ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ

ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ

“ରାୟଗଡ଼ ଜିଲ୍ଲା ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ“

ରାୟଗଡ଼, ୧୬.୧୦.୨୦୨୬  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଆଇଏଏସ୍‌, ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଏହାର ଉପଯୋଗିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ, ଆଦିବାସୀଙ୍କ ଜୀବିକା ବିକାଶ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ସଂରକ୍ଷଣ ତଥା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ରାୟଗଡ଼ ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋଡ଼ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାର ପାରମ୍ପରିକ କଳା, ହସ୍ତଶିଳ୍ପ ଓ ଆଦିବାସୀ ଐତିହ୍ୟର ସଂରକ୍ଷଣ ସହ ଏହାକୁ ଜୀବିକାର ଏକ ପ୍ରମୁଖ ମାଧ୍ୟମ ଭାବେ ବିକଶିତ କରିବା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମତ ପ୍ରକାଶ କରିଥିଲେ ଯେ, ରାୟଗଡ଼ ଜିଲ୍ଲାରେ ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ ଏକ ସ୍ୱତନ୍ତ୍ର ବିଶେଷତ୍ୱ, ଯାହା ଓଡ଼ିଶାରେ ବିରଳ। ଏହି ବିଶେଷତ୍ୱର ସଦୁପଯୋଗ କରି ଜିଲ୍ଲାର ଆର୍ଥିକ ବିକାଶ ଓ ସ୍ଥାନୀୟ ଲୋକଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶେଷକରି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଶାଲ୍‌ ଓ ତୁମ୍ବା ହସ୍ତଶିଳ୍ପକୁ ଆଧାର କରି ଏକ କ୍ରାଫ୍ଟ ଭିଲେଜ୍‌ ବା ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠାର ସମ୍ଭାବନା, ପାରମ୍ପରିକ କଳାର ବଜାର ସଂଯୋଗୀକରଣ ଏବଂ କାରିଗରମାନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା। ଏଥିସହ ବ୍ଲାକ୍‌ ଡୋକ୍ରା କଳାର ପ୍ରଚାରପ୍ରସାର ଓ ଏହାର ବଜାର ସୁଯୋଗ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ, ଛାତ୍ରାବାସର ଭିତ୍ତିଭୂମି, ଖାଦ୍ୟ ବ୍ୟବସ୍ଥା ଓ କ୍ରୀଡ଼ା ସୁବିଧାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ହସ୍ପିଟାଲ୍‌ଗୁଡ଼ିକର ଉନ୍ନତିକରଣ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଆବାସ ବିକାଶ, ଡାହାଣୀ ସନ୍ଦେହଜନିତ କୁପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି ଏବଂ ଜୀବିକାଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ସଠିକ୍‌, ସ୍ୱଚ୍ଛ ଓ ଫଳପ୍ରଦ ବିନିଯୋଗ ମାଧ୍ୟମରେ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗେଣ୍ଡୁ ଫୁଲ, ଆମ୍ବ, କଫି, ମାଣ୍ଡିଆ ଓ ସପୁରୀ ଆଦିର ଉତ୍ପାଦନ ବୃଦ୍ଧି, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା। ଏଥିସହ ଜିଲ୍ଲାରେ କପା ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ରାୟଗଡ଼ ଜିଲ୍ଲାର ସ୍ଥାନୀୟ ସମ୍ବଳ, ପାରମ୍ପରିକ ଜ୍ଞାନକୌଶଳ ଓ ସାଂସ୍କୃତିକ ଐତିହ୍ୟର ଉପଯୋଗ କରି ସ୍ଥାୟୀ ଜୀବିକା ସୃଷ୍ଟି, ଆଦିବାସୀ ସମ୍ପ୍ରଦାୟର ଆର୍ଥିକ ସଶକ୍ତୀକରଣ ଏବଂ ସାମଗ୍ରିକ ଜିଲ୍ଲା ବିକାଶକୁ ଆଗେଇ ନେବା ଏହି ସମୀକ୍ଷା ବୈଠକ ଓ କ୍ଷେତ୍ର ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

masiha

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

Sunil Chandra Nayak

ଭବାନୀପାଟଣା ଷ୍ଟେସନରୁ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ରାସ୍ତା ନିର୍ମାଣ ଆଶା ଉଜ୍ୱଳ

masiha

Leave a Comment

error: Content is protected !!