ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକ: ପ୍ରଶାସନର କାର୍ଯ୍ୟଦକ୍ଷତା ସହିତ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ମିଳିତ ହିଁ ଆଦର୍ଶ ଏବଂ ବିକଶିତ ଅଞ୍ଚଳ ଗଠନରେ ସହାୟକ ହୋଇପାରିବ

ଥୁଆମୂଳ ରାମପୁର ବ୍ଳକ: ପ୍ରଶାସନର କାର୍ଯ୍ୟଦକ୍ଷତା ସହିତ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ମିଳିତ ହିଁ ଆଦର୍ଶ ଏବଂ ବିକଶିତ ଅଞ୍ଚଳ ଗଠନରେ ସହାୟକ ହୋଇପାରିବ

ଥୁଆମୂଳ ରାମପୁର:୨୫/୧୦ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ପାଇଁ ସେହି ଅଞ୍ଚଳର ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଦକ୍ଷତା ତଥା ଦୂରଦୃଷ୍ଟି ଉପରେ ନିର୍ଭର କରେ। ଗଣତନ୍ତ୍ରର ଏହି ଦୁଇଟି ସ୍ତମ୍ଭ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି କାମ କରନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଏବଂ ବିକାଶମୂଳକ ଯୋଜନାକୁ ସଫଳ ଭାବେ ରୂପାୟନ କରିବା ପାଇଁ ଉଭୟଙ୍କ ମଧ୍ୟରେ ଏକ ମଜଭୁତ ସମନ୍ବିୟ ରହିବା ନିହାତି ଭାବରେ ଜରୁରୀ।

ସ୍ଥାନୀୟ ଜନପ୍ରତିନିଧିଙ୍କ ଭୂମିକା ହେଉଛି ଜନସାଧାରଣଙ୍କ ସ୍ବର, ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା ବିଧାୟକ, ସରପଞ୍ଚ ମାନେ ସିଧାସଳଖ ଲୋକଙ୍କ ସହିତ ଜଡିତ ରହିବା ଉଚିତ। ଅଞ୍ଚଳର ମୌଳିକ ସମସ୍ଯା ଯେପରି ପାନୀୟ ଜଳ, ରାସ୍ତାଘାଟ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ସମ୍ପର୍କିତ ଅଭାବ ଅସୁବିଧାକୁ ଚିହ୍ନଟ କରିବା ସେମାନଙ୍କର ପ୍ରାଥମିକ ଦ୍ବାୟୀତ୍ବ। ଜନସାଧାରଣଙ୍କ ଆବଶ୍ୟକତାକୁ ଆଧାର କରି ବିକାଶର ଏକ ନକ୍ସା ପ୍ରସ୍ତୁତ କରିବା ଏବଂ ତାହାକୁ ଉପରିସ୍ଥ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ଦୃଢ ଭାବେ ଉପସ୍ଥାପନା କରିବା ସେମାନଙ୍କ କାର୍ଯ୍ୟ। ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରିବା ଓ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଜନପ୍ରତିନିଧିମାନେ ହେଉଛନ୍ତି ମୁଖ୍ୟ ସେତୁ ସାଜିବାକୁ ପଡିବ ତେବେ ଯାଇ ଅଞ୍ଚଳର ବିକାଶ ସମ୍ଭବ ବୋଲି ଲୋକମାନେ କହୁଛନ୍ତି। ଏହାଛଡା ସ୍ଥାନୀୟ ପ୍ରଶାସନଙ୍କ ଭୂମିକା ଅଧିକ ଗୁରୁତ୍ୱ ଯୋଜନାର ସଫଳ ରୂପାୟନ ଉପରେ ଧ୍ଯାନ ଦେବା ଦରକାର। ଏତତବ୍ଯତିତ ଯୋଜନାର ସ୍ବଚ୍ଛତା ଉପରେ ଜିଲ୍ଲାପାଳ କିମ୍ବା ବିଡିଓ ଙ୍କ ଭଳି ଅଧିକାରୀମାନେ ନିଶ୍ଚିତ କରିବା ଉଚିତ ଯେ, ସରକାରୀ ପାଣ୍ଠିର ସଠିକ୍ ଓ ସ୍ବଚ୍ଛ ଭାବରେ ବିନିଯୋଗ ହେଉଛି କି ନାହିଁ। ବିକାଶ ମୂଳକ ପ୍ରକଳ୍ପ ଗୁଡିକୁ କୌଣସି ଅଯଥା ବିଳମ୍ବ ନକରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ପ୍ରଶାସନର ଦାୟିତ୍ୱ। ଯେପରିକି ସରକାରୀ ନୀତିର ସଠିକ ପରିଚାଳନା, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ବ୍ଯବସ୍ଥାକୁ ସରଳ ଓ ଦୁର୍ନୀତିମୁକ୍ତ କରିବା ଆବଶ୍ୟକ। ଅପରପକ୍ଷରେ ଅଞ୍ଚଳର ପ୍ରଗତି ପାଇଁ ରାଜନୈତିକ ଆକ୍ରୋଶ କିମ୍ବା ପ୍ରଶାସନିକ ଶିଥିଳତା ଦୂର ହେବା ଦରକାର। ପ୍ରଶାସନ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଉଚିତ ଏବଂ ଜନପ୍ରତିନିଧିମାନେ ଦଳୀୟ ସ୍ବାର୍ଥରୁ ଉର୍ଦ୍ଧ୍ବକୁ ଉଠି ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି। ଯେତେବେଳେ ପ୍ରଶାସନର କାର୍ଯ୍ୟଦକ୍ଷତା ସହିତ ଜନପ୍ରତିନିଧିଙ୍କ ଇଛାଶକ୍ତି ମିଳିତ ହେବ, ସେତେବେଳେ ହିଁ ଏକ ଆଦର୍ଶ ଏବଂ ବିକଶିତ ଅଞ୍ଚଳ ଗଠନ ହୋଇପାରିବ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅବ୍ଯବସ୍ତା ଘେରରେ ସିମେଲପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ପୁରୀ ହରିହର ଛକରେ ରାଉରକେଲା ର ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଅନ୍ନ ଓ ପାନୀୟ ଜଳ ବଣ୍ଟନ

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!