ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆତ୍ମସମର୍ପଣ ପରେ ବି ନକ୍ସଲଙ୍କ ଗୁପ୍ତ ଟଙ୍କା ଡମ୍ପ୍‌ ସହ ସମ୍ପର୍କ ! ଚଲପତିଙ୍କ ସହଯୋଗୀ ରୋଶନୀ ସମେତ ୩ ଗିରଫ, ଟିଫିନ୍ ବାକ୍ସରେ ଲୁଚାଇ ରଖାଯାଇଥିଲା ୨୧ ଲକ୍ଷ ଟଙ୍କା

ଆତ୍ମସମର୍ପଣ ପରେ ବି ନକ୍ସଲଙ୍କ ଗୁପ୍ତ ଟଙ୍କା ଡମ୍ପ୍‌ ସହ ସମ୍ପର୍କ !

ଚଲପତିଙ୍କ ସହଯୋଗୀ ରୋଶନୀ ସମେତ ୩ ଗିରଫ, ଟିଫିନ୍ ବାକ୍ସରେ ଲୁଚାଇ ରଖାଯାଇଥିଲା ୨୧ ଲକ୍ଷ ଟଙ୍କା

ଧର୍ମଗଡ: ଆତ୍ମସମର୍ପଣ କରି ମାଓବାଦୀ ସଂଗଠନ ଛାଡ଼ିବା ପରେ ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି କିଛି ପୂର୍ବତନ ନକ୍ସଲ। ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ର ମୈନପୁର ଥାନା ଅନ୍ତର୍ଗତ ରାଜାଡେରା ଜଙ୍ଗଲରେ ୨୦୨୪ ମସିହାରେ ଟିଫିନ୍ ବାକ୍ସରେ ଲୁଚାଇ ରଖାଯାଇଥିବା ୨୧ ଲକ୍ଷ ଟଙ୍କାର ଗୁପ୍ତ ନଗଦ ଡମ୍ପ୍‌କୁ ବାହାର କରିବାକୁ ଯାଇ ତିନି ଜଣ ପୋଲିସ ହାତରେ ଧରାପଡ଼ିଛନ୍ତି। 

ଗରିଆବନ୍ଦ ଅତିରିକ୍ତ ଏସ୍‌ପି କର୍ଣ୍ଣ ଉଇକେଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ତିନି ଜଣ ହେଲେ ରୋଶନୀ, ମୁଚକି ଓ ନୌହାର। ରୋଶନୀ ଓ ମୁଚକି ପୂର୍ବତନ ନକ୍ସଲ ହୋଇଥିବା ବେଳେ ନୌହାର ସେମାନଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ତିନି ଜଣ ଯାକ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିଥିଲେ। ତେବେ ଆତ୍ମସମର୍ପଣ ପରେ ମଧ୍ୟ ପୂର୍ବରୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ନକ୍ସଲ ସଂଗଠନର ଟଙ୍କା ଆଣିବାକୁ ଯାଇଥିବା ବେଳେ ସେମାନେ ଗିରଫ ହୋଇଛନ୍ତି।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ରୋଶନୀ ଦୁର୍ଦ୍ଦାନ୍ତ ନକ୍ସଲ ତଥା ଏକ କୋଟି ଟଙ୍କାର ଇନାମୀ ସିସି ମେମ୍ବର ଚଲପତିଙ୍କ ଘନିଷ୍ଠ ସହଯୋଗୀ ଓ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୪ରେ ରାଜାଡେରା ଜଙ୍ଗଲରେ ଟିଫିନ୍ ବାକ୍ସ ମଧ୍ୟରେ ଗୁପ୍ତ ଭାବେ ରଖାଯାଇଥିବା ୨୧ ଲକ୍ଷ ଟଙ୍କାକୁ ଆଣିବା ପାଇଁ ସେମାନେ ଯାଇଥିବା ବେଳେ ପୋଲିସ ଦ୍ୱାରା ଧରାପଡ଼ିଥିବା ଘଟଣା ନକ୍ସଲ ସଂଗଠନର ଗୁପ୍ତ ଆର୍ଥିକ ନେଟୱର୍କକୁ ପୁଣି ଚର୍ଚ୍ଚାକୁ ଆଣିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା

masiha

ବିପୁଳ ପରିମାଣ ର ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ 

Sunil Chandra Nayak

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ୧୦୬୬ ମୋବାଇଲ ସହ ନକଲି ଅଳଙ୍କାର ଜବତ, ୨୧ ଗିରଫ

Sunil Chandra Nayak

Leave a Comment

error: Content is protected !!