ଚିଲିଗୁଡାରେ ମା ଠାକୁରାଣୀଙ୍କ ଦଶହରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଜୁନାଗଡ ୨୨/୧୦ ( ମନୀସ ) ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗାଁ ରେ ଶାରଦୀୟ ଦୁର୍ଗାପୂଜା ଓ ମା ଠାକୁରାଣୀଙ୍କ ବିଜୟା ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ଦୁର୍ଗାପୂଜାର ନବମୀ ଓ ଦଶମୀ ଦିନ ମାଙ୍କ ପୂଜା ରୀତିନୀତି ଅନୁସାରେ ସମ୍ପନ୍ନ କରାଯାଇଥିଲା ।ଏଥିରେ ମୁଖ୍ୟ ପୂଜକ ଦାୟିତ୍ୱ ତୁଲାଇଥିବାବେଳେ କର୍ତ୍ତା ଭାବେ ଶ୍ରୀପତି ପଟେଲ ଏବଂ ତାଙ୍କ ପତ୍ନୀ ସୁରେଖା ପଟେଲ ଦାୟିତ୍ୱ ତୁଲାଇଥିଲେ ।ମାଙ୍କ ନବମୀ ପୂଜା ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଉପ।ଧକ୍ଷ ଭବସିନ୍ଧୁ ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସମ।ଜସେବୀ ଉଦ୍ଧବ ଚରଣ ସାହୁ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥିଭାବେ ବିଜେପ ମହିଳା ମୋର୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀ ମତି କାଞ୍ଚନ ବାଗ , ଦାସିଗାଁ ଯୋନ ସଭାପତି ଅଂଶୁମାନ ଯୋଶୀ , ଶିକ୍ଷାବିତ ପଦ୍ମନାଭ ନାଗ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଅକ୍ଷୟ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ମା ଠାକୁରାଣୀଙ୍କ ଦଶହରା ପର୍ବର ସାଂସ୍କୃତିକ ସନ୍ଧ୍ୟାରେ ଭାରତୀୟ ଜାତୀୟ କଂଗ୍ରେସର ବ୍ଲକ ସଭାପତି ଚିତ୍ତ ରଞ୍ଜନ ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଫାଣ୍ଡି ଅଧିକାରୀ ମିନ ରାଓ ଶବର ,ଯୁବ ନେତା ପରମେଶ୍ୱର ମୋଟେଲ ପ୍ରମୁଖ ଯୋଗଦାନ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ବାମଦେବ ପାଢ଼ୀ ,ଉପସଭାପତି ରାଧେଶ୍ୟାମ ନାଗ ,ସମ୍ପାଦକ ଦାମୋଦର ପଟେଲ ,କୋଷାଧ୍ୟକ୍ଷ ମଧୁସୂଦନ ନ।ଏକ ମୁଖ୍ୟ ଦାୟିତ୍ୱ ବହନ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମକୁ ନୀଳକଣ୍ଠ ନ।ଏକ ଏବଂ ବିରଞ୍ଚି ସାହୁ ପରିଚାଳନା କରିଥିବାବେଳେ ଦୁର୍ଗାପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

