ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ -୨୦୨୬ ଉଦ୍ ଯାପିତ 

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ -୨୦୨୬ ଉଦ୍ ଯାପିତ 

ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ୍ ର ୧୨୦ ଟି ପ୍ରକଳ୍ପ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜୀକୃତ ୨୪୦ ଜଣ ଶିଶୁ ବିଜ୍ଞାନୀ,୧୨୦ ଜଣ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମିଲ୍ ଓ ଅଂଶଗ୍ରହଣ 
ଜିଲ୍ଲାର ଶତ ପ୍ରତିଶତ ବିଦ୍ୟାଳୟଗୁଡ଼ିକୁ ଯୋଡ଼ିବାକୁ ପ୍ରୟାସ ଜାରି 
ନୂତନ ଗବେଷଣାରେ ମଗ୍ନ ହୁଅନ୍ତୁ ଶିଶୁବିଜ୍ଞାନୀ 
ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ପଦ୍ଧତିରେ ସମାଧାନ କର 

ଢେଙ୍କାନାଳ: ତା.୧୧.୧୧.୨୦୨୬ ରିଖ: (ମ ନି ସ     ): ୩୨ତମ ଜାତୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲାସ୍ତରୀୟ ଏକ ବିଶାଳ ଏକଦିବସୀୟ ପ୍ରକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ-୨୦୨୬ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଡୁକେସନ ସେଣ୍ଟର୍,ବାରଦା ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ମହାରଣା ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ଏକାଡେମିକ ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ସୁ ସଂଯୋଜନାରେ,ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ଦଳବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ଆଶାନୁରୂପ ଅଭିବୃଦ୍ଧି ଘଟାଇବା ସଙ୍ଗେ ସଙ୍ଗେ ଦେଶ ତଥା ବିଶ୍ଵର ସର୍ବାଙ୍ଗୀନ ଉନ୍ନତି କଳ୍ପେ ତା’ ମନରେ ଉଙ୍କି ମାରୁଥିବା ବିଜ୍ଞାନସମ୍ମତ ପ୍ରଶ୍ନ ଓ ସ୍ବପ୍ନସବୁକୁ ସାକାର କରିବା ନିମନ୍ତେ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଯୁକ୍ତ ମାର୍ଗଦର୍ଶନ କରିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଏକ ସହଯୋଗୀ ନେଟୱର୍କ ଗଠନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରି ତାହାର ସମାଧାନର ପନ୍ଥା ନିରୂପଣ କରି ସେସବୁର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲା ଏକାଡେମିକ ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ବାଗତଭାଷଣ,ଅତିଥି ପରିଚୟ ପ୍ରଦାନ,ଉଦ୍ ଘାଟନୀ, ଉଦ୍ ଯାପନୀ ବିଜ୍ଞାନ ଆଧାରିତ ଓଡ଼ିଆ,ଇଂରାଜୀ କବିତା ଆବୃତ୍ତି କରିଥିଲେ ଓ ସଭା କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିବା ସଙ୍ଗେସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ୍ ର ୧୨୦ ଟି ପ୍ରକଳ୍ପ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜୀକୃତ ୨୪୦ ଜଣ ଶିଶୁ ବିଜ୍ଞାନୀ, ୧୨୦ ଜଣ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମିଲ ଓ ଅଂଶଗ୍ରହଣ,ଜିଲ୍ଲାର ଶତ ପ୍ରତିଶତ ବିଦ୍ୟାଳୟଗୁଡ଼ିକୁ ଯୋଡ଼ିବାକୁ ପ୍ରୟାସ ଜାରି ରହିଛି,ନୂତନ ଗବେଷଣାରେ ମଗ୍ନ ହୁଅନ୍ତୁ ଶିଶୁବିଜ୍ଞାନୀ ଓ ସ୍ଥାନୀୟ ସମସ୍ୟାକୁ ବୈଜ୍ଞାନିକ ପଦ୍ଧତିରେ ସମାଧାନ କରିବାକୁ ସମସ୍ତଙ୍କୁ ସୁ ପରାମର୍ଶ ପ୍ରଦାନ କରିଥିଲେ।