଗ୍ରୀ ଗୋଦାମର ଯୁଗ୍ମ ଯାଞ୍ଚ କରିବା ସହ ଏ ସଂକ୍ରାନ୍ତୀୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ଶ୍ରୀ ଗୋପାଳନ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ଓ ପ୍ରତିନିଧିମାନଙ୍କ ସହ ନିର୍ବାଚନ ସାମଗ୍ରୀ ଗୋଦାମ ପରିଦର୍ଶନ କରି ଯୁଗ୍ମ ଯାଞ୍ଚ କରିଥିଲେ। ନିର୍ଦ୍ଧାରିତ ନିୟମାବଳୀ ଓ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଗୋଦାମରେ ରହିଥିବା ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ l ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଗୋଦାମରେ ନିର୍ବାଚନ ସାମଗ୍ରୀର ସଂରକ୍ଷଣ, ସୁରକ୍ଷା ଓ ସାମଗ୍ରିକ ପରିଚାଳନା ସମ୍ପର୍କିତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଗୋଦାମର ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନେ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ୍‌ (ପ୍ରୋବେସନ) ସୁଶ୍ରୀ ସୁଧା ଚୌହାନ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଢେଙ୍କାନାଳ ଉପଜିଲ୍ଲାପାଳ ପଦ୍ମଚରଣ ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ନିବେଦିତା ରାଉତଙ୍କ ସମେତ ସମ୍ପୃକ୍ତ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା 

କାମାକ୍ଷାନଗର- କାମାକ୍ଷାନଗର ବ୍ଲକ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବହୁ ସମସ୍ୟା ରହିଥିବାରୁ ସେ ସମସ୍ୟା ପ୍ରତି ବିଭାଗୀୟ ସ୍ତରରେ କୌଣସି ତନଖି କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ବ୍ଲକର ବିଭିର୍ନ୍ନ ଅଞ୍ଚଳରେ ରହିଥିବା ସରକାରୀ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଯେତିକି ଶିକ୍ଷକ ରହିଛନ୍ତି ସେମାନେ ସମୟାନୁବର୍ତ୍ତିତା ଭାବେ ବିଦ୍ୟାଳୟକୁ ଯାଉନଥିବା ର ବାରମ୍ବାର ଅଭିଯୋଗ ହୋଇ ଆସୁଛି l ବିଦ୍ୟାଳୟ ଗୁଡିକୁ ମଧ୍ୟାହ୍ନ ଭୋଜନ ସକାଶେ ପ୍ରଦତ୍ତ ଚାଉଳ ସଠିକ ଭାବେ ଓଜନ କରି ଦିଆଯାଉ ନଥିବାରୁ ପ୍ରତ୍ୟେକ ବସ୍ତାରୁ ୭ ରୁ ୯ କେଜି ଚାଉଳ କାମୁଥିବା ର ଜଣାଯାଇଛି l ମଧ୍ୟାହ୍ନ ଭୋଜନ ର ଚାଉଳ ଯୋଗାଣ ଦାୟିତ୍ୱ ରେ ଥିବା ଠିକାଦାର ଗ୍ରାମାଞ୍ଚଳ ଗୁଡିକରେ ଥିବା ବିଦ୍ୟାଳୟ ଗୁଡିକରେ ଦାୟିତ୍ୱରେ ଥିବା ଶିକ୍ଷକ ବିଦ୍ୟାଳୟକୁ ଯିବା ପୂର୍ବରୁ ତରବରିଆ ଭାବେ ରାତ୍ରି ଜଗୁଆଳିକୁ ଦେଇ ଆସୁଥିବାର ଅଭିଯୋଗ ହେଉଛି l ବିଦ୍ୟାଳୟକୁ ଆସୁଥିବା ବାର୍ଷିକ ଦେୟ ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ବ୍ୟାପକ ହେରଫେର କରୁଥିବାର ଅଭିଯୋଗ ହେଉଛି l ବିଦ୍ୟାର୍ଥୀ ମାନଙ୍କ ସକାଶେ ଦିଆଯାଉଥିବା ପୋଷାକ ନିମ୍ନ ମାନର ହୋଇଥିବା ବେଳେ ବହି ପ୍ରଦାନ ରେ ବି ଅହେତୁକ ଅବହେଳା ପ୍ରଦର୍ଶନ କରାଯାଉଛି l କେତେକ ବିଦ୍ୟାଳୟରେ ଧାର୍ଯ୍ୟ ଖାଦ୍ୟ ପ୍ରଦାନ କରାଯାଉ ନଥିବାର ଜଣାଯାଇଛି l ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ବାହାରେ ବସି ଖାଉଥିବା ବେଳେ ସେମାନଙ୍କ ସକାଶେ ନିର୍ଦ୍ଦିଷ୍ଟ ସ୍ଥାନ ଏପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇନାହିଁ l ଏହି ସବୁ ଅବ୍ୟବସ୍ଥା ମଧ୍ୟରେ କେତେକ ସ୍ୱାର୍ଥ ପ୍ରଣୋଦିତ ଶିକ୍ଷକ ଫାଇଦା ନେବାକୁ ସୁବିଧା ହୋଇଛି l ବିଭାଗୀୟ କର୍ତ୍ତ୍ତୃପକ୍ଷ ଏହି ସବୁ ସମସ୍ୟା ଗୁଡିକ ପ୍ରତି ଗୁରୁତ୍ୱ ଦେଇ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ପ୍ରତି ସଚେତନ କରାଇବା ସକାଶେ ବିଭିର୍ନ୍ନ ମହଲରେ ଦାବି ହେଉଛି l

ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ

କାମାକ୍ଷାନଗର- କାମାକ୍ଷାନଗର ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇଛି। କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଅଁଳାବେରେଣୀ ଗ୍ରାମ ଓ କମଗରା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ଗତ ବିଳମ୍ବିତରାତିରେ କୌଣସି ଅଜଣା ଗାଡି ବୁଲା ଗୋରୁଙ୍କୁ ଧକ୍କା ଦେଇ ଫେରାର ହୋଇଥିବା ସୂଚନା ମିଳିଛି। ରାସ୍ତାରେ ବୁଲା ଗୋରୁଙ୍କ ଯୋଗୁଁ ବଢ଼ୁଥିବା ଦୁର୍ଘଟଣା ଯାହା ଏବେ ଚିନ୍ତାର କାରଣ ପାଲଟିଛି।ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ ମାରୁତି ସେନା ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ଅନ୍ୟପଟେ ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ଦୁଇ ବଖରା ଘର ପୋଡି ଜଳିଯାଇଛି । ସୂଚନା ମୁତାବକ ଦିନ ପ୍ରାୟ ଦୁଇ ଘଟିକା ସମୟରେ ପସାସିଂହ ଗ୍ରାମର ନିରାକାର ବେହେରାଙ୍କ ଘରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଓଡାପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପଂହଁଛି ନିଆଁ କୁ ଆୟତ କରିଥିଲା । ହେଲେ ସେତେବେନ୍ଦକୁ ନିଆଁର ପ୍ରଭାବରେ ଦୁଇ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଥିଲା। ଓଡାପଡା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନିଆଁ ଲାଗିବା ଖବର ଦେବାପରେ ମଧ୍ୟ୍ୟ ବିଦ୍ୟୁତ ସରବରାହ ବନ୍ଦ ହୋଇ ନଥିବା କାରଣରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା ସୂଚନା ମିଳିଛି ।

ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ.

