ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର

ରୁପ୍ରା, 23/10 (ଅଜୟ ସେନାପତି ): ନର୍ଲାବ୍ଲକ ଅନ୍ତର୍ଗତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁପ୍ରା ଶାଖା ପକ୍ଷରୁ ରୁପ୍ରା ପଞ୍ଚାୟତର ଭାଲୁକଟା ସ୍ଥିତ କମ୍ୟୁନିଟି ଗୃହରେ ଶୁକ୍ରବାର ଦିନ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏସ୍ ବି ଆଇ ରୁପ୍ରା ଶାଖାର ଶାଖା ପ୍ରବନ୍ଧକ ସୁବ୍ରତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ରୁପ୍ରା ସରପଞ୍ଚ ଡଲି ବେହେରା, ସମ୍ମାନିତ ଅତିଥିଭାବେ ଏଫ୍. ଏଲ୍. ସି. ଭବାନୀପାଟଣା ଧ୍ରୁବ ପ୍ରସାଦ ସିଂ ଓ ସି. ଆର୍. ପି ରୁପ୍ରା ମୁକ୍ତା ଭୋଇ ପ୍ରମୁଖ ଯୋଗଦେଇ ଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଉକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଥିବା ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସାର୍ବଜନୀନ ଅଭିଯାନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅଧୀନରେ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ବ୍ୟାଙ୍କିଙ୍ଗ୍ ସେବା, ଆର୍ଥିକ ସୁରକ୍ଷା ଓ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହିତ ଏହାର ଉପକାରିତା ସମ୍ପର୍କରେ ସଚେତନ କରିବେ ବୋଲି ଜଣାପଡିଛି । ତେବେ ଏହି ପରିପ୍ରେକ୍ଷୀରେ ଆରଡିଆଇ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁପ୍ରା ଶାଖାର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଶିବରରେ ଉପସ୍ଥିତ ଗ୍ରାମବାସୀଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ଓ ସରକାରୀ ଯୋଜନା ସମ୍ପର୍କରେ ବୁଝାଇବା ସହ ସଚେତନତା ସୃଷ୍ଟିରେ ସହଯୋଗ କରିଥିଲେ। ଶେଷରେ ଏସ୍.ବି.ଆଇ ରୁପ୍ରା ଶାଖା ପ୍ରବନ୍ଧକ ଶ୍ରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ମା’ ରମା ଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

masiha

ଖଣ୍ଡାୟତ ମହାସଭାର ସ୍ବତନ୍ତ୍ର ବୈଠକ

Leave a Comment

error: Content is protected !!