ଅନ୍ୟତମ ବିଚାରକ ଭାବରେ ଆଞ୍ଚଳିକ ଗବେଷଣା ପରୀକ୍ଷାଗାରର ପ୍ରାକ୍ତନ ଅବସରପ୍ରାପ୍ତ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ଗବେଷକ,ବୈଜ୍ଞାନିକ ଡ.ନିରୋଦ ଚନ୍ଦ୍ର ରାଉତ,ଅବସରପ୍ରାପ୍ତ ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଜୟ କୁମାର ସାମଲ,ପ୍ରାକ୍ତନ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଧର ପୃଷ୍ଟି, ଅବସରପ୍ରାପ୍ତ ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ସଦାନନ୍ଦ ସାହୁ ପ୍ରମୁଖ ଯୋଗଦାନ କରି ଶିଶୁବିଜ୍ଞାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡ଼ିକର ଉଚିତ୍ ସଠିକ୍ ମୂଲ୍ୟାୟନ କରିଥିଲେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବିଶ୍ୱନାଥ ପୁରର ଛାତ୍ର ସ୍ୱୟଂ ଶେଖର ରଥ,ଗୌରାଙ୍ଗ ଚରଣ ବିଦ୍ୟାପୀଠ,ବଳଦିଆ ବନ୍ଧର ଛାତ୍ରୀ ଆଦ୍ୟାଶା ପରିଡ଼ା,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ମହିଷାପାଟର ଛାତ୍ର ସାଇଶ୍ରୀ ରାଉତ,ମଣି ଦେବୀ ଉଚ୍ଚ ବିଦ୍ୟାଳୟ,ଚାଇଁପୁରର ଛାତ୍ରୀ ଅନ୍ୱେଷା ରଥ, ବେଲ୍ଟିକିରି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ଵର୍ଣ୍ଣମୟୀ ଖୁଣ୍ଟିଆ, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ମଙ୍ଗଳପୁରର ଛାତ୍ରୀ ଋତୁପର୍ଣ୍ଣା ପରିଡ଼ା ଓ ବଟବିହାରୀ ଉଚ୍ଚ ବିଦ୍ୟାଳୟ,ତରଭାର ପୋଲିନା ପ୍ରିୟଦର୍ଶିନୀଙ୍କ ପ୍ରସ୍ତୁତ ୭ ଗୋଟି ପ୍ରକଳ୍ପ ବିଚାରକ ମଣ୍ଡଳୀ, ଏକାଡେମିକ ସଂଯୋଜକ ଓ ଜିଲ୍ଲା ସଂଯୋଜକଙ୍କ ଦ୍ୱାରା ମିଳିତ ମନୋନୟନ ପ୍ରକ୍ରିୟାରେ ସର୍ବମୋଟ୍ ମୂଲ୍ୟାଙ୍କନ ୨୦୦ ମାର୍କ ରୁ ସର୍ବାଧିକ ନମ୍ବର ରଖି ଓଡ଼ିଶା ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ -୨୦୨୬ ରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଛି।ସମସ୍ତ ଶିଶୁବିଜ୍ଞାନୀ ଓ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କୁ ଅଂଶଗ୍ରହଣ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟ ଏକ ସଭାଗୃହରେ ରାଜ୍ୟ ସ୍ତରୀୟ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକ ତଥା ନବନିଯୁକ୍ତ ଏନ୍.ସି.ଏସ୍.