ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

  ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ୨ କେନ୍ଦ୍ରରେ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପରୀକ୍ଷାରେ ୧୯୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୫୬ ଜଣ ପରୀକ୍ଷା ଦେଇଥିଲେ | ୩୬ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଙ୍କ ସମେତ ୧୦ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ଥିଲେ | ସେହିପରି ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପରୀକ୍ଷାରେ ୧୯୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୫୯ ଜଣ ପରୀକ୍ଷା ଦେଇଥିଲେ | ୩୩ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ଙ୍କ ସମେତ ୧୦ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

୧- ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ , ୨- ତାଳଚେର ଉପକାରାଗାରରେ ପାଳିତ ହେବ ରକ୍ଷା ବନ୍ଧନ, ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ୩- ସରସ୍ବତୀଙ୍କର ପାଞ୍ଚମାସ ହେଲା ଭତ୍ତାନାହିଁ ଅନାହାରରେ ବିତୁଛିଦିନ, ୪- ଜିରାଳ ଗାଁରେ ଜଣ୍ଡିସ ଆତଙ୍କ, ୯ ଛାତ୍ରଛାତ୍ରୀ ଆକ୍ରାନ୍ତ , ୫- କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସନ୍ଦା, ୬- ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

Sunil Chandra Nayak

Leave a Comment

error: Content is protected !!