ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ସ୍ଵାସ୍ଥ୍ୟ ସନ୍ତୁଳନ ଉପରେ କର୍ମଶାଳା

ମାନସିକ ସ୍ଵାସ୍ଥ୍ୟ ସନ୍ତୁଳନ ଉପରେ କର୍ମଶାଳା

କେସିଙ୍ଗା :ଏସ ବିଆଇ ଓ ରାମକୀ ଫାଉନଣ୍ଡେସନ ଓ ପକ୍ଷରୁ କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ହାଇସ୍କୁଲରେ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଆଜି ଏକ ସଚେତନତା କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଆବଶ୍ୟକ ସ୍ଥଳେ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ କିପରି କରାଯିବ ଓ କେଉଁ ପରିସ୍ଥିତିରେ କଣ କରାଯାଇ ମାନସିକ ସନ୍ତୁଳନକୁ ସ୍ଥିର କରାଯାଇ ପାରିବ ସେହି ବିଷୟରେ ରାମକୀ ଫାଉଣ୍ଡେସନ ର ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ସଚେତନ କରାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ରାମକୀ ଫାଉନଣ୍ଡେସନ ର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିଦ୍ୟାଳୟ ର ସହ ଶିକ୍ଷକ ଭାରତ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରି ଏସ ବି ଆଇ ଓ ରାମକୀ ଫାଉନଣ୍ଡେସନ ର ଉକ୍ତ ଅତି ଜରୁରୀ ଓ ଆବଶ୍ୟକ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାରୁ ଦୁଇ ସଂଗଠନ କୁ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ୟ ରାଜପଥ ଉପରେ ସାପ୍ତାହିକ ବିଜାତଳା ହାଟ;ରାସ୍ତା ଗହଳି ନେଇ ବାରମ୍ବାର ଦୁର୍ଘଟଣା; ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ଦାଵି

Sunil Chandra Nayak

ଉଦଘାଟିତ ହେଲା କଳାକାର ଗୃହ

masiha

୪୨ମୌଜା ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!