ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହିନ୍ଦୋଳରେ ବେଆଇନ ଖଣି ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ, ୨- ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପହଞ୍ଚିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ , ୩- ଭାପୁର ଛଦେଶ ଅଞ୍ଚଳର ସର୍ବ ପୁରାତନ ଶ୍ରୀ ମହାଲକ୍ଷ୍ମୀ ଭାପୁର ବଣିକ ସଂଘର ନୂତନ କମିଟି ଗଠନ , ୪- ଗାଡି ଧକ୍କାରେ ବାଛୁରୀ ଗୁରୁତର, , ୫- ସଂସ୍କାର ପବ୍ଲିକ ସ୍କୁଲରେ ଗ୍ରାଣ୍ଡପ୍ୟାରେଣ୍ଟସ୍, ୬- ରଥପଦାରେ ମଦ ଚାଲାଣ ବେଳେ ମଦ ଓ ବାଇକ୍ ଜବତ,ବେପାରୀ ଅଟକ , ୭- ଫସଲ ସୁରକ୍ଷା ଦାବିରେ ଚାଷୀଙ୍କ ପଦଯାତ୍ରା, ଜିଲ୍ଲାପାଳ ଅଫିସ ଆଗରେ ପୋଲିସ ମୁତୟନ, ୮-ଭାପୁର ବିମ୍ବୋଳ ଠାରେ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ, ୯- ସାପୁଆ ନଈରେ ରାତି ଅଧରେ ବାଲି ଚୋରୀ , ୧୦- ଢେଙ୍କାନାଳ ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ , ୧୧- ରବିଶଙ୍କର ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା  , ୧୨- ଜାତୀୟ ଆଇନ ସେବା ଦିବସ , ୧୩-କାମାକ୍ଷାନଗର ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା , ୧୪- ଓଡ଼ାପଡ଼ାରେ ବିଜେଡିର ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା , ୧୫- ଧଳା ଜହର ବିରୋଧରେ ଢେଙ୍କାନାଳ ପୁଲିସର ବଡ଼ ଚଢ଼ାଉ; ୫ ଗିରଫ , ୧୬-ଢେଙ୍କାନାଳ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା , ୧୬- ଲାଉଲଇ କ୍ଲଷ୍ଟରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର , ୧୭- ଭାରତୀ ପାହାଡ ରେ ବୋମା ଖଞ୍ଜୁଥିବ ବେଳେ ବାପ ପୁଅ ଗିରଫ ,୧୮- ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ ବିଜେଡିରୁ ବହିଷ୍କୃତ , ୧୯-

ହିନ୍ଦୋଳରେ ବେଆଇନ ଖଣି ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ
୨ଟି ପ୍ରୋକ୍ଲିନ ମେସିନ ସହ ୩ଟି ଗାଡ଼ି ଜବତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ ବାଛୁରୀବାଙ୍କ ପ୍ଲଟରେ ବେଆଇନ ଖଣି କାରବାର ଉପରେ ପ୍ରଶାସନର ବଡ଼ ଚଢ଼ାଉ। ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ାଉ କରି ୨ଟି ପ୍ରୋକ୍ଲିନ ମେସିନ ସହ ୩ଟି ଗାଡ଼ି ଜବତ କରାଯାଇଛି। ସୂଚନା ଅନୁସାରେ,ହିନ୍ଦୋଳ ଅଞ୍ଚଳରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଖଣି ଖନନ ଚାଲିଥିବା ଅଭିଯୋଗ ହୋଇଥିଲା। ଏନେଇ ଖବର ପାଇ ହିନ୍ଦୋଳ ଉପଜିଲ୍ଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଘଟଣାସ୍ଥଳରୁ ୨ଟି ପୋକ୍ଲେନ୍ ମେସିନ୍ ଏବଂ ଖଣି ସାମଗ୍ରୀ ପରିବହନରେ ଲାଗିଥିବା ୩ଟି ଗାଡ଼ିକୁ ଜବତ କରାଯାଇଛି। ଏହି ଚଢ଼ାଉ ପରେ ବେଆଇନ ଖଣି ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଜବତ ଗାଡ଼ି ଓ ମେସିନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପହଞ୍ଚିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ 

କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇଶିଙ୍ଗା ପଞ୍ଚାୟତ ର ତେନ୍ତୁଳିସିଂହା ସ୍ଥିତ ସର୍ବ ପୁରାତନ ଶୈବପୀଠ ରାମେଶ୍ୱର ମନ୍ଦିର ରେ ବିଶ୍ୱଶାନ୍ତି ମହାଯଜ୍ଞ ସକାଶେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ମନ୍ଦିର ରେ ପହଞ୍ଚିଥିବାର ଜଣାଯାଇଛି l ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଣ୍ଡିତ ଅମରେନ୍ଦ୍ର ନନ୍ଦଶର୍ମାଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ଆଣି ମନ୍ଦିରରେ ପହଞ୍ଚିଛନ୍ତି l ଏଥିରେ କମିଟିର ବରିଷ୍ଠ ସଦସ୍ୟ ଗଣ ରହିଥିବା ବେଳେ ଆଗାମୀ ଅଁଳା ନବମୀ ଠାରୁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ମାଧ୍ୟମରେ ସଂପର୍ଣ୍ଣ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ l

ଭାପୁର ଛଦେଶ ଅଞ୍ଚଳର ସର୍ବ ପୁରାତନ ଶ୍ରୀ ମହାଲକ୍ଷ୍ମୀ ଭାପୁର ବଣିକ ସଂଘର ନୂତନ କମିଟି ଗଠନ

ଢେଙ୍କାନାଳ – ଭାପୁର ଛଦେଶ ଅଞ୍ଚଳର ସର୍ବ ପୁରାତନ ଭାପୁର ବଜାର ବଣିଆସାହି ସ୍ଥିତ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପରେ ନୂତନ କମିଟି ଗଠନ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୂର୍ବତନ ସଭାପତି ବ୍ରଜ କିଶୋର ବେହେରା ଓ ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ପରେ ନୂତନ ନବ ନିର୍ବାଚିତ ସଭାପତି ଶ୍ରୀ ବିକାଶ କୁମାର ସାହୁ ଓ ସମ୍ପାଦକ ଶ୍ରୀ ପଞ୍ଚାନନ ଦଳାଇଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ କମିଟିର ଉପ-ସଭାପତି: ଶ୍ରୀକାନ୍ତ କୁମାର ଖଟୁଆ,ଦୀପ୍ତି ରଞ୍ଜନ ସାହୁ,ଶ୍ରୀଚନ୍ଦନ ରାଉତ,ସହ ସମ୍ପାଦକ: ବସନ୍ତ କୁମାର ପଣ୍ଡା,କୋଷାଧ୍ୟକ୍ଷ: କବିନ୍ଦ୍ର କୁମାର ସାହୁ,ଉପଦେଷ୍ଟା ବ୍ରଜ ମୋହନ ବେହେରା,ଅମୂଲ୍ୟ କୁମାର ପଣ୍ଡା,ବିଦ୍ୟାଧର ପଣ୍ଡା,ନିତ୍ୟାନନ୍ଦ ବେହେରା,ପ୍ରତାପ କୁମାର ଗୋଛି,ରାଜକୁମାର ପ୍ରଧାନ,ଶ୍ରୀକାନ୍ତ କୁମାର ସାହୁ,କମିଟିର ସଦସ୍ୟ ସଭ୍ୟ ମାନେ ହେଲେ 

ରାକେଶ ଦଳେଇ,ଅଭିନାଶ ଦାସ,ଗୋବିନ୍ଦ ଚନ୍ଦ୍ର ପଣ୍ଡା,ରାକେଶ କୁମାର ସାହୁ,ଅନିଲ କୁମାର ଦଳେଇ,କୈଳାସ ଚନ୍ଦ୍ର ଦାସ,ବିରଞ୍ଚି ମହାରଣା,ଭାସ୍କର ବେହେରା,ପ୍ରଦୀପ କୁମାର ବେହେରା,ରଜତ କୁମାର ରାଉତ,ସୁମିତୀ କୁମାର ଦାସ ଯୋଗ ଦେଇଥିଲେ।

ଗାଡି ଧକ୍କାରେ ବାଛୁରୀ ଗୁରୁତର,
 ଯୁବକଙ୍କ ଦ୍ୱାରା ଚିକିତ୍ସା ଆରାମ୍ଭ, ମାଲିକ ନିରବ ଦ୍ରଷ୍ଟା 

କାମାକ୍ଷାନଗର- କାମାକ୍ଷାନଗର ସଂନିକଟ ଜିରିଡାମାଳି ଠାରେ ଗୁରିବାର ଅପରାହ୍ନ ରେ ଗାଡି ଧକ୍କାରେ ଏକ ବାଛୁରୀ ଗୁରୁତର ଭାବେ ହୋଇପଡ଼ିଥିଲେ l ପାଖରେ ଥିବା କେତେକ ଯୁବକ ଗୁରୁତର ବାଛୁରୀକୁ ଚିକିତ୍ସା କରିଥିଲେ l ହେଲେ ପାଖରେ ଥିବା ବାଛୁରୀ ମାଲିକ ନିରବଦ୍ରଷ୍ଟା ସାଜିଥିବାର ଦେଖାଯାଇଥିଲା l ଜିରିଡାମାଳୀ ଠାରେ ସନ୍ଧ୍ୟା ସମୟରେ ଏକ ଦ୍ରୁତଗାମୀ ଗାଡି ଧକ୍କାରେ ରାସ୍ତା ଉପରେ ଠିଆ ହୋଇ ରହିଥିବା ବାଛୁରୀକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l ପାଖରେ ଠିଆ ହୋଇଥିବା ମାଲିକ ଦିଲ୍ଲୀପ ଭୁଟିଆ ନୀରବଦ୍ରଷ୍ଟା ସାଜିଥିଲେ l ପାଖରେ ଥିବା କେତେକ ଯୁବକ ଗୁରୁତର ବାଛୁରୀ କୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ l ପଖରେ ଥିବା ମାଲିକ ଦିଲ୍ଲୀପ ନିରବ ଦ୍ରଷ୍ଟା ସାଜିଥିବାର ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l

ସଂସ୍କାର ପବ୍ଲିକ ସ୍କୁଲରେ ଗ୍ରାଣ୍ଡପ୍ୟାରେଣ୍ଟସ୍

କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଗ୍ରାଣ୍ଡପ୍ୟାରେଣ୍ଟସ୍ ଡେ ମହାସମାରୋହରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରଶ୍ମିବାଳା ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନୃସିଂହ ଚରଣ ପରିଡ଼ା , ଲାଙ୍ଗୁଳାବାବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସତ୍ୟାନନ୍ଦ ମହାନ୍ତ ଏବଂ ବିଦ୍ୟାଳୟର ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ, ଖାରବେଳର ଅଧ୍ୟକ୍ଷ ଡକ୍ଟର ଅନିଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କର ଜେଜେବାପା ଜେଜେମା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମନୋରମ ନାଟକ ଏବଂ ନୃତ୍ୟ ପରିବେଷଣ କରିଥିଲେ, ଯାହା ସେମାନଙ୍କ ଜେଜେବାପା ଜେଜେମା ଙ୍କ ପ୍ରତି ସେମାନଙ୍କର ଭଲପାଇବା ଏବଂ ସମ୍ମାନ ପ୍ରକାଶ କରିଥିଲା। ଜେଜେବାପା ଏବଂ ଜେଜେମା ମାନଙ୍କ ପାଇଁ କିଛି ମଜାଦାର ଖେଳର ଆୟୋଜନ କରାଯାଇଥିଲା, ଯାହାକୁ ସେମାନେ ମନଭରି ଉପଭୋଗ କରିଥିଲେ ଏବଂ ବିଜେତା ମାନଙ୍କୁ କୃତଜ୍ଞତା ସ୍ୱରୂପ ପୁରସ୍କାର ପ୍ରଦାନ କରାଯାଇଥିଲା।ନବମ ଶ୍ରେଣୀର ଛାତ୍ରୀ ସୁଚିସ୍ମିତା ନନ୍ଦ ଏବଂ ପ୍ରୀତିମଞ୍ଜରୀ ପତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ରଶ୍ମିବାଳା ମିଶ୍ର ଜେଜେବାପା ଜେଜେମା ଆମ ପରିବାରର ମୂଳଦୁଆ ଏବଂ ଆମ ଜୀବନର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ।ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ବିମଳା ବାରିକ୍ ସମସ୍ତ ଜେଜେବାପା ଜେଜେମା ଏବଂ ଅତିଥି ମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇବା ସହ କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ ସାମନ୍ତ, ନିରୁପମା ରଣା, ଆୟେଶା ସିମରନ ମଲ୍ଲିକ, ରଶ୍ମି ସାହୁ, ଦିପ୍ତିମୟୀ ସାହୁ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ରଥପଦାରେ ମଦ ଚାଲାଣ ବେଳେ ମଦ ଓ ବାଇକ୍ ଜବତ,ବେପାରୀ ଅଟକ

