ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ
ଢ଼େଙ୍କାନାଳ: ତା.୦୬.୧୧.୨୦୨୬ ରିଖ: ଆଜି ପୂର୍ବାହ୍ନରେ ସଦର ବ୍ଲକ ଅନ୍ତର୍ଗତ ମାଣିପୁର ସ୍ଥିତ ରାଧାକାନ୍ତ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଅଛି। କେନ୍ଦୁଝର ଠାରୁ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟର ୨୭ ଟି ଜିଲ୍ଲାରେ ୬୩୦ ଟି ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ଉପଲକ୍ଷେ ମାଣିପୁର ସ୍ଥିତ ରାଧାକାନ୍ତ ଜୀଉ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଉତ୍ସବରେ ମୁଖ୍ଯଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚ଼ନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେଲେ ପିଲାମାନଙ୍କର ସାମଗ୍ରିକ ବିକାଶ ହେବ।ଏଥି ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଥିବା ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉଛି।ପ୍ରତ୍ୟେକ ବିଦ୍ୟାଳୟ ନିର୍ମାଣ ପାଇଁ ୫ କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ କରାଯିବ।ଶିକ୍ଷା ଗ୍ରହଣ ସହିତ ଚ଼ରିତ୍ର ଗଠନ ପାଇଁ ମାନ୍ୟବର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।ପିଲାମାନଙ୍କୁ ରାମାୟଣ,ମହାଭାରତ ଆଦି ସଂପର୍କରେ ଜ୍ଞାନ ପ୍ରଦାନ କରିବା ସହ ମହାପୁରୁଷମାନଙ୍କ ଜୀବନୀ ପାଠ କରିବାକୁ ସେ ସୁପରାମର୍ଶ ଦେଇଥିଲେ।ଦେଶ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଭୂମିକା ସଂପର୍କରେ ଆଲୋକପାତ କରି ସମସ୍ତେ ଦେଶପ୍ରେମୀ ହେବାକୁ ଆହ୍ବାନ ଦେଇଥିଲେ।ଗୁଣାତ୍ମକ ଶିକ୍ଷା ହିଁ ଦେଶ ବିକାଶର ଭିତ୍ତିଭୂମି ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ମତବ୍ୟକ୍ତ କରିଥିଲେ।ଶିକ୍ଷା ସହିତ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ଆଜି ୧୧ ଟି ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।ଏହାର ତ୍ଵରିତ ନିର୍ମାଣ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୌମ୍ୟାଶ୍ରୀ ପଣ୍ଡା,ସଦର ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ। ଉତ୍ସବରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା,ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ପରି ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମାନସୀବାଳା ମାହୁନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

