ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲ ନଗର ସି-ବ୍ଲକରେ ଭବ୍ୟ ଡାଣ୍ଡିଆ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

କୋଏଲ ନଗର ସି-ବ୍ଲକରେ ଭବ୍ୟ ଡାଣ୍ଡିଆ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, ରାଉରକେଲା ସହରର କୋଏଲ ନଗର ସି-ବ୍ଲକ ପୂଜା ପେଣ୍ଡାଲ ଠାରେ କୋଏଲ ନଗର ସି-ବ୍ଲକ ପୂଜା କମିଟି ଏବଂ ଲେଡି ଲାୟନ – ଦି ହେଲ୍ପିଂ ହ୍ୟାଣ୍ଡ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଦୁଇ ଦିନ ବ୍ୟାପୀ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ନବରାତ୍ରୀ ଓ ଦୁର୍ଗା ପୂଜା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଦିନ ମହିଳା ଓ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭବ୍ୟ ଡାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଡାଣ୍ଡିଆରେ ପ୍ରାୟ ୫୦୦ ରୁ ୬୦୦ ମହିଳା ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମା’ ଦୁର୍ଗାଙ୍କ ଭକ୍ତି ସଙ୍ଗୀତର ତାଳେ ତାଳେ ସମସ୍ତେ ନୃତ୍ୟ କରି ପରିବେଶକୁ ଭକ୍ତିମୟ କରିଦେଇଥିଲେ। ଦ୍ୱିତୀୟ ଦିନ ଛୋଟ ଛୋଟ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶତାଧିକ ପିଲା ଏଥିରେ ଭାଗ ନେଇ ନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୁର୍ଗା ପୂଜା, ପରିବେଶ ସୁରକ୍ଷା ଓ ମା’ ଦୁର୍ଗାଙ୍କ ବିଭିନ୍ନ ରୂପକୁ ନେଇ ପିଲାମାନେ ସୁନ୍ଦର ଚିତ୍ର ଆଙ୍କିଥିଲେ। ସନ୍ଧ୍ୟା ସମୟରେ ୧୩ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପିଲାମାନେ ବିଭିନ୍ନ ଭକ୍ତି ଓ ଆଧୁନିକ ଗୀତରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ବିଜେତା ପିଲାମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲେଡି ଲାୟନ ପ୍ରତିଷ୍ଠାତା ତଥା ସଭାପତି ବନ୍ଦିତା ମହାତୋ, ସହ-ପ୍ରତିଷ୍ଠାତା କବିତା ମହାତୋ, ସମ୍ପାଦିକା ତଥା କାର୍ଯ୍ୟକ୍ରମର ସଞ୍ଚାଳିକା ସ୍ନେହଲତା ପାତ୍ର, କୋଷାଧ୍ୟକ୍ଷ ଭାରତୀ ତ୍ରିପାଠୀ, ଉପ-ସଭାପତି ଧର୍ମାୟା ବିଷ୍ଟ, ସୁଚିତ୍ରା ଦାର୍ଜୀ, ଛବି ପାତ୍ର, ଚାନ୍ଦନୀ, ଲିପ୍ସା, ସୁଜାତା, ପ୍ରିୟା ଯାଦବ, ମୋନୁ ସିଂହ, ଅନୁପମା ଦାସ, ଫୁଲମଣି ସମାଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୋଏଲ ନଗର ସି-ବ୍ଲକ ପୂଜା କମିଟିର ସଭାପତି ଅବନୀକାନ୍ତ ସିଂହ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ରାୟ, ମୁଖ୍ୟ ପରାମର୍ଶଦାତା ପ୍ରଶାନ୍ତ କୁମାର ସାରଙ୍ଗୀ, ଚେତନ କୁମାର ବୁଦ୍ଧଦେବ, ରାଜେଶ ମହାପାତ୍ର, ରାଜେଶ କୁମାର ସିଂହ, ଅଜିତ କୁମାର ସାମଲ, ନୀଳୟ ପାତ୍ର, ରାଜେଶ ସାରଙ୍ଗୀ, ଶ୍ୟାମଲ ଦାସ, ଅକ୍ଷୟ ରାଉତ, ରବୀନ୍ଦ୍ର ନନ୍ଦ, ବିଶ୍ୱନାଥ ନାୟକ, ସୁଭାଷ ଚନ୍ଦ୍ର ଓହଦାର ଏବଂ ହାପି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅତିଥି ଭାବେ ଯୁବ ବ୍ୟବସାୟୀ ରିକ୍କୀ ବଜାଜ, ସମାଜସେବୀ ବିକାଶ ଚନ୍ଦ୍ର ସାରଙ୍ଗୀ, ଶିଳ୍ପପତି ସୁଚିତ ଅଗ୍ରୱାଲ, ସମାଜସେବୀ ଦୀପକ ଦାସ, ନିରଞ୍ଜନ ଗୁପ୍ତା, ସସ୍ମିତା ପ୍ରଧାନ, ଭୂମି ଶ୍ରେୟା ମହାତୋ, ସନ୍ଦୀପ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

masiha

ରାଇରଙ୍ଗପୁର ଠାରେ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ

Sunil Chandra Nayak

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

masiha

Leave a Comment

error: Content is protected !!