ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରହାତ ଖଡ୍ଗ ଓ ପାଇକ ଶୋଭାଯାତ୍ରା 

ବାରହାତ ଖଡ୍ଗ ଓ ପାଇକ ଶୋଭାଯାତ୍ରା 

ରାଉରକେଲା: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାରହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନରୁ ବାହାରି ସହର ପରିକ୍ରମା କରିଥିଲା। ଖଡ୍ଗ ଭବନ ଠାରେ ଦିବା ୧୦ ଟା ସୁଦ୍ଧା ସମସ୍ତ ନୀତିନିୟମ ସମ୍ପନ୍ନ କରାଯିବା ପରେ ମହାସଭାର ଉପଦେଷ୍ଟା ହରିହର ରାଉତରାୟ,ଡା ୟୁ ସି ଜେନା,ବା ଗୋପବନ୍ଧୁ ବଳ, ପ୍ରାକ୍ତନ ସଭାପତି ସାରଦା ପ୍ରସାଦ ନାୟକ, ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଶଶଧର ପାତ୍ର, ପ୍ରତିଷ୍ଠାତା ସଦସ୍ୟ ଯଦୁମଣି ସ୍ବାଇଁ,ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଖଡ୍ଗ ଭବନରୁ ବାହାରି ସେକ୍ଟର ୨ ବିଜୁ ପଟ୍ଟନାୟକ,ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସ, ଭଞ୍ଜଭବନ ସମ୍ମୁଖସ୍ଥ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଙ୍କ ପରେ ସେକ୍ଟର ୧ ଦୁର୍ଗା କ୍ୟାଣ୍ଟିନ ଛକ, ସେକ୍ଟର ୧ ଦୁର୍ଗା ପୂଜା ମଣ୍ଡପ ହୋଇ ରାଉରକେଲା କ୍ଲବ, ସେକ୍ଟର ୬ ଇସ୍ପାତ ଷ୍ଟାଡିୟମ, ସେକ୍ଟର ୫ ସୁରୁଚି ବଜାର ହୋଇ ମହାସଭାର ଖଡ୍ଗ ଭବନକୁ ଫେରି ଥିଲା। ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ରାଣୀ ଶୁକଦେଇ ମହିଳା ସଂଗଠନର ସମସ୍ତ ମହିଳା ଏକ ଡିଜାଇନ୍ ର ଶାଢ଼ୀ ପିନ୍ଧି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏହାପରେ ସମସ୍ତେ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ।

         ସେହିପରି ରାଉରକେଲା କମିଟି ତରଫରୁ ଖଡ୍ଗ ଓ ପାଇକ ଶୋଭାଯାତ୍ରା ବିଶ୍ରା ଛକରୁ ଆରମ୍ଭ ହୋଇ ରାଉରକେଲା ମାର୍କେଟ ର ମୁଖ୍ୟମାର୍ଗ ଦେଇ ଉଦିତ ନଗର ଛକ ହୋଇ ଆଇଟିଆଇ ଛକ ବା ରଘୁନାଥପାଲୀ ଥାନା ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ରାଉରକେଲା ଶାଖା ନିକଟରେ ପହଂଚିଥିଲା। ଶାଖାର ସଭାପତି ଋଷିନାଥ ବିଶ୍ବାଳ, ସାଧାରଣ ସମ୍ପାଦକ ରଞ୍ଜିତ ବିଶ୍ବାଳ, ଉତ୍କଳ କୁମାର ବିଶ୍ବାଳ ଙ୍କ ନେତୃତ୍ବରେ ମହାସଭାର ରାଜ୍ୟ ସଭାପତି ପ୍ରସନ୍ନ ପାଟ୍ଟଶାଣୀ, ପୃଥ୍ବୀ କ୍ଷତ୍ରିୟ ମହାସଂଘର ସଭାପତି ପ୍ରଫେସର ଡ କିଶୋର ଦେବୀଦତ୍ତ ପୃଥ୍ୱୀରାଜ ପ୍ରତାପ ସିଂହ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ହରିହର ରାଉତରାୟ, ଉପେନ୍ଦ୍ର ନାୟକ, ଶଶଧର ପାତ୍ର, ଶ୍ରୀଚରଣ ସାମଲ, ରାଜକିଶୋର ମାନସିଂହ,ସିଲୁ ଦାସଙ୍କ ସମେତ ମହାସଭାର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। ସେହିପରି ହିତୀବାଡି, ଖୋର୍ଦ୍ଧା, ସାକ୍ଷୀଗୋପାଳ,ଯାଜପୁର ତଥା ବିଭିନ୍ନ ସ୍ଥାନରୁ ଆସିଥିବା ପାଇକ ଆଖଡ଼ା ଦଳର ସଦସ୍ୟମାନେ ସେମାନଙ୍କ କଳା କୈ।ଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସଫଳ କରିବା ସହ ରାତ୍ରି ଭୋଜନ ରେ ଆପ୍ୟାୟିତ ହୋଇଥିଲେ। ଉଭୟ କାର୍ଯ୍ୟକ୍ରମର ସଫଳତା ପାଇଁ ଇସ୍ପାତ ନଗର କମିଟିର ସାଧାରଣ ସମ୍ପାଦକ ଶ୍ରୀ ପାତ୍ର, ରାଉରକେଲା କମିଟିର ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନଜୀବୀ ଅର୍ଜୁନ ଦୀପ ଙ୍କ ଅକାଳ ବିୟୋଗ

Sunil Chandra Nayak

ନୀଳାଚଳ ପରିଷଦର ସରସ୍ଵତୀ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

masiha

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

Leave a Comment

error: Content is protected !!