ଆନନ୍ଦପୁର -:ସର୍ବଭାରତୀୟ ଦୁର୍ନୀତି ନିବାରଣ ସଂସଦୀୟ କମିଟି, ନୂଆଦିଲ୍ଲୀ ଆନୁକୂଲ୍ୟରେ ସଂସଦ ସଦନ କ୍ଳବରେ ଆୟୋଜିତ ସମ୍ମାନ ପ୍ରଦାନ ଉତ୍ସବରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଚଳିତବର୍ଷ ପାଇଁ ମର୍ଯ୍ୟାଦା ଜନକ ” #ପ୍ରାଉଡ_ଇଣ୍ଡିଆନ_ପାର୍ଲିଆମେଣ୍ଟ_ଆୱାର୍ଡ” ରେ ସମ୍ମାନିତ ହୋଇଛନ୍ତି। ମାନବିକ ଅଧିକାରର ସୁରକ୍ଷା ତଥା ଦୁର୍ନୀତି ଏବଂ ଅପରାଧ ଦୂର କରିବା ପାଇଁ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ ବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ସମାଜସେବା ଓ ରାଜ୍ୟରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ସାମାଜିକ ସଂସ୍କାର ମୂଳକ ପଦକ୍ଷେପ ପାଇଁ ସାଗରିକା ଅପା ଙ୍କୁ ଚଳିତ ବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାବାଲେ, ସାଂସଦ ଡ.ଉମେଶ ଯାଦବ, ଚଳଚ୍ଚିତ୍ର ଅଭିନେତା ଶହବାଜ ଖାନ, ଭାରତୀୟ ବାୟୁସେନାର ପୂର୍ବତନ ସୁରକ୍ଷା ଅଧିକାରୀ ତୁଲିକା ରାଣୀ, ସାମାଜିକ ନ୍ୟାୟ ବିଭାଗର ସ୍ବତନ୍ତ୍ର ସଚିବ ଡ. ମନୀଷ ଶଙ୍କର ରାଓ ଗବାଇଙ୍କ ସମେତ ଦୁର୍ନୀତି ବିଭାଗର ବହୁ ପଦାଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ସେବା କ୍ଷେତ୍ରରେ ଓଡିଶା ନୁହଁ ସାରା ଦେଶରେ ଏକ ଚର୍ଚ୍ଚିତ ଅନୁଷ୍ଠାନ ରୂପେ ପରିଗଣିତ ହୋଇଥିବା ବେଳେ ପୂର୍ବରୁ ଟ୍ରଷ୍ଟ ର ଅଧ୍ୟକ୍ଷା ଙ୍କୁ ସମ୍ମାନଜନକ ଡକ୍ଟରେକ୍ଟ ଉପାଧି ମିଳିଥିବା ବେଳେ ରାଜ୍ୟ ବାହାରେ ଅନେକ ଅନୁଷ୍ଠାନ ସମ୍ମାନିତ କରିଛନ୍ତି ।
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍
