ବିଧାୟକଙ୍କ ଉପସ୍ଥିତିରେ ଆସିକା ନିର୍ବାଚନମଣ୍ଡଳୀରେ ଆରମ୍ଭ ହେଲା ରିଲିଫ ବଣ୍ଟନ
ଆସିକା : (୦୯/୧୧/୨୬)(ଶିବ ଶଙ୍କର ମିଶ୍ର ) ଅର୍ଣ୍ଣବ ଅଳ୍ପ ବାତ୍ୟା ଓ ବନ୍ୟା ଦ୍ଵାରା ପ୍ରଭାବିତ ଆସିକା ନିର୍ବାଚନମଣ୍ଡଳୀରେ ଆଜିଠାରୁ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଆସିକା ପଞ୍ଚାୟତ ସମିତି ଅନ୍ତର୍ଗତ ନବରନ୍ପୁର, ଗାଙ୍ଗପୁର ଓ ନଲବଣ୍ଟା ଆଦି ଅଞ୍ଚଳରେ ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ରିଲିଫ ନୋଡାଲ ଅଧୂକାରୀ ତଥା ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ତେଯେପ୍ସିନୀ ବେହେରା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ତହସିଲଦାର ସଙ୍ଗୀତା ସେନ ଏବଂ ଯୋଗାଣ ଅଧୂକାରୀ ଶର୍ମିଷ୍ଠା ଦଳବେହେରା ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟର ତଦାରଖ କରିଥିଲେ। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଇଥିଲା। ରିଲିଫ ବଣ୍ଟନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖୁବା ଓ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ବନ୍ୟା ପ୍ରଭାବିତ ପରିବାରଙ୍କୁ ଘୋଷିତ ଆର୍ଥକ ସହାୟତା ରାଶି ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ବିଧାୟକ ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥୁଲା। ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ ହେବା ପରେ ବନ୍ୟା ବିପନ୍ନ ପରିବାରଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି।
ଅର୍ଣବ ବିପନ୍ନଙ୍କ ସହ ଦୀପାବଳି ଉତ୍ସବ ପାଳନ କଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ
ଆସିକା :(୦୯/୧୧/୨୬)(ଶିବ ଶଙ୍କର ମିଶ୍ର ) ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଯାହାଡା ଗ୍ରାମରେ ଅର୍ଣବ ବିପନ୍ନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ନୋଡାଲ ଅଧିକାରୀ ତେଜସ୍ଵୀନି ବେହେରା, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ବି ଡି ଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି, ଗଣିଆ ବି ଡି ଓ ଡେନିସ ବେହେରା, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ,ଅତିରିକ୍ତ ଆଇ ଆଇ ସି ଅଞ୍ଜଳୀ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ | ଅର୍ଣ୍ଣବ ଜନିତ ବାତ୍ୟା ଓ ବନ୍ୟା ଦେଇ ଯାଇଥିବା ଦାରୁଣ କଷ୍ଟକୁ ଲୋକଙ୍କ ମନରୁ ଦୂର କରି ଲୋକଙ୍କ ମୁଁହରେ ହସ ଫୁଟାଇବା ଲକ୍ଷରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ନିଜର ଗୋଟିଏ ଦିନର ଦରମା ଦାନ କରି ବିପର୍ଣ୍ଣଙ୍କୁ ଉପହାର ଦେଇଥିବା ଜଣାପଡିଛି | ଏଭଳି ପ୍ରୟାସ ଅନେକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ କରା ଯାଇଥିବା ବେଳେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ପାଇଁ ନୂତନ ବସ୍ତ୍ର,ଦୀପାଳି,ସଳିତା, ଘିଆ,ମିଠା ପକେଟ ସହ କିଛି ବାଣ ଉପହାର ସ୍ୱରୂପ ଦେଇଥିବା ଦେଖିବାକୁ ମିଳିଛି | ଉକ୍ତ ଦୀପାବଳୀ ଉତ୍ସବ ରେ ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଵିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ, କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ବି ପି ସି କୃଷ୍ଣ କାନ୍ତ ପଣ୍ଡା, ବି ଏସ ଏସ ଓ ସଚିନ ପାତ୍ର ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ,ପିଇଓ, ଏଡ଼ିଓ ଓ ଗ୍ରାମର ସ୍ବେଛସେବୀ ମାନଙ୍କ ଉପସ୍ତିତିରେ ଘରକୁ ଘର ବୁଲି ପ୍ରାୟ 1500 ପରିବାର କୁ ବିପାବଳି ଉପହାର ଦେଇଥିବା ଦେଖିବାକୁ ମିଳିଛି | ନିଜେ ଜିଲ୍ଲାପାଳ ଗ୍ରାମର ପିଲା ମାନଙ୍କ ସହ ବାଣ ଫୁଟାଇ ଦୀପାବଳି ଉଛବ ପାଳନ କରିଥିବା ଦେଖିବାକୁ ମିଳିଛି | ଅନ୍ୟପଟେ ଅର୍ଣ୍ଣବ ପ୍ରଭାବିତ ପରିବାରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସରକାର ୫୦ କିଲୋ ଚାଉଳ ଓ ୨୫୦୦ ଟଙ୍କା ପ୍ରଦାନ କରିଛନ୍ତି | ସରକାରଙ୍କ ଏଭଳି କାର୍ଯ୍ୟକୁ ଲୋକମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି |
