ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଟାହାଣ୍ଡି ସମନ୍ୱିତ ଭିତ୍ତିଭୂମି କଂପ୍ଲେକ୍ସ ପରିଦର୍ଶନ କଲେ ଜିଲ୍ଲାପାଳ:ନଭେମ୍ବର ଶେଷ ସୁଦ୍ଧା ଉଦ୍‌ଘାଟନ ପାଇଁ ନିର୍ଦ୍ଦେଶ

ଚଟାହାଣ୍ଡି ସମନ୍ୱିତ ଭିତ୍ତିଭୂମି କଂପ୍ଲେକ୍ସ ପରିଦର୍ଶନ କଲେ ଜିଲ୍ଲାପାଳ:ନଭେମ୍ବର ଶେଷ ସୁଦ୍ଧା ଉଦ୍‌ଘାଟନ ପାଇଁ ନିର୍ଦ୍ଦେଶ

ନବରଙ୍ଗପୁର:( ତାରିଖ-୧୬.୧୦.୨୦୨୬ )(ରବି ନାରାୟଣ ମହାନ୍ତି)ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ନବରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ଚଟାହାଣ୍ଡିସ୍ଥିତ ସମନ୍ୱିତ ଭିତ୍ତିଭୂମି ପରିସର (IIC) ପରିଦର୍ଶନ କରି ପରିସରର ସଫେଇ କାର୍ଯ୍ୟ ତଥା ବିଭିନ୍ନ ଅନୁଷ୍ଠାନର ଶୀଘ୍ର ସ୍ଥାନାନ୍ତରଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ତୁରନ୍ତ ସମ୍ପନ୍ନ କରିବା ସହ ନଭେମ୍ବର ମାସ ଶେଷ ସୁଦ୍ଧା ଏହି ପରିସରର ଉଦ୍‌ଘାଟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାସହିତ, ପରିସରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତିମୂଳକ କାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଜିଲ୍ଲା ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟ, ବୃଦ୍ଧାଶ୍ରମ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ଏହି ସମନ୍ୱିତ ଭିତ୍ତିଭୂମି ପରିସରକୁ ସ୍ଥାନାନ୍ତରଣ କରିବା ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କ ସମେତ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତା ଫଳାଫଳରେ ୫ଜଣ ପ୍ରଥମ

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!