ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧରାକୋଟ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ , ୨- ତହସିଲଦାର ଙ୍କୁ ଏ ଆଇ କେ ଏମ ଏସ ର ଦାବୀପତ୍ର ପ୍ରଦାନ 

ଧରାକୋଟ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ

ଆସିକା, ୩/୧୦/୨୬(ଶିବ ଶଙ୍କର ମିଶ୍ର )  ଧରାକୋଟ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ନେଇ ଧରାକୋଟ ନିକଟସ୍ଥ ପୁଟୁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ ର ସଭାପତି ବିଷ୍ଣୁକେଶରୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଧରାକୋଟ ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ କ୍ଲବର ନିୟମାବଳୀ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।ସମସ୍ତ ସଦସ୍ୟଙ୍କ ସହମତିକ୍ରମେ ଧରାକୋଟ ପ୍ରେସ କ୍ଲବର ଏକ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସଭାପତି ଭାବେ ଗିରିଜା ପ୍ରସାଦ ରଥ,ଉପସଭାପତି ଭାବେ ରୁଦ୍ରନାରାୟଣ ପଣ୍ଡା, ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର, ସହସମ୍ପାଦକ ଭାବେ ଶଙ୍କର ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସଞ୍ଜିତ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଛି। ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ କୁମାର ପଣ୍ଡା,ଶିଶିର କୁମାର ମହାନ୍ତି,ପଞ୍ଚାନନ ପାତ୍ର, ରବିନନ୍ଦନ ପ୍ରଧାନ ଏବଂ ଶିବାଜୀ ଗଣେଶ ପଣ୍ଡାଙ୍କୁ ଚୟନ କରାଯାଇଛି। ବୈଠକରେ ଶ୍ରୀକାନ୍ତ ସାବତ,ଅଶେଷ ପାତ୍ର, ବିଶ୍ୱାସ ପାତ୍ରଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପୂର୍ଣ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତହସିଲଦାର ଙ୍କୁ ଏ ଆଇ କେ ଏମ ଏସ ର ଦାବୀପତ୍ର ପ୍ରଦାନ 

ଆସିକା, ୩/୧୦/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଅଲ ଇଣ୍ଡିଆ କିଶାନ ମଜଦୂର ସଂଘ ପକ୍ଷରୁ ଏକ ଚାରି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ଯ ସମ୍ପାଦକ ପ୍ରତାପ ନାୟକ,ବ୍ଲକ ସଭାପତି ଝିଲିକା ମଣ୍ଡଳ, ଉପ ସଭାପତି ଯକ୍ଷ ଗମାଙ୍ଗ, ବ୍ଲକ କମିଟି ସଭ୍ୟ ସାମୁଏଲ ମଣ୍ଡଳ,ରବି ଗମାଙ୍ଗ ଙ୍କ ସମେତ ସଂଖ୍ୟାଧିକ ଲୋକ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ସମସ୍ତ ଆଦିବାସୀ ଙ୍କୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରିବା, ଶିରୋନାମା ପାଇଥିବା ସମସ୍ତ ଆଦିବାସୀ ଙ୍କୁ ଫାଇନାଲ ପଟ୍ଟା ପ୍ରଦାନ, ଗୃହହିନ ଓ ବାସହିନ ପରିବାର କୁ ତୁରନ୍ତ ବସୁନ୍ଧରା ଯୋଜନାରେ ସାମିଲ କରି ଘର ଡିହ ପଟ୍ଟା ପ୍ରଦାନ ଓ ଗତ ଲଘୁଚାପ ଜନିତ ବର୍ଷାରେ କ୍ଷୟ କ୍ଷତିର ଶିକାର ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି । ଘଟଣା ସମ୍ପର୍କରେ ତହସିଲଦାର ରାଜସ୍ୱ ଗ୍ରାମ ପରିସର ଭୁକ୍ତ ବ୍ୟକ୍ତି ମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆସୁଥିବା ଜମି ସମ୍ପର୍କରେ ଜଙ୍ଗଲ ବିଭାଗ ଅଧିକାରୀ ଯାହା ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଏ ଆଇ କେ ଏମ ଏସ ପକ୍ଷରୁ ତୁରନ୍ତ ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଗଲେ ତହସିଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ସମ୍ପାଦକ ପ୍ରକାଶ କରିଛନ୍ତି।

Related posts

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

masiha

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

masiha

Leave a Comment

error: Content is protected !!