ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓବିସି ବର୍ଗଙ୍କ ଜନଗଣନା ଓ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓବିସି ବର୍ଗଙ୍କ ଜନଗଣନା ଓ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଧର୍ମଗଡ଼ (ନି.ପ୍ର): ଓଡ଼ିଶାର ପଛୁଆବର୍ଗ (ଓବିସି) ସମ୍ପ୍ରଦାୟର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶ ତଥା ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପ୍ରଦାନ ଦାବି ଜୋର ଧରିଛି। ଏନେଇ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ଼ ସହକାରୀ ଉପଜିଲ୍ଲାପାଳ ଶ୍ରେଲି ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟର ପଛୁଆବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ଏବଂ ସାମାଜିକ କ୍ଷେତ୍ରରେ ନ୍ୟାୟସଙ୍ଗତ ସ୍ଥାନ ମିଳିବା ଆବଶ୍ୟକ। ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନେବା ଉଚିତ।

 ରାଜ୍ୟରେ ଓବିସି ବର୍ଗଙ୍କ ସ୍ୱତନ୍ତ୍ର ଜନଗଣନା କରାଯିବା,ଜନସଂଖ୍ୟା ଅନୁପାତରେ ଶିକ୍ଷା, ଚାକିରି ଓ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା,ଆଗାମୀ ପଞ୍ଚାୟତିରାଜ ନିର୍ବାଚନରେ ଓବିସି ବର୍ଗଙ୍କୁ ଉଚିତ୍ ପ୍ରତିନିଧିତ୍ୱ ପ୍ରଦାନ କରାଯିବା,ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି ବିଜ୍ଞାପନରେ କଳାହାଣ୍ଡି ଜିଲ୍ଲା ପାଇଁ ଓବିସି ସଂରକ୍ଷଣ ପଦବୀ ବୃଦ୍ଧି କରାଯାଉ,

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉ,ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଜିଲ୍ଲାଭିତ୍ତିକ ଚୟନ ବ୍ୟବସ୍ଥା କରାଯିବା ପାଇଁ ଦାବୀ କରାଯାଇଛି।

ଓବିସି ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଂଗଠନିକ ସମ୍ପାଦକ ଡାକେ ଲହଜଲ, ବ୍ଲକ ସଭାପତି ପ୍ରମୋଦ ହଂସ, ଯୁବ କାର୍ଯ୍ୟକାରୀ ସଭାପତି ରତନ ନାଏକ, ଏନଏସି ଯୁବ ସଭାପତି ସୌମ୍ୟ ରଞ୍ଜନ ନାଏକ, ଧର୍ମଗଡ଼ ଯାଦବ ଜିଲ୍ଲା ସମ୍ପାଦକ କିଶୋର ହଂସ, ଉପଦେଷ୍ଟା ଟିକଚନ ନାଗ ଓ ପଣ୍ଡରା ମାଳି ସମାଜ କୁଳପତି ପ୍ରକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ କିଶୋର ପଟେଲ, ଯୋଗେନ୍ଦ୍ର ସାହୁ, ପ୍ରଶାନ୍ତ ସା, ମୋତିରାମ ସା, ପ୍ରତାପ ବାରିକ, ବିଷ୍ଣୁ ନାଏକ, ବଦ୍ରୀ ଗୋପାଳ, ନିମାଇଁ ଗୋପାଳ, ରାଜେନ୍ଦ୍ର ଗୋପାଳ, ଯାଦବ ଜିଲ୍ଲା ଯୁବ ସଭାପତି ମାନସ ବାଗ, ବ୍ଲକ ସମ୍ପାଦକ ଗୌର ବାଗ, ଭକ୍ତ ଚରଣ ଭୋଇ ଓ କୁଞ୍ଜ ବିହାରୀ ଭଇଁସାଲ ପ୍ରମୁଖ ସାମିଲ ହୋଇ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା

masiha

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

masiha

Leave a Comment

error: Content is protected !!