ଢେଙ୍କାନାଳ ଆଜି ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ବର୍ଗତ ସମ୍ବିତ ନନ୍ଦ ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ତିଥି ରେ ଦେଓଗାଁ ଡାକ୍ତରଖାନା ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଉଦ୍ଘାଟନ କରାଯାଇଛି । ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନାତନ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବେ ବାବା ଚୈତନ୍ୟ ଦାସ ଯୋଗ ଦେଇ ଥିଲା ବେଳେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ସୂଚନା ଅଧିକାର ମଞ୍ଚ ର ଆବାହକ ପ୍ରିୟବ୍ରତ ଗଡ଼ନାୟକ, ଭରତ ଦାସ, ମଙ୍ଗରାଜ ବାରିକ, ଅଧ୍ୟାପକ ଅଟଳ ବିହାରୀ ଦାସ, ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନନ୍ଦ ଙ୍କ ଜୀବନୀ ଚରିତ ଓ ପ୍ରତିଭା ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଅମରେନ୍ଦ୍ର ମଲ୍ଲ । ପରିଶେଷରେ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ର ଟ୍ରଷ୍ଟି ମଧୁସ୍ମିତା ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