ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଗୋପବନ୍ଧୁ ପାଠାଗାରର ତ୍ରୟୋବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଗୋପବନ୍ଧୁ ପାଠାଗାରର ତ୍ରୟୋବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, ୧୦/୧୦/୨୬ ଗୋପବନ୍ଧୁ ଦାସ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଜଣେ ଯୁଗପୁରୁଷ। ସେ ତାଙ୍କର ସମଗ୍ର ଜୀବନ ଦେଶ ଓ ଜାତିର ସେବାରେ ଉତ୍ସର୍ଗ କରିଦେଇଥିଲେ।

ତାଙ୍କ ଜୀବନ ଥିଲା ତ୍ୟାଗ, ସେବା, ସାହସ ଓ ମାନବିକତାର ଏକ ଅନନ୍ୟ ଉଦାହରଣ। ସେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ଦୁଃଖୀ, ଦରିଦ୍ର, ଅସହାୟ ଓ ନିଷ୍ପେଷିତ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ରାଉରକେଲାର ଅଗ୍ରଣୀ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଗୋପବନ୍ଧୁ ଦାସଙ୍କ ୧୫୦ତମ ଜୟନ୍ତୀ ପାଳନ ସହ ପାଠାଗାରର ଦ୍ବିଦୀବସୀୟ ତ୍ରୟୋବିଂଶ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୯ ତାରିଖ ଉଦ୍ଘାଟନୀ ସଂଧ୍ୟାର ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ରୋଟାରୀଆନ୍ ଫକୀର ଚରଣ ମହାନ୍ତି, ମୁଖ୍ୟଅତିଥି ଭାବେ ଡିପିଏସ୍ ର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୌଦାମିନୀ ସିଂହ ଏବଂ ମୁଖ୍ୟ ବକ୍ତା ଭାବେ କୋରାପୁଟର ଅବସରପ୍ରାପ୍ତ ଅଧ୍ୟାପକ ରବି ଶତପଥି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଚିନ୍ମୟ ବିଦ୍ୟାଳୟର ଛାତ୍ରୀ ମାନେ ବେଦମନ୍ତ୍ର ଉଚ୍ଚାରଣ କରି ଥିଲେ। ମୁଖ୍ୟଅତିଥି ଶ୍ରୀମତୀ ସିଂହ କହିଲେ ଯେ, ଗୀତା, ଭଗବତ ଦ୍ବାରା ପ୍ରଭାବିତ ଗୋପବନ୍ଧୁ ମାନବିକତା, ସତ୍ୟ, ନିଷ୍ଠା ଓ ଦେଶ ପ୍ରେମର ଯଥାର୍ଥ ପୂଜାରୀ ଥିଲେ। ମୁଖ୍ୟବକ୍ତା ଶ୍ରୀ ଶତପଥୀ କହିଲେ ଯେ, ଗୋପବନ୍ଧୁ ବାସ୍ତବରେ ଥିଲେ ଗୋପର ବନ୍ଧୁ। ସମଗ୍ର ଜୀବନ ଦୁଃଖରେ ରହି ମଧ୍ୟ ସେ କେବେବି ସେବା ମନୋଭାବରୁ ଦୂରେଇ ଯାଇ ନଥିଲେ। ଦୂରଦର୍ଶୀ ଗୋପବନ୍ଧୁ ୧୦୭ ବର୍ଷ ତଳେ ‘ସମାଜ’ ପରି ଏକ ଖବରକାଗଜ ପ୍ରକାଶ କରିବା ପାଇଁ ଏକ ଦୁଃସାହସିକ ଏବଂ ବୈପ୍ଳବିକ ପଦକ୍ଷେପ ନେଇ ଜନ ସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଗୋପବନ୍ଧୁଙ୍କ ତାଙ୍କ ଲେଖନୀ ମାଧ୍ୟମରେ ଜନସାଧାରଣଙ୍କୁ ଜାତୀୟତା ଭାବନାରେ ଉଦବୁଦ୍ଧ କରିଥିଲେ। ତାଙ୍କ କବିତାର ମୁଖ୍ୟ କେନ୍ଦ୍ର ବିନ୍ଦୁ ଥିଲା – ଦେଶ ପ୍ରୀତି ଓ ମାନବ ସଂପ୍ରୀତି। ଏହି ଅବସରରେ ସମାଜସେବୀ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ‘ଗଜେନ୍ଦ୍ର ପ୍ରସାଦ ବାରିକ ସ୍ମୃତି ସେବା ସମ୍ମାନ’ରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷ୍ମଣ ନାଥ ଦାସ ମାନପତ୍ର ପାଠ କରିଥିଲେ।

ସକାଳେ ସଦସ୍ୟମାନେ ପାଠାଗାର ସମ୍ମୁଖ ଏବଂ ଗୋପବନ୍ଧୁ ନଗର ଛକରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଅନୀଲ କୁମାର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ବନାଥ ଜେନା, ହରିହର ନାୟକ, ଅଜିତ ବରଓ୍ବା ସଞ୍ଜୀବ ଦାସ, ଅଶୋକ କୁମାର ଶୁକ୍ଳ, କୈଳାସ ଚନ୍ଦ୍ର ସାମଲ ପ୍ରମୁଖ ସହାୟତା କରିଥିବା ବେଳେ, ସହରର ଅଧିକାଂଶ ସାହିତ୍ୟ – ସଂସ୍କୃତି ଅନୁଷ୍ଠାନର ପ୍ରତିନିଧିଙ୍କ ସହ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!