ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ସିନାପାଲି:୦୨/୧୦- ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି ା ଏନେଇ ଅନୁଷ୍ଠିତ ଜୟନ୍ତୀ ସଭାରେ ଅହିଂସାର ପୂଝାରୀ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥଲା l ଏହା ପରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀ, ଶିକ୍ଷକ ବୈଷ୍ଣବ ମେହେର ଓ ଶିକ୍ଷୟିତ୍ରୀ ସୁମିତ୍ରା ମେହେର ଉଭୟ ମହାପୁରୁଷଙ୍କ ଜୀବନୀ ଓ ଅନେକ ଅଜଣା ଘଟଣା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇ ମାର୍ଗଦର୍ଶନ କରିଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗୁଣଧର ବାଗ, ନିରୁପମା ମଶ୍ରା, ସମୀର କଛିଆ, ଆରୋହୀ ନିଆଲ, ସଂଘମିତ୍ରା ନାୟକ, ଇତିଶ୍ରୀ ପୂଝାରୀ, ପ୍ରିନ୍ସ ବିଶି, ସୌମ୍ୟରଞ୍ଜନ ନାୟକ, ପ୍ରମିଳା ମଶ୍ରା, ରିମା ମଶ୍ରା(ଏ), ରିମା ମଶ୍ରା (ଵି), ସୁରଭି ନିଆଲ ପ୍ରମୁଖ ବକ୍ତବ୍ୟ ଦେବା ସହ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ l ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Related posts

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ

masiha

Leave a Comment

error: Content is protected !!