ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱନାଥପୁରରେ ଜଳିଗଲା ତେଜରାତି ଦୋକାନ,ସର୍ଟ ସର୍କିଟ୍ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ,ଅଳ୍ପକେ ବଞ୍ଚିଲେ ପାଖ ଦୋକାନୀ 

 ବିଶ୍ୱନାଥପୁରରେ ଜଳିଗଲା ତେଜରାତି ଦୋକାନ,ସର୍ଟ ସର୍କିଟ୍ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ,ଅଳ୍ପକେ ବଞ୍ଚିଲେ ପାଖ ଦୋକାନୀ 

 ଜିଲ୍ଲା,ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଜେପୁର ଛକ ଠାରେ ଗୁରୁବାର ଦିନ ଦିପ୍ରହରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ବିଜେପୁର ଛକରେ ଥିବା ଏକ ତେଜରାତି ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ରୂପେ ଜଳି ଛାରଖାର ହୋଇଯାଇଛି । ସୂଚନା ଅନୁସାରେ,ହଠାତ୍ ଦୋକାନ ଭିତରୁ ଧୂଆଁ ବାହାରିବା ସହ ନିଆଁ ବ୍ୟାପିବାକୁ ଲାଗିଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇଥିଲା,ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଅଣାୟତ୍ତ ହେବାରୁ ସ୍ଥାନୀୟ ଲୋକେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବାହିନୀ କିଛି ସମୟ ମଧ୍ୟରେ ପହଞ୍ଚିବାରୁ ନିଆଁ ପାଖ ଦୋକାନଗୁଡ଼ିକୁ ବ୍ୟାପିବାରୁ ରକ୍ଷା ପାଇଛି । ଏହି ଲାଞ୍ଜିଗଡର ଅଗ୍ନିଶମ ବିଭଗର ଟିମରେ ଏଲ.ଏଫ.ଏଫ ନରେଶ କୁମାର ଶବର,ଏଫ.ଏଫ.ଡି ଶ୍ରୀକାନ୍ତ ସାହୁ,ଏଫ.ଏଫ ଶରତ ଚନ୍ଦ୍ର ବେହେରା,ଏଫ.ଏଫ ମନୋଜ ଦାଣ୍ଡିଆ ପହଞ୍ଚି ଥିଲେ ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି ।ଦୋକାନଟି ଦିନବନ୍ଧୁ ସାହୁଙ୍କର ବୋଲି ଜଣାପଡ଼ିଛି I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ

Sunil Chandra Nayak

ବେଦବ୍ୟାସ ଏବଂ ରାଉରକେଲା କଲେଜରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ

Sunil Chandra Nayak

ଜୈବିକ ପ୍ରଣାଳୀ ରେ କୃଷି କାର୍ଯ୍ୟ ପାଇଁ ସଚେତନତା କର୍ମଶାଳା

Leave a Comment

error: Content is protected !!