ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ତା ୨୬/୧୦/୨୬,ସମ୍ଭାବ୍ୟ ଅର୍ଣ୍ଣବ ବାତ୍ୟାର ମୁକାବିଲା ପାଇଁ ଆଜି ବିଡିଓ ଅସିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ତହସିଲଦାର ସୋନାଲି ପାତ୍ର, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଘ, ଏଇଇ ସୌରଭ ନାୟକ, ଡାକ୍ତର ଦେବାଶିଷ ମନ୍ତ୍ରୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଏ ଇ ମହେଶ୍ୱର ପାତ୍ର, ବିଦ୍ୟୁତ ବିଭାଗ ଯନ୍ତ୍ରୀ ଯୁଗାନ୍ତ ଦାସ, ଏବିଇଓ ବାସୁଦେବ ଦେବରପଲ୍ଲୀ,ଜିପିଡିଓ ଅମିର ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଥିଲେ। ସମ୍ଭାବ୍ୟ ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ୧୩ ଟି ପଞ୍ଚାୟତର ସରପଞ୍ଚ, ପି ଇ ଓ, ଜିଆରଏସ, ଗ୍ରାମ୍ୟ ରୋଜଗାର ସେବକ, କୃଷି ବିଭାଗ, ଅଗ୍ନୀସମ ବିଭାଗ, ପୁଲିସ ବିଭାଗ , ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ବିଭାଗ ଓ ଶିକ୍ଷା ବିଭାଗ ର କର୍ମଚାରୀ ଙ୍କୁ ନେଇ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ ଗୁଡିକରେ ପ୍ରାୟ ୮୦ ପ୍ରତିଶତ ଲୋକ ନିଜ ନିଜ ଜମି ଗୁଡ଼ିକରେ ଗଛ ମୂଳେ, ପାହାଡ ତଳେ କୁଡ଼ିଆ ଘର କରି ରହନ୍ତି। ସେମାନଙ୍କୁ ୨୮ ଓ ୨୯ ଦିନ ପାଇଁ ଅତି ଶୀଘ୍ର ସତର୍କ ସୂଚନା ଓ ଆବଶ୍ୟକ ସୁଚନା ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି। ବ୍ଲକ ସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ଖୋଲି ଯେକୌଣସି ଜରୁରୀ ପରିସ୍ଥିତ ତୁରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ଅଧିକାରୀ ଓ ପଞ୍ଚାୟତ କର୍ମଚାରୀ ମାନଙ୍କର ଛୁଟି ବାତିଲ କରାଯାଇଛି। ଗାଁ ଗୁଡିକରେ ଚାଳଘର, ମାଟି କାନ୍ଥ, ଓ ବିପଦ ସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ କୁହା ଯାଇଛି। ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ମାଆ ଗୃହରେ ଆଣି ରଖାଯିବ। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ଔଷଧ ରହିଥିବା ବେଳେ ଡାକ୍ତର ମାନଙ୍କ ଦ୍ଵାରା ସେବା ଯୋଗାଇବା ପାଇଁ କୁହାଯାଇଛି। ଅଂଗ୍ନୀ ସମ ବାହିନୀ ମଧ୍ୟ ସଜାଗ ରହିବାକୁ ରହିଛି।ବାତ୍ୟା ଆଶ୍ରୟସ୍ଥଳୀ ଭାବେ ୧୩ ଟି ପଞ୍ଚାୟତର ୨୫ ବିଦ୍ୟାଳୟ ଗୁଡ଼ିକୁ ଚିହ୍ନଟ କରାଯାଇଛି। ପ୍ରତି ଗାଁ ର ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଖୋଲା ରହିବ। ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ପ୍ରତି ପଞ୍ଚାୟତ ର ପି ଇ ଓ ମାନେ ନଡ଼ାଲ ଅଫିସର ରହିବେ ସେମାନଙ୍କ ଫୋନ ନମ୍ବର ରେ ଫୋନ କରିବାକୁ କୁହାଯାଇଛି। ସେହିପରି ବ୍ଲକ ସ୍ତରରେ ଜରୁରୀ ଟେଲିଫୋନ ନମ୍ବର ୮୮୯୫୧୯୭୨୨୪,୭୦୦୮୨୦୧୬୨୨ ରହିଛି। ସମ୍ଭାବ୍ୟ ବାତ୍ୟା କୁ ନେଇ କେହି ଆତଙ୍କିତ ନହୋଇ ଧର୍ଯ୍ୟ ଓ ସତର୍କତା ସହ ମୁକାବିଲା କରିବାକୁ ବିଡ଼ିଓ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ

Sunil Chandra Nayak

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

Leave a Comment

error: Content is protected !!