ଅର୍ଣ୍ଣବ ବିପନ୍ନ ଙ୍କ ସେବାକରି ବି ଡି ଓ ପ୍ରସଂଶିତ
ଆସିକା :(୦୯/୧୧/୨୬)(ଶିବ ଶଙ୍କର ମିଶ୍ର ନୂତନ ଭାବରେ ଧରାକୋଟ ବ୍ଲକ ରେ ବି ଡି ଓ ଭାବରେ ଯୋଗଦେବାର 15 ଦିନ ପରେ ବ୍ଲକର 18 ଗୋଟି ପଞ୍ଚାୟତ ରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣବ ଓ ତାର ପ୍ରଭାବରେ ସୃଷ୍ଟି ହୋଇଥିବା ଋଷିକୁଲ୍ୟା ନଦୀର ବନ୍ୟା । ବ୍ଲକର ଦଶଗୋଟି ପଞ୍ଚାୟତ ଏହି ପ୍ରଳୟଙ୍କରୀ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବି ଡି ଓ ଭାବରେ ଧରାକୋଟ ବ୍ଲକ ରେ ମାତ୍ର 15 ଦିନ ପୂର୍ବେ ଯୋଗଦେଇଥିଲେ ମଧ୍ୟ ଅତ୍ୟନ୍ତ ନିପୁଣ ଭାବେ ଟିମ ସ୍ପିରିଟ ପ୍ରୟୋଗକରି ବନ୍ୟା ମୁକାବିଲା, ବିପନ୍ନ ଙ୍କୁ ସେବା,ସହାୟତା ଓ ଆଗୁଆ ଥଇଥାନ ଓ ଉଦ୍ଧାର କାର୍ଯ୍ୟରେ ନିଜର ପ୍ରଭାବଶାଳୀ ଭୂମିକା ଉପଯୋଗ କରିଥିଲେ ଯୁବା ବି ଡି ଓ ଲିପିନା ଦାସ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସିଙ୍ଗିପୁର,ଜାହାଡା,ଜଗମୋହନ ପଞ୍ଚାୟତ କୁ ଓଡ଼୍ରାଫ୍, ଏନ ଡି ଆର ଏଫ,ଦମକଳ ବାହିନୀ ସହଯୋଗରେ ବୋଟ ସାହାଯ୍ୟରେ ଋଷିକୁଲ୍ୟା ନଦୀ ପାର ହୋଇ ରିଲିଫ ସାମଗ୍ରୀ ନେଇ ପହଞ୍ଚିବା ସହ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ ସହ ଆଶ୍ରୟସ୍ଥଳୀ ଗୁଡିକରେ ରନ୍ଧା ଖାଦ୍ୟ ପହଞ୍ଚାଇବାର ଚ୍ୟାଲେଞ୍ଜ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ବ୍ଲକର ସମସ୍ତ କର୍ମଚାରୀ, ପୋଲିସ,ଦମକଳ ବାହିନୀକୁ ସଜାଗ କରିବା ସହ ଜିରୋ କାଜୁଆଲିଟି ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରି ସଫଳତା ମଧ୍ୟ ହାସଲ କରିଥିଲେ। 30 ରୁ ଅଧିକ ଆଶ୍ରୟ ସ୍ଥଳୀରେ ବିପନ୍ନ ମାନଙ୍କୁ ରଖି ବନ୍ୟା ପାଣି କମିବା ପରେ ନିରାପଦ ଭାବରେ ସେମାନଙ୍କୁ ସ୍ୱଗୃହରେ ପହଞ୍ଚାଇ ଉପଯୁକ୍ତ କ୍ଷୟ କ୍ଷତି ଆକଳନ କରିବା ସହ ସେମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ଜିଲ୍ଲାପାଳ,ନୋଡାଲ ଅଧିକାରୀ ଙ୍କ ସମେତ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ କ୍ଷତିଗ୍ରସ୍ତ ଅଞ୍ଚଳ ରେ ପହଞ୍ଚି ରିଲଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଭିତ୍ତିଭୂମି ସଜାଡ଼ିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ । ଅସହାୟ ପରିବାର ମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ରିଲିଫ ସହାୟତା 50 କିଲୋ ଚାଉଳ,2500 ଟଙ୍କା ଯେପରି ସୁବିଧାରେ ଓ ଶୀଘ୍ର ମିଳିବ ସେଦିଗରେ ପଦକ୍ଷେପ ନେଇ ନିଜେ ରିଲିଫ ସହାୟତା କେନ୍ଦ୍ର ଗୁଡିକରେ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଆଲୋଚନା ବେଳେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଠିଆହେବା ଓ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ମୋର ପ୍ରାଥମିକତା ,କେହି ବିପନ୍ନ ବ୍ୟକ୍ତି ଯେମିତି ଏଥିରୁ ବାଦ ନପଡ଼ନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ଏବଂ ପୁଣିଥରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମର ପ୍ରୟାସ ଜାରି ରହିଛି ଯେଉଁଥିରେ ଜିଲ୍ଲା ପ୍ରଶାସନ ଆମକୁ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି ବୋଲି ବି ଡି ଓ ପ୍ରକାଶ କରିଛନ୍ତି। ବାସ୍ତବରେ ମାତ୍ର 25 ଦିନର କାର୍ଯ୍ୟ ଦିବସରେ ଏକ ପ୍ରାକୃତିକ ବିପର୍ଯ୍ୟୟ କୁ ସଫଳତାର ସହ ସାମନା କରି ବିପନ୍ନ ଙ୍କୁ ଅସମୟରେ ସାହାଯ୍ୟ ଓ ସେବା ଯୋଗାଇ ସମଗ୍ର ବ୍ଲକରେ ବି ଡି ଓ ଲିପିନା ଦାସ ପ୍ରସଂଶିତ ହୋଇଛନ୍ତି ।
