ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରାତ୍ର ଉପଲକ୍ଷେ ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା

ନବରାତ୍ର ଉପଲକ୍ଷେ ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା 

ରାଉରକେଲା: ନବରାତ୍ର ଉପଲକ୍ଷେ ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟ(ଓଡ଼ିଆ ମାଧ୍ୟମ)ଠାରେ ମାତୃ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା କବିଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମା ମାନେ ଯୋଗଦେଇଥିଲେ। ସ୍ଵାମୀ ଅରୁପାନନ୍ଦ ଜୀ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ସେମାନଙ୍କ ମା ମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କଠାରୁ ଆଶିର୍ବାଦ ନେଇଥିଲେ। ସମ୍ପ୍ରତି ପିଲାମାନଙ୍କୁ ସଂସ୍କାରିତ କରିବା ଓ ପିତାମାତାଙ୍କ ପ୍ରତି ସେମାନଙ୍କ ଦାୟିତ୍ଵ ତଥା ସମ୍ମାନବୋଧ ପାଇଁ ଏଭଳି କାର୍ଯ୍ୟକ୍ରମ ର ଆୟୋଜନ ବୋଲି ସ୍ବାମୀ ଅରୁପାନନ୍ଦ ଜୀ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିଶତପଥୀ ସୂଚନା ଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ରମାକାନ୍ତ ପଣ୍ଡା ଉପସ୍ଥିତ ରହି ଚିନ୍ମୟ ମିଶନର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଏଭଳି କାର୍ଯ୍ୟକ୍ରମ ର ପରିକଳ୍ପନା ସହ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରବନ୍ଧକ ଜୀବନାନନ୍ଦ ନାୟକଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାରୀ ଶକ୍ତି ବନ୍ଦନ ଅଧିନିୟମ : ଏକ ନୂତନ ଯୁଗର ଆରମ୍ଭ

Sunil Chandra Nayak

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

masiha

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!