ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ବ୍ଲକସ୍ତରୀୟ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ

ନୂଆପଡ଼ାରେ ବ୍ଲକସ୍ତରୀୟ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ

 ନୂଆପଡା,(ସୁଜିତ କୁମାର ପ୍ରଧାନ )ସାମାଜିକ ସୁରକ୍ଷା ପେନ୍‌ସନ୍ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ସୁବ୍ୟବସ୍ଥିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ (UPMP)ର ବ୍ଲକସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ନୂଆପଡ଼ା ପୋଲିସ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପେନ୍‌ସନ୍ ବ୍ୟବସ୍ଥାରେ ଏହି ନୂତନ ଡିଜିଟାଲ୍ ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୩୯ ଜଣ ନୂତନ ହିତାଧିକାରୀଙ୍କୁ ପେନ୍‌ସନ୍ ପ୍ରଦାନ କରାଯାଇଥିଲା।ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ ଓ ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ନୂଆପଡ଼ା ବିଡିଓ ରୋହିତ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପୋର୍ଟାଲ ମାଧ୍ୟମରେ ପେନ୍‌ସନ୍ ଆବେଦନ ଓ ପ୍ରଦାନ ପ୍ରକ୍ରିୟା ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ ହେବା ସହ ଯୋଗ୍ୟ ହିତାଧିକାରୀମାନେ ଠିକ୍ ସମୟରେ ପେନ୍‌ସନ୍ ପାଇପାରିବେ।

Related posts

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

masiha

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ଭ୍ରାମ୍ୟ ମାଣ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ 

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!