ସି ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ମହାରଣା ଏବଂ ଜିଲ୍ଲା ଏକାଡେମିକ ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ବରିଷ୍ଠ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଡିଓ-ଭିଜୁଆଲ୍ ମାଧ୍ୟମରେ ବିଜ୍ଞାନ କଂଗ୍ରେସର ଅବୟବ,ଶିଶୁ ବିଜ୍ଞାନୀମାନଙ୍କର ଅନ୍‌ଲାଇନ୍ ପଞ୍ଜୀକରଣ କରିବାର ଉପାୟ, ଗବେଷଣାର ପରିସର,ପ୍ରକଳ୍ପ ମନୋନୟନ କରିବାର ପ୍ରଣାଳୀ,ବାର୍ଷିକ କାର୍ଯ୍ୟଖସଡା,ମାର୍ଗଦର୍ଶକଙ୍କ ଦାୟିତ୍ବ ପ୍ରକଳ୍ପ ପ୍ରସ୍ତୁତିର ପ୍ରଣାଳୀ ସହିତ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସ୍ଥାୟିତ୍ବ ପାଇଁ ବିଜ୍ଞାନ ଏବଂ ନବସୃଜନ’ ଏବଂ ଏହାର ୫ଟି ଉପବିଷୟ ବସ୍ତୁକୁ ଆଧାରକରି ଆଦର୍ଶ ଓ ଅଭିନବ ପ୍ରକଳ୍ପ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଓ ଶିଶୁ ବିଜ୍ଞାନୀମାନଙ୍କୁ ଗବେଷଣାରେ ମଗ୍ନ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ,ବ୍ରହ୍ମୋତ୍ରୀ ବିଶ୍ୱାଳ,ସୌମ୍ୟଶ୍ରୀ ପଣ୍ଡା,ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଏବଂ ସମସ୍ତ ୮ଟି ବ୍ଲକର ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ।ବର୍ଜ୍ୟବସ୍ତୁ ପରିଚାଳନା,ଶକ୍ତି,ଜଳ, ଖାଦ୍ୟ,କୃଷି ଓ ସ୍ଵାସ୍ଥ୍ୟ,ଭାରତୀୟ ଜ୍ଞାନ କୌଶଳର ପ୍ରୟୋଗକୁ ଆଧାର କରି ଶିଶୁ ବିଜ୍ଞାନୀମାନେ ଏହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାଶ,ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ସଚ୍ଚିଦାନନ୍ଦ ମହାରଣା,ଚିତ୍ତ ରଞ୍ଜନ ନନ୍ଦ,ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାଶ,ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ଦଳବେହେରା, ଅରୁଣ କୁମାର ଓଝା,ଚିତ୍ତ ରଞ୍ଜନ ନନ୍ଦ,କଳ୍ପନା ଆଚାର୍ଯ୍ୟ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ନନ୍ଦ,ଅବସର ପ୍ରାପ୍ତ ତିଳୋତ୍ତମା କରଣ,ଅବସର ପ୍ରାପ୍ତ ଭାଗୀରଥି ସାମଲ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ହେମନ୍ତ କୁମାର ବେହେରା,ବିଜ୍ଞାନ ଶିକ୍ଷକ ମଧୁସୂଦନ ରାଉତ,ପ୍ରେମାନନ୍ଦ ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ଦଳବେହେରା ସମସ୍ତ କାର୍ଯ୍ୟକ୍ରମର ସୁନ୍ଦର ମାର୍ଗଦର୍ଶନ,ତତ୍ତ୍ୱାବଧାନ ,ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ସ୍ଵୀୟ ସଭାପତିଙ୍କ ଅଭିଭାଷଣ ପ୍ରଦାନ କରିଥିଲେ।ରାଜ୍ୟ ସ୍ତରୀୟ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକ ତଥା ନବନିଯୁକ୍ତ ଏନ୍.ସି.ଏସ୍.ସି ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ମହାରଣା ସମସ୍ତ କାର୍ଯ୍ୟକ୍ରମ ସୁସଂଯୋଜନା କରି ସ୍ଵୀୟ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦ ଦାତା ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ପ୍ରଦୀପ୍ତ ମହାରଣା,
ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଙ୍କ ସହ 
ଡା.ଦେବୀ ପ୍ରସାଦ ମିଶ୍ର,

Related posts

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

masiha

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!