ଢେଙ୍କାନାଳ- ସହରନିକଟ ମହିଷାପାଟଠାରେ ଥିବା କୁବୋଟାରେ ଏକ ଚାଷି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶ କୁବୋଟା ପକ୍ଷରୁ ଆୟୋଜନ କରାଯାଇଥିଲା | ସମାବେଶରେ କୁବୋଟାର ରାଜ୍ୟ ମୁଖ୍ୟ କମଲ ନାରାୟଣ ଓ ଯୋନାଲ ମ୍ୟାନେଜର ଶୁଶିଲ କେସର ୱାନୀ ଯୋଗ ଦେଇଥିଲେ । ଢେଙ୍କାନାଳ କୁବୋଟାର ଏମଡି ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ପ୍ରଦ୍ବିପ ପ୍ରଜ୍ବଳନ ପୂର୍ବକ ଚାଷି ସମାବେଶକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୫୦ ରୁ ଉର୍ଦ୍ଧ ଚାଷିମାନେ ଯୋଗଦେଇ କୁବୋଟା ବିଷୟ ଜାଣିବାକୁ ପାଇଥିଲେ । ସେଥି ମଧ୍ୟରୁ ଶିବାନୀ ଶଙ୍କର ସେନାପତି ନାମକ ଚାଷି କୁବୋଟାଠାରୁ ୩୮ଟି ଟ୍ରାକ୍ଟର କିଣି ଥିବାରୁ ସମ୍ବନ୍ଧିତ କଲା ଯାଇଥିଲା । ଏହି ଅବସରରେ କୁବୋଟା ପକ୍ଷରୁ ଦମ ଭି ଭରସୋ ଭି କୁ ପାଧ୍ୟାୟ କରି ଏମୟୁ ସିରିଜର ନିୟୁ ଏମୟୁ ୪୫୦୨ ଓ ନିୟୁ ଏମୟୁ ୫୦୦୨ ନାମକ ୨ଟି ଅତ୍ୟାଧୁନିକ ମଡେଲର ଟ୍ରାକ୍ଟରର ବଜାରରେ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ଏହି ୨ ଟ୍ରାକ୍ଟର ନେଲେ ଚାଷିମାନେ ୮ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ପାଇପାରିବେ ।ପ୍ରବେଶ ଉତ୍ସବକୁ ଅତିଥିମାନେ ଫିତାକାଟି ଉଦ୍‌ଘାଟନ କରିଥିଲେ । ଉଦ୍ଘାଟନ ପରେ ବିଭିନ୍ନ ସ୍ଥାନରୁ ଆସିଥିବା ଚାଷିମାନେ କୁବୋଟାର ଟ୍ରାକ୍ଟର କିଣିଥିବାରୁ ଅତିଥିମାନେ ସେମାନଙ୍କୁ ଗିଫ୍ଟି ଓ ଚାବି ହସ୍ତାନ୍ତର କରିଥିଲେ । ଅଶୋକ ମହାପାତ୍ର ଜେନେରାଲ ମ୍ୟାନେଜର, ରଂଜନ ସେଠୀ ଏରିଆ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଫଳ ଲାଭ କରିଛି ।ଏହି ସମାବେଶରେ ଯୋଗ ଦେଇଥିବା ଚାଷିମାନେ କୁବୋଟାର ଗୁଣ ଗାନ କରିଥିଲେ ।

ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଖଜୁରିଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ। ଦୁଇଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।ଶିଶୁ ବାଟିକାଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ ୧୪୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ରହିଛନ୍ତି ମାତ୍ର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ। ଏଭଳି ସ୍ଥିତିରେ ଦୁଇଜଣଙ୍କ ବଦଳି ହେଲେ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।ଖବର ପାଇ ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ସାଗର ଟୁଡୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନରୁ ଉଠିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l ସେପଟେ ଶିକ୍ଷକ ବଦଳି ହେଉଛି ଏକ ପ୍ରକ୍ରିୟା ତେଣୁ ସରକାରଙ୍କ ନୀତି ନିୟମ ଅନୁଯାୟୀ କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ସମାଜସେବୀ lତେବେ ଶିକ୍ଷକ ବଦଳିକୁ ନେଇ ଦେଖାଦେଇଥିବା ଏହି ଅସନ୍ତୋଷର ସମାଧାନ କିପରି ହେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର 

ଗଜସାଥୀ ହେବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଢେଙ୍କାନାଳ- ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କୋଇଲପଙ୍ଗିସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ହାତୀ-ମଣିଷ ସହବସ୍ଥାନ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବନଖଣ୍ଡ ଓ ସେଫ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ହାତୀ ଓ ମଣିଷଙ୍କ ସୁରକ୍ଷିତ ସହବସ୍ଥାନ, ହାତୀ ଚଳାଚଳ ପଥର ସୁରକ୍ଷା ଏବଂ ଜନସଚେତନତା ଉପରେ ଆଲୋଚନା ହୋଇଥିଲା।ଢେଙ୍କାନାଳ ଡିଏଫ୍‌ଓ ଲଲିତ କୁମାର ପାତ୍ର ଯୋଗଦେଇ କହିଥିଲେ ଯେ ଜିଲାରେ ଦୀର୍ଘଦିନ ଧରି ହାତୀ-ମଣିଷ ବିବାଦ ଲାଗିରହିଛି। ହାତୀ ଓ ମଣିଷଙ୍କ ମୃତ୍ୟୁ ଘଟଣା ଚିନ୍ତାର ବିଷୟ। ହାତୀମାନେ ଯେଉଁ ଚଳାଚଳ ପଥରେ ଯାଆନ୍ତି, ସେଥିରେ ବାଧା ନଦେଲେ ଅନେକ ଅଘଟଣକୁ ଏଡାଇ ହେବ। ମଣିଷଙ୍କ ଦ୍ୱାରା ହାତୀଙ୍କୁ ହରକତ କରାଯିବା ଫଳରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ କ୍ଷତି ଘଟାଇଥାନ୍ତି। ହାତୀ ଆକ୍ରମଣଜନିତ କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ଠିକ୍‌ ସମୟରେ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇ ହାତୀ ସୁରକ୍ଷାରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

