ନୀଳଶୈଳ ପକ୍ଷରୁ ଆୟୋଜିତ ବର୍ଣ୍ଣାଢ଼୍ୟ ସ୍ବାକ୍ଷର ସଂକଳ୍ପ ସପ୍ତାହ -୨୦୨୬ ଉଦ୍ ଯାପିତ
ଓଡ଼ିଆ ଭାଷାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଓ ଓଡ଼ିଆ ଅସ୍ମିତା ଅକ୍ଷୁର୍ଣ୍ଣ ରଖାଯାଉ
ଓଡ଼ିଆର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ହେଉ
ନୀଳଶୈଳର ସମସ୍ତ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ
କଟକ ସହରରରେ ନୀଳଶୈଳର ପ୍ରତିଷ୍ଠାତା ସ୍ବର୍ଗତ ରାଜକିଶୋର ରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଜରୁରୀ
-କଟକ ମହାନଗର ନିଗମର ମାନ୍ୟବର ମେୟର ସୁବାସ ସିଂହ
ଢେଙ୍କାନାଳ:ତା.୩୦/୦୯/୨୦୨୬ ରିଖ : କଟକ ସ୍ଥିତ ଶତାବ୍ଦୀ ଭବନ ପରିସରରେ ଓଡ଼ିଶାର ସର୍ବପୁରାତନ ନୀଳଶୈଳ,ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ବର୍ଣ୍ଣାଢ଼୍ୟ ସ୍ବାକ୍ଷର ସଂକଳ୍ପ ସପ୍ତାହ -୨୦୨୬ ଉଦ୍ ଯାପିତ ହୋଇଯାଇଛି।ବିଶ୍ବ ଓଡ଼ିଆ ସମ୍ମିଳନୀର ଅଧ୍ୟକ୍ଷ ଡଃ ମୁରଲୀ ମନୋହର ଶର୍ମା ଅଧ୍ୟକ୍ଷତା କରି ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରିବା ସହିତ ଓଡ଼ିଆର ଉପାନ୍ତ ଅଞ୍ଚଳରେ ପଡ଼ୋଶୀ ଭାଷାର ବ୍ୟବହାରକୁ ରୋକିବାକୁ ଆହ୍ବାନ ଜଣାଇଥିଲେ।ଏହି ଉତ୍ସବରେ କଟକ ମହାନଗର ନିଗମର ମାନ୍ୟବର ମେୟର ସୁବାସ ସିଂହ ନୀଳଶୈଳର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କଟକ ସହରରରେ ନୀଳଶୈଳର ପ୍ରତିଷ୍ଠାତା ସ୍ବର୍ଗତ ରାଜକିଶୋର ରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।ନୀଳଶୈଳର ସଭାପତି ଅଧିବକ୍ତା ଧରଣୀଧର ନାୟକ ତାଙ୍କ ଅଭିଭାଷଣରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ବାନ ଦେଇଥିଲେ।ରାଜଧାନୀ ନୀଳଶୈଳ ଶାଖାର ସମ୍ପାଦକ ରଜନୀ କାନ୍ତ ପଣ୍ଡା ତାଙ୍କ ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ (ଡଃ ଧର୍ମଛଡା) ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଓଡ଼ିଶାର ସର୍ବପୁରାତନ ନୀଳଶୈଳ,ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ବର୍ଣ୍ଣାଢ଼୍ୟ ସ୍ବାକ୍ଷର ସଂକଳ୍ପ ସପ୍ତାହ -୨୦୨୬ କାର୍ଯ୍ୟକ୍ରମରେ ସକ୍ରିୟ,ସଫଳ ଅଂଶଗ୍ରହଣକରି ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରି ଏହାକୁ ଲୋକାଭିମୁଖୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଅନୁଗୋଳ ରୋଟାରୀ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ଡଃ ମନୋରଞ୍ଜନ ପଣ୍ଡା,ବରଗଡ଼ ସାମ୍ବାଦିକ ସଂଘର ସଭାପତି ଅଧିବକ୍ତା ଆଶୁତୋଷ ରଥ,ରାଉରକେଲା ନୀଳଶୈଳ ଶାଖାର ପ୍ରତିନିଧି ଜିତେନ୍ଦ୍ର ପଣ୍ଡା ଏବଂ ସନ୍ତୋଷ କୁମାର ପଲାଇ,ଝାରସୁଗୁଡ଼ା ସ୍ଥିତ ବେଲପାହାଡ଼ର ଜ୍ଞାନ ରଞ୍ଜନ ନାୟକ,ଦୈନିକ ଜାଗରଣ ଖବରକାଗଜ ଓଡ଼ିଶା ମୁଖ୍ୟ ଶେଷନାଥ ରାୟ,ରାଜଧାନୀ ନୀଳଶୈଳର ରବିନ୍ଦ୍ର ମହାପାତ୍ର ଓ ନୀଳଶୈଳ ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ,ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ନୃତ୍ୟଗୁରୁ ଆଶିଷ କୁମାର ଦାସଙ୍କୁ ନୀଳଶୈଳ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଶକ୍ତି ଶଙ୍କର ରାଜ,ଶ୍ୱେତପଦ୍ମା ରାଜ,ମନୋରଞ୍ଜନ ରାଉତରାୟ, ସୌଭାଗ୍ୟ ଶଙ୍କର ରାଜ,ତେଜସ୍ମିତା ରାଉତ,ସବିତା ମାହାନ୍ତି,ଶକ୍ତି ଶଙ୍କର ରାଜ,ଅମିତା ରାଜ,ଐଶ୍ୱର୍ଯା ରାଜ,ନୀତା ସାହୁ,ନରେନ୍ଦ୍ର ରାଜ ସାମନ୍ତ,ମନୀଶା ମଲ୍ଲିକ,ବବିତା ପୁଷ୍ଟି,ଅସିତ କୁମାର ପୁଷ୍ଟି,ଅଜୟ କୁମାର ସେଠୀ,ଶ୍ରୀକାନ୍ତ ଦାସ,ଜୟନ୍ତୀ ପ୍ରଧାନ ଅଙ୍କିତା ମହାପାତ୍ର,ରାଜବିନ ପ୍ରଧାନ,ସଂଗୀତା ପ୍ରଧାନ,ବୈଷ୍ଣବୀ ରାଜ ସାମନ୍ତ,ସରୋଜ ରାଉତ, ସଲୋନୀ ଦାସ ଏବଂ ଶିବ ଶୈଳେନ୍ଦ୍ର ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିଶେଷରେ ସୌମ୍ୟ ଶଙ୍କର ରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବାଦ ନୀଳଶୈଳ ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

