ଢ଼େଙ୍କାନାଳ -: ଆଜି ଦିବା ୧ ଘଟିକା ସମୟ ରେ କାମାକ୍ଷା ନଗର ଏନ ଏ ସି ଟାଉନ୍ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତତଫରୁ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରଜା ପ୍ରସାଦ ରଥ ମହୋଦୟ ଙ୍କ ଅଧ୍ୟକ୍ଷତା ରେ 5 T କାର୍ଯ୍ୟକ୍ରମ ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମ ରେ ବସ୍ତିବାସିନ୍ଦା ମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗର ପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡ଼ାଓ ସମ୍ମାନିତ ଅତିଥି ରୂପେ ଉପ ନଗର ପାଳ ଶକୁନ୍ତଳା ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।ଏହି ଉତ୍ସବରେ ରେ ସମସ୍ତ ୱାର୍ଡ ର କାଉନସିଲର, ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଜାଗା ସମ୍ପର୍କର ଲକ୍ଷ୍ୟ ଆଭିମୂଖ୍ୟ ସମର୍କ ରେ ଅବଗତ ହୋଇ ଥିଲେ। ନଗର ପାଳ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମ ରେ ସମସ୍ତ ବସ୍ତି ବାସିନ୍ଦା ସାମିଲ୍ ହେବାକୁ ଆହ୍ବାନ କରିଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।