ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ଦୁବୁଲାବେଢ଼ା ଗ୍ରାମର ବହୁ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

ମୟୂରଭଂଜ ୨୨/୫/୨୨-( ମସିହା) ବହୁ ଚର୍ଚ୍ଚିତ ଦୁବୁଲାବେଡା ଗ୍ରାମର ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ନେଇ ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀରେ ଏସିଡିପିଓ ରତିକାନ୍ତ ଗିରି ସୂଚନା ପ୍ରଦାନ କରିଥିଲେ । ତାଙ୍କ ସହିତ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ‌ ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ନୀରଦ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଗତ ମଇ ୧୮ ତାରିଖ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟର ପଛପଟ ପାଚେରୀ ବାହାରେ ଘଞ୍ଚ ବୁଦା ମଧ୍ୟରେ ଏକ ଅଜଣା ମହିଳାର ବିଭତ୍ସ ଭାବେ ହତ୍ଯା ହୋଇଥିବା ଖବର ନେଇ ସାରା ରାଇରଙ୍ଗପୁର ଆଖପାଖ ଅଂଚଳରେ ପ୍ରଚାର ହୋଇଯାଇଥିଲା । ଖବର‌ପାଇ ଗାଁ ଲୋକ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।ସ୍ଥାନଟି ଲୋକାରଣ୍ୟ ହୋଇ ଉଠିଥିଲା । ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ଓ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରିବା ସହ ୧୩୨/୨୨ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ।ପୋଲିସର ମୁଣ୍ଡବ୍ୟଥା ହୋଇଥିଲା । ପରେ ପୋଲିସ ଜାଣିବାକୁ ପାଇଲା ଅଜଣା ମହିଳା ଜଣକ ସୁବାସିନୀ ମାଝୀ(୩୫) ,ସ୍ବାମୀ ସ୍ବର୍ଗତ ଦିଲିପ ମାଝୀ,ଘର କଣ୍ଟାବଣୀ ।ଘଟଣାସ୍ଥଳରୁ ମାତ୍ର ୧୦୦ ମି ଦୂର ଘର ।ପୋଲିସ ମୃତ ମହିଳାର ବାପଘର,ଶଶୁର ଘର ଏବଂ‌ ଆଖପାଖ ଅଂଚଳର ପାରିପାର୍ଶ୍ବିକ ତଥ୍ୟ ନେବାସହ ମାରାଥନ୍ ଜେରା କରି ମୁଖ୍ୟ ନାୟକର ଠିକଣାରେ ପହଞ୍ଚି ଥିଲା ।ବର୍ଷକ ତଳେ ମୃତ ମହିଳାରେ ସ୍ବାମୀ ଆରପାରିକୁ ଚାଲି ଯାଇଥିଲେ ।ବିଚରା ସୁବାସିନୀ ନିଜର ଛୋଟ ପିଲା ଦୁଇଟିକୁ ମୁହଁରେ ଦାନା ଓ ଘର ଚଳାଇବା ପାଇଁ ବାହାରକୁ କାମ କରିବାକୁ ଯାଉଥିଲା ।ତାର ଗରିବୀତା ଓ ସରଳତାର ସୁଯୋଗ ଦେଖି ବାଇଦାପୋଷୀ ଗ୍ରାମର ଶ୍ରମିକ ବୁତୁରୁ ମାଝୀ(ଦାସମାତ) (୨୪) ସାହାଯ୍ୟର ହାତ ବଢ଼ାଇ ଶେଷରେ ଅନୈତିକ ସମ୍ପର୍କ ରଖିଥିଲା ।