ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଶିଶୁ ମହୋତ୍ସବ ଅନୁଷ୍ଠିତ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଶିଶୁ ମହୋତ୍ସବ ଅନୁଷ୍ଠିତ

ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ ଆଜି ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ଇନ୍ଦ୍ରଜିତ୍ ମହାକୁଡ଼, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ, ତପିମଣି ଜାନି, ଜିଲ୍ଲା ଶ୍ରମ ଅଧିକାରୀ ସୋମ୍ୟରଞ୍ଜନ କର, ଭବାନୀପାଟଣା ବିଇଓ ଆଚାରୀ ଶବର, ଗୋଲାମୁଣ୍ଡା ବିଇଓ ରାଜେଶ ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ମହୋତ୍ସବରେ ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀମାନେ ବକ୍ତୃତା, ବିତର୍କ, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପି.ଏମ୍. ଓ ସି.ଏମ୍. ପୋଷଣ ଚିତ୍ରକଳା ତଥା ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସି.ଆର୍.ସି.ସି. ଡିଲେଶ୍ୱର ରଣା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦିପ୍ତିମୟୀ ସିଂ, ଶିକ୍ଷକ ନୀଳାଞ୍ଚଳ ପାନ ଓ ଛାତ୍ରୀ ପ୍ରିୟା ରଣା ସଞ୍ଚାଳନ କରିଥିଲେ। ପୁରସ୍କାର ବିତରଣ ପର୍ବକୁ ଏ.ବି.ଇ.ଓ. ସଞ୍ଜୀବ ପାଢ଼ୀ ଓ ଶିକ୍ଷକ ବିରଞ୍ଚି ନାରାୟଣ ମୁଣ୍ଡ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଏ.ବି.ଇ.ଓ. ସଞ୍ଜୀବ ପାଢ଼ୀ, ବିଶ୍ୱଜିତ୍ ବେହେରା, ପ୍ରଭାତ ସାହୁ, ସୌମେନ୍ଦ୍ର ପଟ୍ଟନାୟକ, କେ. ଲଳିତ ମୋହନଙ୍କ ସମେତ ଆୟୋଜନ କମିଟିର ସମସ୍ତ ସଦସ୍ୟ, ଡି.ପି.ସି. ଓ ଡି.ଇ.ଓ. କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ମରୁଡି ଘୋଷଣା ଦାବିରେ ୨୨ ପଂଚାୟତ ଚାଷିଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!