ସେଫ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ କଟକ ଜିଲାର ଖୁଣ୍ଟୁଣି ବନାଞ୍ଚଳରେ ହାତୀ-ମଣିଷ ବିବାଦ ଯୋଗୁଁ ଉଭୟଙ୍କ ମୃତ୍ୟୁ ଘଟୁଥିଲା। ସଚେତନତା ସୃଷ୍ଟି ଓ ଜନସହଯୋଗ ଦ୍ୱାରା ସେଠାରେ ଏହାକୁ ଅନେକାଂଶରେ ରୋକାଯାଇପାରିଛି। ଢେଙ୍କାନାଳ ବନଖଣ୍ଡରେ ରାଜ୍ୟର ଅନ୍ୟତମ ସର୍ବାଧିକ ହାତୀ ରହୁଥିବାରୁ ହାତୀ ଓ ମଣିଷଙ୍କ ମୃତ୍ୟୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ।

ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ରମେଶ ଚନ୍ଦ୍ର ସେଠୀ, ଅବସରପ୍ରାପ୍ତ ଡିଏଫ୍‌ଓ ନିମାଇଁ ଚରଣ ମହାନ୍ତି, ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଢେଙ୍କାନାଳ ଶାଖା ମୁଖ୍ୟ ବି. ଉଷା, ରେଡିଓ ସ୍ୱରାଜର ନିର୍ଦ୍ଦେଶକ ଏସ୍‌. ସଫିକ୍‌, ସେଫ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ସଂଯୋଜକ ଶ୍ୱେତକାନ୍ତ ବେହେରା ଓ ସମାଜସେବୀ ଅଭୟ କୁମାର ସାମଲ ଓ ଶିଶିର ଶତପଥୀ ପ୍ରମୁଖ ଯୋଗଦେଇ ହାତୀ ଓ ଜନଜୀବନର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।

କାକୁଡିଭାଗ ସରପଞ୍ଚ ରିନା ସାହୁ, କୃଷିଦା ବେଗମ ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଜସାଥୀ ଭାବେ ସ୍ୱେଚ୍ଛାସେବୀ ଭୂମିକା ନେବାକୁ ଆଗେଇ ଆସିଥିଲେ। ହାତୀ ସମ୍ପର୍କିତ ସୂଚନାର ତ୍ୱରିତ ଆଦାନପ୍ରଦାନ ପାଇଁ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମଧ୍ୟ ଗଠନ କରାଯାଇଥିଲା। ଢେଙ୍କାନାଳ ସଦର ରେଞ୍ଜର ଉଚ୍ଛବ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ 

