ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଢେଙ୍କାନାଳ – ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା ଉଦଘାଟିତ

 ଢେଙ୍କାନାଳ   ଆଜି ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ବର୍ଗତ ସମ୍ବିତ ନନ୍ଦ ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ତିଥି ରେ ଦେଓଗାଁ ଡାକ୍ତରଖାନା ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଉଦ୍ଘାଟନ କରାଯାଇଛି । ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନାତନ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବେ ବାବା ଚୈତନ୍ୟ ଦାସ ଯୋଗ ଦେଇ ଥିଲା ବେଳେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ସୂଚନା ଅଧିକାର ମଞ୍ଚ ର ଆବାହକ ପ୍ରିୟବ୍ରତ ଗଡ଼ନାୟକ, ଭରତ ଦାସ, ମଙ୍ଗରାଜ ବାରିକ, ଅଧ୍ୟାପକ ଅଟଳ ବିହାରୀ ଦାସ, ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନନ୍ଦ ଙ୍କ ଜୀବନୀ ଚରିତ ଓ ପ୍ରତିଭା ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଅମରେନ୍ଦ୍ର ମଲ୍ଲ । ପରିଶେଷରେ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ର ଟ୍ରଷ୍ଟି ମଧୁସ୍ମିତା ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଶ୍ବ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

masiha

ପ୍ରଧାନମନ୍ତ୍ରୀ ଟି॰ବି॰ମୁକ୍ତ ଭାରତ ଅଭିଯାନରେ ଇମ୍ଫାଦ୍ଵାରା ଯକ୍ଷ୍ମାରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!