କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା ବରିଷ୍ଠ ଯୁବପିଢ଼ି ଓ ଅଭିଜ୍ଞଙ୍କୁ ପ୍ରାଧାନ୍ୟ
କଳାହାଣ୍ଡି ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାପତି ଅଲକା ଲାମ୍ବାଙ୍କ ଅନୁମୋଦନ କ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଗତ ଜୁନ ମାସରେ କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବେ ପ୍ରଗତି ନାୟକଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ପୂର୍ଣ୍ଣାଙ୍ଗ କମିଟିକୁ ରାଜ୍ୟ ସଭାପତି ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସଭାପତି ଶ୍ରୀମତୀ ବାହିନୀପତି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ କମିଟି ଉପ ସଭାପତି ଭାବେ ଯଶୋଦା ନାଗ, ରୁକ୍ମଣୀ ପାଣିଗ୍ରାହୀ, ବାସନ୍ତୀ ବାଗ, ପଦ୍ମିନୀ ଯୋଶୀ, ସୌଭାଗ୍ୟ ମଲ୍ଲିକଙ୍କୁ ସ୍ଥାନ ମିଳିଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୁଲୋଚନା ବିଶି, ପୁଷ୍ପାଞ୍ଜଳି ସରାଫ, ରତ୍ନମାଳା ମାଝୀ, ରଶ୍ମିତା ତାଣ୍ଡି, ବିଳାସିନୀ ନାଗ ନାମ ଘୋଷଣା କରାଯାଇଛି। କୋଷାଧ୍ୟକ୍ଷ ଭାବେ ରାଜକୁମାରୀ ସରାଫଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ସମ୍ପାଦିକା ଭାବରେ ନିମନ୍ନା ଭୋଇ, ଲକ୍ଷ୍ମୀପ୍ରିୟା ନାଏକ, ଅଞ୍ଜଳି ଗଉଡ଼, ରୁକ୍ମଣୀ ଶବର, ବାସନ୍ତୀ ରାଉତ, ନିରୁପମା ତାଣ୍ଡି, ଗୌରୀ ମାଝୀ, ମମତା ମାଝୀ, ସୀତାଞ୍ଜଳି ବାଗ, ଅଙ୍କିତା ବାଗ, ସୁଭଦ୍ରା ଛତ୍ରିଆ, ସାବିତ୍ରୀ ମାଝୀ, ଯଶୋବନ୍ତି କେତକୀ, କବିତା ଛତ୍ରିଆ, ଅହଲ୍ୟା ମାଝୀଙ୍କ ନାମ ଘୋଷଣା କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ସଭାପତି ମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। କୁମୁଦିନୀ ନାଏକ ଭବାନୀପାଟଣା ମ୍ୟୁନ୍ସିପାଲଟି ସଭାପତି ଭାବେ ନାମ ଘୋଷଣା କରାଯାଇଥିବା ବେଳେ ପୂର୍ଣ୍ଣମୀ ନାଏକ ଧର୍ମଗଡ଼, ଧର୍ମେନ୍ଦ୍ରି ସାହୁ କର୍ଲାମୁଣ୍ଡା, ଶାନ୍ତି ହରିଜନ ଲାଞ୍ଜିଗଡ, ପଦ୍ମିନୀ ମାଝୀ କେସିଙ୍ଗା ବ୍ଲକ, ମହିମା ବାଗ ମ. ରାମପୁର, ସସ୍ମିତା ନାଏକ ଜୁନାଗଡ଼, ପ୍ରତିମା ସାଗର ଗୋଲାମୁଣ୍ଡା, ବାସନ୍ତୀ ମାଝୀ ଜୟପାଟଣା, ରାଜକୁମାରୀ ଧଙ୍ଗଡ଼ାମାଝି ଥୁଆମୂଳ ରାମପୁର, ସରୋଜିନୀ ପାତ୍ର ନର୍ଲା, ଫୁଲଲତା ଖମାରୀ କୋକସରା, ଦିତ୍ମୀୟା ମାଝୀ କଳମପୁର, ଯଜ୍ଞସେନୀ ପାତ୍ର ଭବାନୀପାଟଣା ବ୍ଲକ, ଚନ୍ଦ୍ରକାନ୍ତି ନାଏକ କେସିଙ୍ଗା ଏନଏସି, ତରଣୀ ମଙ୍ଗରାଜ ଧର୍ମଗଡ଼ ଏନଏସି, ଗୌତମୀ କ୍ଷିତି ଜୁନାଗଡ଼ ଏନଏସି, ସେହିପରି କାର୍ଯ୍ୟକାରୀ ସଭ୍ୟା ଭାବେ ମର୍ଜିନା ପ୍ରଧାନ, ରଶ୍ମିରେଖା ରାଉତ, ମହେନ୍ଦ୍ର ସାହୁ, ପୁଷ୍ପଲତା ବିହାରୀ, ମିଥୁଲା ନାଏକ, ମାଧୁରୀ ଦୁର୍ଗା, ଶାନ୍ତି ହରିଜନ, ଫୁଲତଳା ଖୁରମାନୀ, ମାଧୁରୀ ନିଆଲ ଙ୍କ ନାମ ଘୋଷଣା କରାଯାଇଛି। ଉପଦେଷ୍ଟା ଭାବେ ଦ୍ରୌପଦୀ ମାଝୀ, ଜ୍ୟୋତ୍ସ୍ନାମୟୀ ବଗର୍ତ୍ତୀ, ସୁକାନ୍ଧୀ ସରାଫ, ମାଣିକ୍ୟ ସୁନା ଓ ମୋତି କୈବର୍ଷଙ୍କୁ ମହିଳା କଂଗ୍ରେସ କମିଟିରେ ସ୍ଥାନ ମିଳିଛି। ଏଥର ଘୋଷିତ ମହିଳା କଂଗ୍ରେସ କମିଟିରେ ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆ ଯାଇଥୁବା ଦେଖୁବାକୁ ମିଳିଛି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

