ନାବାଳିକା ଧର୍ଷଣ ଓ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ
ପୋଲିସ ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ଝିଅର ଜୀବନ ବଞ୍ଚି ଯାଇଥାନ୍ତ
ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା ପୁଲିସ ଓ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବୀ
ଜଳେଶ୍ଵର,୨୩/୧୦(ମନିସ)- ନାମ୍ପୋ ଫାଣ୍ଡି ଅନ୍ତର୍ଗତ ପଶ୍ଚିମବାର୍ଡ ପଞ୍ଚାୟତ ଅଧୀନ ଦେବକୁମାର ଗାଁର ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା କୁ ପ୍ରଥମେ ଅପହରଣ,ପରେ ଧର୍ଷଣ ଓ ଶେଷରେ ହତ୍ୟା ଘଟଣାର ଅନୁସନ୍ଧାନ ତଥା ବିହିତ କାର୍ଯ୍ୟlନୁଷ୍ଠାନ ଦାବି କରି ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଜଳେଶ୍ୱର ଥାନାରେ ମଧ୍ୟାହ୍ନ ୧୨ଟl ରେ ପହଞ୍ଚି ଥାନା ଆଇ ଆଇ ସି ଅଶୋକ କୁମାର ବାରିକଙ୍କ ସହିତ ଆଲୋଚନା ପରେ ସେଠାରୁ ସେମାନେ ପଶ୍ଚିମବାର୍ଡ ଯାଇ ମୃତକ ପରିବାରକୁ ଭେଟି ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ lଏହି ଅନୁସନ୍ଧାନକାରୀ ଦଳରେ ବିଧାନସଭାର କଂଗ୍ରେସ ଦଳର ଉପ ମୁଖ୍ୟ ସଚେତକ ଅଶୋକ ଦାସ,ରାଜ୍ୟ ସାଧାରଣ ସମ୍ପାଦକ ବାଙ୍କ ବିହାରୀ ବେହେରା, ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ନେତା ସୁଦର୍ଶନ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ,କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ଡ.ମନୀଷା ଦାଶ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉର୍ମିଳା ମାଝୀ ପ୍ରମୁଖ ସାମିଲ ଥିଲେ l ସେମାନଙ୍କ ବ୍ୟତୀତ ପିସିସି ସମ୍ପାଦକ ରାଜୀବ ପରିଡ଼ା, ଜଳେଶ୍ଵର ବ୍ଲକ ସଭାପତି ହେମନ୍ତ ଗିରି, ଟାଉନ ସଭାପତି ଜଗଦୀଶ ନନ୍ଦୀ, ସଂଯୋଜକ ମଧୁସୂଦନ ଦାସ, କିଶାନ ନେତା ସୁଦାମ ଚରଣ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଗିରିଜା ଶଙ୍କର ଦାସ ପ୍ରମୁଖ ନେତୃବନ୍ଦ ମଧ୍ୟ ସାମିଲ ଥିଲେ l ପୋଲିସ ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଉ ଥାନ୍ତା ତେବେ ସେ ଝିଅର ଜୀବନ ରକ୍ଷା ହୋଇ ପାରିଥାନ୍ତା l ପୋଲିସର ଅବହେଳା ସେ ଝିଅର ଧର୍ଷଣ ପରେ ହତ୍ୟା ପାଇଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ l ଶାସକ ଦଳର ନେତାମାନଙ୍କ ପୋଲିସ ଉପରେ ପ୍ରଭାବ ମଧ୍ୟ ଏହି ଘଟଣାକୁ ପ୍ରଭାବିତ କରିଛି l ୧୬ ତାରିଖରୁ ୨୨ ତାରିଖ ଭିତରେ କେଉଁ ନେତାମାନେ ଜଳେଶ୍ଵର ଆଇଆଇସିଙ୍କୁ ଫୋନ କରିଛନ୍ତି,ତାର ବିସ୍ତୃତ ଯାଞ୍ଚ ହେବାକୁ କଂଗ୍ରେସ ଦାବି କରିଛି l ଏହି ଧର୍ଷଣ ଓ ହତ୍ୟା ପଛରେ ଜଣେ ନୁହଁ, ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି l ପ୍ରମାଣ ଲୁଚାଇବା ପାଇଁ ଯେଉଁ କେମିକାଲ ଓ ପଦ୍ଧତି ବ୍ୟବହାର କରାଯାଇଛି, ତାହା ମଧ୍ୟ ଘଟଣାକୁ କୁହେଳିକା ଭିତରକୁ ନେଇଯାଇଛି l ସେଥିପାଇଁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କରିବା ସହିତ ଦୋଷୀ ପୋଲିସ ଅଧିକାରୀ ମାନଙ୍କୁ ବଦଳି ନୁହଁ, ସେମାନଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ କଂଗ୍ରେସ ଦାବି କରିଛି l ଏହା ସହିତ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସେ ଝିଅର ବଡ଼ ଭଉଣୀଙ୍କୁ ସରକାରୀ ଚାକିରି ମଧ୍ୟ ଦାବି କରିଛି କଂଗ୍ରେସ lଜଳେଶ୍ୱର ଅଞ୍ଚଳରେ କ୍ରମଶଃ ଅପରାଧ ବୃଦ୍ଧି ପାଉଛି l ମଦର ପ୍ରସାର ସହିତ ବାଲି ଓ ମାଟିର ଚୋରା କାରବାର ଇତ୍ୟାଦି ଏହି ଅପରାଧ ବଢ଼ିବା ପଛର କାରଣ ଏବଂ ଏଥିରେ ପୋଲିସ ଓ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ମଧ୍ଯ ଉଦବେଗ ପ୍ରକାଶ କରିଛନ୍ତି l
ସୁକୁମାର ରଣା ଙ୍କ ରିପୋର୍ଟ୍

