କ୍ଲିନ୍ ଆଣ୍ଡ ଗ୍ରୀନ୍ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସେବା ସଂକଳ୍ପ ଅଭିଯାନ
ରାଉରକେଲା: ସହରରେ ସ୍ବଚ୍ଛତା ଓ ପରିବେଶ ପ୍ରତି ପ୍ରତିବଦ୍ଧତା ରଖିଥିବା ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତଥା ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉଦିତ ନଗର ଛକଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଚକିଆ ଓ ଚାରି ଚକିଆ ଯାନ ଗୁଡିକୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଓ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ଏମଭିଆଇ ମାନସ ରଞ୍ଜନ ପୃଷ୍ଟି, ଏସ କେ ଖାଲଖୋ, ତପସ୍ଵିନୀ ଦାସ ପ୍ରମୁଖ ଯୋଗଦେଇ ଗାଡି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କୀତ ପ୍ରଚାର ପତ୍ର, ହେଲମେଟ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ହେଲମେଟ ପ୍ରଦାନ, ନୀତି ନିୟମକୁ ପାଳନ କରିଥିବା ବ୍ୟକ୍ତିମାନଙ୍କୁ ସାଧୁବାଦ ସହ ଚକୋଲେଟ୍ ପ୍ରଦାନ କରାଯାଇଥିଲା। ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ବାନ୍ଧିବା, ହେଲମେଟ ପିନ୍ଧିବା, ଦୃତ ଗତିରେ ଗାଡି ଚଳାଇବା ତଥା ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସର୍ବଶ୍ରୀ ସାଗର ପାଣି,କୁର୍ତ୍ତିବାସ ମିଶ୍ର, ସୁଦୀପ୍ତ ଦତ୍ତ,ବାବୁ ନାୟକ, ଜ୍ୟୋସ୍ନାରାଣୀ ନାୟକ, ଚନ୍ଦ୍ରକାନ୍ତ ନାୟକ, ବିଭୂତି ଭୂଷଣ ବିଶ୍ବାଳ, ପ୍ରଦୀପ ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ବିନୋଦ ରାଉତ, ଦିନେଶ ସିଂ, ବିରେନ୍ଦ୍ର ଦାସ, ସୁଜିତ ସ୍ବାଇଁ, ରାଜକିଶୋର ସାମଲ, ଦୀପକ ରାଉତରାୟ, ପ୍ରଶାନ୍ତ ଧଳ, ଅନୀଲ ନାଥ ପ୍ରମୁଖଙ୍କ ସହ ପରିବହନ ବିଭାଗର ବହୁ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

