ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ 50ୟୁନିଟ ରକ୍ତ ସଂଗ୍ରହ 

ପାପଡାହାଣ୍ଡି,29/04, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶନିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅଧିକାରୀ ପ୍ରିୟରଞ୍ଜନ ବାହାଲି ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିରୂପେ ଯୋଜନାବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଷୋୟୀ, ସିଡିପିଓ ଏସ. ଗୀତା ପ୍ରମୁଖ ଯୋଗଦେଇଥିଲେ | ରକ୍ତଦାନ ଶିବିରରେ 50 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ଅତିଥି ମାନେ ରକ୍ତଦାତା କୁ ଉତ୍ସାହିତ ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ | ରକ୍ତ ସଂଗ୍ରହ କରିବା ପାଇଁ ନବରଙ୍ଗପୁର ରକ୍ତଭଣ୍ଡାର ରୁ ଅରୁଣ ସ୍ୱାଇଁ ସହ ଟିମ ରହିଥିଲେ | କାର୍ଯ୍ୟକ୍ରମ କୁ ଡା. ଦିଲୀପ ଦଳେଇ, ଡା. ମନସ୍ମିତା ମହାନ୍ତି,ପ୍ରତାପ ମହାନ୍ତି,ଶୁଭ୍ରାଂଜନ ପଟ୍ଟନାୟକ,ସନ୍ତୋଷ କୁମାର ସାହୁ, ରଞ୍ଜନ କୁମାର ବିଷୋୟୀ,ଗୁପ୍ତ ପ୍ରସାଦ ସାହୁ,ସନ୍ତୋଷ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ | ଯଶୋବନ୍ତି ମେହେର, ଜାଭେଦ ଖାନ,ସୁରେନ୍ଦ୍ର କୁମାର ଦାସ,ସୁରେନ୍ଦ୍ର କୁମାର ପୂଜାରୀ,ତୁଷାର କାନ୍ତ ପରିଡା,ଗଗନ ବିହାରୀ ମୁରୁଲି,ପ୍ରଦୋଷ କୁମାର ବୈପାରୀ ଏହି ଶିବିର ରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରି ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ”ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଜିଲ୍ଲା ସ୍ୱାସ୍ଥ୍ୟ ଟିମ ର ଗମ୍ବାରୀଗୁଡା ରେ ସ୍ଥିତି ଅନୁଧ୍ୟାନ

Sunil Chandra Nayak

ବାଇକ୍ ରେ ଆସିଲେ, ଆମ୍ବୁଲାନ୍ସ ରେ ପ୍ରସବ 

masiha

Leave a Comment

error: Content is protected !!