କାମାକ୍ଷାନଗର – କାମାକ୍ଷାନଗର ବ୍ଲକ୍ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ , କାମାକ୍ଷା ନଗର ଶାଖା ପଖ୍ୟରୁ ଭାଗବତ ସପ୍ତାହ ଓ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ପରିଷଦ ର ବ୍ଲକ୍ ସଭାପତି ମଠକରଗୋଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଂଜନ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କ୍ଷେତ୍ରୀୟ ସାଂଗଠନିକ ସଚିବ ନାରାୟଣ ନାୟକ , ପରିଷଦର ଜିଲ୍ଲା ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ଼ ଦୁର୍ଗା ମାଧବ ପୃଷ୍ଟି , ସମ୍ପାଦକ ପ୍ରମୋଦ କୁମାର ପରିଡ଼ା , ବିଶିଷ୍ଟ କଥାବାଚକ ପଣ୍ଡିତ ଦିବାକର ନନ୍ଦ , ଅବସର ପ୍ରାପ୍ତ ଅଧ୍ୟାପକ ତଥା ସ୍ତମ୍ୱକାର ଡ଼ ପ୍ରଫୁଲ୍ଲ କୁମାର ପାଣି , ବିଶିଷ୍ଟ ସାହିତ୍ୟିକା ସଂଯୋଜୟା ନନ୍ଦ , ବ୍ଲକ୍ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭ୍ୟ ନିର୍ମଳ କୁମାର ମହାନ୍ତି ଭାଗବତ ପାଠ କରିଥିଲେ । ଓଡ଼ିଆ ଜାତିର ସାଂସ୍କୃତିକ , ଆଧ୍ୟାତ୍ମିକ ଏବଂ ସାମାଜିକ ଜୀବନରେ ଅତିବଡୀ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ମହତ୍ତ୍ୱ ଅନ୍ୟନ୍ୟ। ଏହା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ । ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଏହି ଗ୍ରନ୍ଥକୁ ଗାଦି ବ୍ରହ୍ମ ରୂପୀ ଠାକୁର ରୂପେ ସ୍ଥାପନ କରିଥିଲେ। ବାଲ୍ୟକାଳରୁ କୃଷ୍ଣଭକ୍ତି ରସାମୃତରେ ନିମଗ୍ନ ରହି ବିଦ୍ୟା ସାଧନ କଲେ ଏକ ଆଦର୍ଶ ଓ ପ୍ରଭାବୀ ବ୍ୟକ୍ତିତ୍ୱ ସମ୍ଭବ ବୋଲି ପ୍ରବକ୍ତା ମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସଭ୍ୟ ସୁରେଶ କୁମାର ବିଶ୍ୱାଳ , ଧୃବ ଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କା ,ନିରଞ୍ଜନ ସାହୁ, ବାନାର୍ଜୀ ମହାନ୍ତି , ଗୀତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ କବିତା ରାଉତ , ଶିକ୍ଷକ ରାଜେଶ କୁମାର ସାହୁ , ଆଲୋକ କୁମାର ବେହେରା , ଦୀପ୍ତି କୁମାର ରାଉତ , ପ୍ରଶାନ୍ତ ବେହେରା , ଶିକ୍ଷା କର୍ମଚାରୀ ରବି ନାରାୟଣ ରାଉତ , ଶାନ୍ତନୁ ରାଉତ , ପ୍ରଶାନ୍ତ ରାଉତ , ସ୍ୱର୍ଣ୍ଣପ୍ରଭା ପରିଡ଼ା ଙ୍କ ସମେତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ 

କାମାକ୍ଷାନଗର- କାମାକ୍ଷାନଗର ପ୍ରସିଦ୍ଧ ଦୁର୍ଗାପୂଜା ଓ ଦଶହରା ସକାଶେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଅଧ୍ୟକ୍ଷତା କରି ଦଶହରା ଓ ଦୁର୍ଗାପୂଜା କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ସଂପର୍ଣ୍ଣ ହୋଉପାରିବ ସେ ଉପରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ l ବୈଠକରେ ବିଦ୍ୟୁତ ଛକ ଠାରୁ ଆରମ୍ଭ କରି ମୁଣ୍ଡିଦେଉଳି, ହନୁମାନ ବଜାର, ଗୋପବନ୍ଧୁ ବଜାର, ଲକ୍ଷ୍ମୀବଜାର, ତରୁଣ ବଜାର ଜଗନ୍ନାଥ ବଜାର କଚେରୀ ରୋଡ଼, ମେନରୋଦ ବଜାର ସହିତ ରେକୁଳା ଓ ଜିରିଡାମାଳୀ ଆଦି ୧୯ ଗୋଟି ପୂଜା ମଣ୍ଡପରେ ମା ଦୁର୍ଗା, ଶିବ ପାର୍ବତୀ, ହନୁମାନ ଆଦି ମୂର୍ତ୍ତି ପୂଜା ପାଇବାର ସ୍ଥିର କରାଯାଇଥିବା ବେଳେ ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ସଂପର୍ଣ୍ଣ ହୋଇ ପାରିବ ସେ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଆଦର୍ଶ ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ,ଏନଏସି ନଗରପାଳ ଧର୍ମାନନ୍ଦ ପରିଡା,ଓକିଲ ସଙ୍ଘ ସଭାପତି ରଞ୍ଜନ କୁମାର ରାଉତ, ଏନଏସି ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଦାୟିତ୍ୱ ରେ ଥିବା ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ର ବିବରଣୀ ପ୍ରଦାନ କରିଥିଲେ l ଏଥିରେ ବିଭିର୍ନ୍ନ ପୂଜା କମିଟି ଓ ବଜାରର ସଭାପତି, ସଂପାଦକ ଏବଂ ସାଇ ମୁରବିମାନେ ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ, ସଫେଇ କର୍ମଚାରୀଙ୍କୁ ସଫେଇ କିଟ୍ ପ୍ରଦାନ

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!