ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର

ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା : ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ବାସ୍ଥ୍ୟ ସଚେତନତା ଶିବିର ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ର ବିଶିଷ୍ଟ ସମାଜସେବୀ ତଥା ପରାମର୍ଶଦାତା ପୁଷ୍ପାରାଣୀ ମିଶ୍ର ଯୋଗ ଦେଇ ମହିଳା ମାନଙ୍କର ସୁସ୍ଥ ଜୀବନ ଶୈଳୀ,କର୍କଟ ରୋଗ ଜନିତ ସମସ୍ୟା କୁ କିଭଳି ଭାବେ ଦୂର କରି ପାରିବା ଜଣେଇ ଥିଲେ । ସେ କହିଥିଲେ ଯେ, ମା ମାନେ ପ୍ରଥମେ ସେମାନଙ୍କର ନିଜ ସ୍ଵାସ୍ଥ ର ଯତ୍ନ ନେବା ସହିତ ସର୍ବଦା ନିଜକୁ ଖୁସି ରଖି ପରିବାର ର ଅନ୍ୟମାନଙ୍କୁ ଖୁସି ବାଣ୍ଟିବା ଉଚିତ। ଘରର ଜଣେ ଗୃହିଣୀ ହିଁ ପରିବାର ର ପ୍ରକୃତ ପ୍ରଯତ୍ନଦାୟିକା । ଏଥିପାଇଁ ତାଙ୍କୁ ସବୁ ଦିଗରେ ସଚେତନତା ଦରକାର । ସମ୍ମାନିତ ଅତିଥି ଭାବେ ଡକ୍ଟର ରଶ୍ମୀ ଯାଦବ ତାଙ୍କ ବକ୍ତବ୍ୟରେ କହିଥିଲେ ଥିଲେ ଯେ ମହିଳା ମାନେ ନିଜକୁ ପ୍ରଥମ ପ୍ରାଥମିକତା ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ପରିବାର ର ପୁଅ ଏବଂ ଝିଅ ଙ୍କୁ ମା ମାନେ ତାଙ୍କର ସାଙ୍ଗ ଭଳି ଯୁବ ଅବସ୍ଥା ସମୟରେ ବିଭିନ୍ନ ସମସ୍ୟା କୁ କିପରି ସମାଧାନ କରାଯିବ ତାଙ୍କ ସହିତ ଖୋଲା ମନରେ ଆଲୋଚନା କରିବା ଦରକାର। ଶ୍ରଦ୍ଧା ଅନୁଷ୍ଠାନ ର ଫିଜିଓ ଥେରାପିଷ୍ଟ ଆଲୋକ ସାହୁ ମାଂସ ପେଶୀ ଜନିତ ସମସ୍ୟା ଉପରେ ତାର କାରଣ ଓ ନିରାକରଣ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସି. ଡବ୍ଳୁ. ଏସ. ହସ୍ପିଟାଲ ର ନର୍ସିଂ ସୁପରି ଟେନଣ୍ଡେଣ୍ଟ ଡ ପ୍ରଭାସିନୀ ବାର୍ଲା ବୟସ ବଢିଲେ ମହିଳା ମାନଙ୍କର ଜୀବନରେ ହେଉଥିବା ଶାରୀରିକ, ସାମାଜିକ ଏବଂ ମାନସିକ ପରିବର୍ତ୍ତନ ବିଷୟ ରେ ଏବଂ ସ୍ଵାସ୍ଥ୍ୟ ପାଇଁ ସଫାସୁତୁରା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରଦ୍ଧା ଉପସଭାପତି ଡଃ. ପ୍ରଭାକର ନାୟକ ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ ଆଜି ର ଦିନ ରେ ନିରୋଗ ଓ ଭଲ ସ୍ଵାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣୟାମ ର ଆବଶ୍ୟକତା ରହିଛି। ଏହା ନିତିଦିନିଆ ଭାବେ ଅଭ୍ୟସ୍ତ ହେଲେ , ମନକୁ ସଂଯମତା ସହିତ ଶାନ୍ତି ମିଳିଥାଏ। ଆଉ ମନ ଶାନ୍ତ ରହିଲେ ସ୍ଵାସ୍ଥ୍ୟ ଭଲ ରହିବ । ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ଦେବା ସହିତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେକ୍ଟର ୧୬ ଏ ବ୍ଳକ, ସି ବ୍ଳକ, ଜଗନ୍ନାଥପଲ୍ଳୀ, ତୁମକେଲା ଆଦି ଅଂଚଳରୁ, ମିରର ଫାଉଣ୍ଡେସନ ର କର୍ମୀ, ଶ୍ରଦ୍ଧା ସ୍କୁଲ ର ଶିକ୍ଷୟତ୍ରୀ, ଅଭିଭାବକ ମୋଟ ୮୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ ଭାଗନେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ସୁକୁମାର ପାଣ୍ଡବ, ଗଗନ ମହାନ୍ତି, ଧୀରେନ୍ କୁମାର ଓଝା, ସୁଜାତା ରାଉତ, ଅଞ୍ଜଳି ମହାରଣା,ସୈ।ଦାମିନୀ ପଟ୍ଟନାୟକ, ଇତିଶ୍ରୀ ଦାସ, ଚନ୍ଦ୍ରିକା ପାଣ୍ଡବ,ଶ୍ବେତାଙ୍ଗିନୀ ଦଣ୍ଡସେନା, ଅର୍ଚ୍ଚନା ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ କର୍ମଶାଳା

masiha

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

masiha

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!