ପରେ ପରେ ମହିଳା ଜଣକ ଆଉଜଣେ ଯୁବକ ସହ ମିଳାମିଶା ଓ କଥାବାର୍ତ୍ତା ଦେଖି ହିଂସ୍ର ହୋଇ ଉଠିଥିଲା ବୁତୁରୁ ।ଏଥି ନେଇ ବୁତୁରୁ ଓ ତାର ପ୍ରେମିକ ସୁବାସିନୀ ମଧ୍ୟରେ ମଝିରେ ମଝିରେ ମନୋମାଳିନ୍ଯ ଓ କଥା କଟାକଟି ଚାଲିଥିଲା ହେଲେ ଉଭୟେ ସଂପର୍କରେ ଓ ସଂସ୍ପର୍ଶରେ ଥିଲେ । କିନ୍ତୁ ନିଜ ପ୍ରେମିକା ଉପରେ ଅବିଶ୍ବାସର ବହ୍ନି ଜଳି ଉଠୁଥିଲା ବୁତୁରୁ ମନରେ । ଅନ୍ୟ ଜଣେ ଯୁବକ ସହ ନିଜର ପ୍ରେମିକାର ମିଳାମିଶାକୁ ସେ ଆଉ ସହ୍ୟ କରି ପାରୁ ନ ଥିଲା ।ମନେ ମନେ ନିଜର ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ମନସ୍ଥ କରିଥିଲା ବୁତୁରୁ । ସବୁଦିନ ଭଳି ରାତିରେ ନିଜର ପ୍ରେମିକାର ସହ ସେହି ସ୍କୁଲ ପାଚେରୀ ପଛପଟ ନିଛାଟିଆ ବୁଦା ପାଖରେ ମିଳାମିଶା କଲାଭଳି ଗତ ୧୪/୫ /୨୨ ଶନିବାର ଦିନ ରାତି ୮ଟାବେଳେ ବୁତୁରୁ ତାର ପ୍ରେମିକା ସୁବାସିନୀକୁ ଡାକି ନେଇଥିଲା ।ସେଠାରେ ନିଶାଗ୍ରସ୍ତ ବୁତୁରୁ ପ୍ରେମିକା ସହ ମିଳାମିଶା ପରେ ସୁବାସିନୀକୁ ଅନ୍ୟ ଯୁବକ ସହ ମିଳାମିଶା ନେଇ ତାଗିଦ୍ ଓ ଯୁକ୍ତିତର୍କ ହୋଇଥିଲା ।ଶେଷରେ ରାତି ୧୦.୩୦ ଟା ପାଖାପାଖି ସମୟରେ ସଇତାନ ପ୍ରେମିକ ବୁତୁରୁ ଏକ ମାଙ୍କଡ଼ା ପଥରରେ ସୁବାସିନୀର ମୁଣ୍ଡକୁ ଛେଚି ହତ୍ୟାକରି ଘଟଣାସ୍ଥଳରୁ ଖସିଯାଇ ରକ୍ତଛିଟାଥିବା ପଥରଟିକୁ କଣ୍ଟାବଣି ଗ୍ରାମ୍ଯ ପୋଖରୀରେ ଫୋପାଡି ଦେଇ ଧୁଆଧୋଇ ହୋଇ ଘରକୁ ଚାଲି ଯାଇଥିଲା ବୋଲି ପୋଲିସ ପାଖରେ ବୁତୁରୁ ଦୋଷ ସ୍ବିକାର କରିଥିଲା ଯାହାକି ଏସଡିପିଓ ରତିକାନ୍ତ ଗିରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହା ଏକ ସଂପୂର୍ଣ୍ଣ ପରକ୍ରିୟାପ୍ରୀତି ଘଟଣା ଯୋଗୁଁ ଏଭଳି ବିଭତ୍ସ ହତ୍ୟାକାଣ୍ଡର ରୂପ ନେଇଥିଲା ବୋଲି ଏସଡିପିଓ କହିଥିଲେ।ଖୁବ୍ କମ୍ ସମୟରେ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ‌ଙ୍କ ସଠିକ୍ ତଦନ୍ତ କରି ଆସାମୀ କୁ ଧରିବାରେ ସଫଳତା ହାସଲ କରିଥିବାରୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ମୟୂରଭଂଜରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

Sunil Chandra Nayak

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

Leave a Comment

error: Content is protected !!