ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତା ନାବାଳିକାଙ୍କ ପରିବାରକୁ ଭେଟିଲେ ବିଜେଡି ଟିମ୍,  ଜଳେଶ୍ଵର ଥାନା ଆଇ ଆଇ ସି ଅଶୋକ କୁମାର ବାରିକଙ୍କ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି:ନାମ୍ପୋ ଫାଣ୍ଡି ଅଧିକାରୀ କରନ୍ ମାରାଣ୍ଡି ନିଲମ୍ବିତ

ମୃତା ନାବାଳିକାଙ୍କ ପରିବାରକୁ ଭେଟିଲେ ବିଜେଡି ଟିମ୍,  ଜଳେଶ୍ଵର ଥାନା ଆଇ ଆଇ ସି ଅଶୋକ କୁମାର ବାରିକଙ୍କ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି:ନାମ୍ପୋ ଫାଣ୍ଡି ଅଧିକାରୀ କରନ୍ ମାରାଣ୍ଡି ନିଲମ୍ବିତ

ଜଳେଶ୍ଵର,୨୩/୧୦(ମନିସ)-,ବାଲେଶ୍ୱର ଏସ.ପି ପ୍ରତ୍ୟୁଷ ଦିବାକର ଆଜି ଜଳେଶ୍ଵର ଥାନାରେ ପହଞ୍ଚି ଗତ କାଲି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନାବାଳିକାଙ୍କ ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି।ପରେ ସେ ଉପସ୍ଥିତ ଗଣମାଧ୍ୟମକୁ ଜଳେଶ୍ଵର ଥାନା ଆଇ.ଆଇ.ସି ଅଶୋକ କୁମାର ବାରିକଙ୍କ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହେବା ସହିତ କର୍ତ୍ତବ୍ୟରେ ଅବହେଳା ପାଇଁ ନାମ୍ପୋ ଫାଣ୍ଡି ଅଧିକାରୀ କରନ୍ ମାରାଣ୍ଡିଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି।ନୂତନ ଭାବେ ଥାନା ଆଇ.ଆଇ.ସି ରୂପେ ମୁକୁନ୍ଦ ମୁରାରୀ ପାତ୍ର ନିଯୁକ୍ତି ପାଇଥିବା ଜଣାପଡ଼ିଛି।ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାଙ୍କୁ ଗିରଫ କରିବା ପରେ ସେ ନିଜେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଛି ବୋଲି ସ୍ୱୀକାର କରିଛି।ଆଜି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତା ନାବାଳିକାଙ୍କ ଦେବକୁମାର ଗ୍ରାମକୁ ଯାଇ ପରିବାରବର୍ଗଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ଶୋକ ପ୍ରକାଶ କରିଛନ୍ତି।ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ,ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର,ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ,ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ,ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ,ପୌର ପରିଷଦ ନଗରପାଳ ପ୍ରତୀପ କୁମାର ପ୍ରଧାନ ପ୍ରମୁଖ ନେତୃବୃନ୍ଦ ସାମିଲ ଥିଲେ।ଆଜି ଅପରାହ୍ନରେ ଉତ୍ତ୍ୟକ୍ତ ଜନତା ଟାୟାର ଜାଳି ଜଳେଶ୍ଵର – ପଶ୍ଚିମବାର୍ଡ ରାସ୍ତାର ସୁଲତାନପୁର ଠାରେ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାହୀ ଅଧିକାରୀ ନୟନ କୁମାର ନାଥ ଙ୍କ ପରଲୋକ

masiha

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!