ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ

ଧର୍ମଗଡ଼ ଠାରେ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ନବ ନିର୍ବାଚିତ ଛାତ୍ରସଂସଦ ନେତାଙ୍କୁ ସମର୍ଦ୍ଧନା ଦିଆ ଯାଇଥିଲା।

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସଭାପତି ଡାକେ ଲହଜଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ରାଜ୍ୟ ସଂପାଦିକା ସୁଶ୍ରୀ ହୀରା ବାଗ,କଲ୍ୟାଣୀ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟସିଂହ ମହାନ୍ତି, ସମ୍ପାଦକ ବେଣୁଧର ନାଏକ, ଲବଣୀ ରାଉତ ଯାଦବ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ଶଙ୍କର ଜୁଏଡ଼, ପ୍ରଣବ କିଶୋର ଭଇଁସାଲ,ଧର୍ମଗଡ ନଗର ସଧାରଣ ସମ୍ପାଦକ ପ୍ରମୋଦ ହଂସ, ସମ୍ପାଦକ ରାଜେନ୍ଦ୍ର ଭୋଇ, ପ୍ରେମ ଲାଲ ସାଗର, ଆଇନଜିବୀ ରାଜେନ୍ଦ୍ର ମୁନି,ନଗର ସଭାନେତ୍ରୀ ସନ୍ତୋଷୀନୀ ନାଏକ କାଉନସିଲର ଜୁଲି ମହାନନ୍ଦ, ଭବେଶ ଗଏନ୍ତା ପ୍ରମୁଖ ଯୋଗ ଦେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ ମଙ୍ଗଳ କାମନା କରିଥଲେ। ଏହି ଅବସରରେ ନବ ନିର୍ବାଚିତ ଛାତ୍ରସଂସଦ ନେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଏସପି କଳାହାଣ୍ଡି ପକ୍ଷରୁ ମାୟାବତୀଜୀ ଙ୍କ ଜନ୍ମ ଦିନ ପାଳିତ

Sunil Chandra Nayak

ନୂତନ ସଭାପତି ଚୟନ ପରେ ବେଲଗୁଣ୍ଠାରେ କଂଗ୍ରେସ୍ ର ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ

Sunil Chandra Nayak

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

Leave a Comment

error: Content is protected !!