ଢେଙ୍କାନାଳ –  ଭାପୁର ଫାଣ୍ଡି ଅଧୀନ ରଥପଦା ଠାରେ ବେଆଇନ ମଦ ଜବତ ହୋଇଛି। ସୂଚନା ଅନୁଯାୟୀ,କଳାଙ୍ଗ ଡିହଖମଣି ସାହିର ଜଣେ ବ୍ୟକ୍ତି ଏକ ବାଇକ୍ ଯୋଗେ ମଦ ଧରି ରଥପଦା ଦେଇ ଯାଉଥିବା ବେଳେ ଭାପୁର ଫାଣ୍ଡି ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ମଦ ସହ ବାଇକ୍ କୁ ଜବତ କରାଯାଇଛି ଏବଂ ବେପାରୀକୁ ଅଟକ ରଖାଯାଇଛି। ଜବତ ବାଇକ୍ ନମ୍ବର: OD 06 E 8932 ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଫସଲ ସୁରକ୍ଷା ଦାବିରେ ଚାଷୀଙ୍କ ପଦଯାତ୍ରା, ଜିଲ୍ଲାପାଳ ଅଫିସ ଆଗରେ ପୋଲିସ ମୁତୟନ

ଢେଙ୍କାନାଳ -ହାତୀ,ବାରହା ଓ ମାଙ୍କଡ଼ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବା ପାଇଁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଶାଳ ପଦଯାତ୍ରା। ଦୀର୍ଘ ଦିନ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ପଲ ଧାନ ଫସଲ ଉଜାଡୁଥିବା ବେଳେ ବାରହା ଓ ମାଙ୍କଡ଼ ଦଳ ପନିପରିବା ଓ ଚାଷ ନଷ୍ଟ କରୁଛନ୍ତି। ବାରମ୍ବାର ବନ ବିଭାଗ ଓ ପ୍ରଶାସନକୁ ଜଣାଇଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। କ୍ଷତିପୂରଣ ଦାବି ଓ ଜଙ୍ଗଲୀ ଜନ୍ତୁ ଘଉଡାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା ଦାବିରେ ସଂଗଠନ ଆଜି ପଦଯାତ୍ରାରେ ବାହାରିଛି। ଶହ ଶହ ଚାଷୀ ହାତରେ ପ୍ଲାକାର୍ଡ ଧରି “ଫସଲ ସୁରକ୍ଷା କର, ଚାଷୀକୁ ବଞ୍ଚାଅ” ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଆସୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଆଇନଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇ ପୋଲିସ ଜଗି ବସିଛି।

ଭାପୁର ବିମ୍ବୋଳ ଠାରେ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

ଢେଙ୍କାନାଳ – ଢେଙ୍କାନାଳ ସଦର ତହସିଲଦାର ଓ ମାଇନିଂ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ। ତା ୧୨/୧୧ ସକାଳ ୬ ରୁ ୭ ଟା ମଧ୍ୟରେ ଭାପୁର ବିମ୍ବୋଳ ଠାରେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଚଢ଼ାଉ କରି ଜବତ କରାଯାଇଛି। ଜବତ ପରେ ଟ୍ରକଟିକୁ ଭାପୁର ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ମିଳିଛି। ଆଗକୁ ତଦନ୍ତ ଜାରି ରହିଛି।

ସାପୁଆ ନଈରେ ରାତି ଅଧରେ ବାଲି ଚୋରୀ

ଫାଣ୍ଡି ଅଧିକାରୀଙ୍କ ପାଖରେ ଖବର ନାହିଁ 

ଢ଼େଙ୍କାନାଳ – ଗତ କାଲି ରାତି ପ୍ରାୟ ସାଢେ ୮ଟା ବେଳେ ସାପୁଆ ନଈ ଭାପୁର କାକୁଡିଭାଗ ସୁଦାମ ତୋଟା ପାଖରେ ବେଆଇନ ବାଲି ଚୋରୀ। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଜେସିବି ମେସିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ନଦୀରୁ ବାଲି ଉତ୍ତୋଳନ କରାଯାଉଛି। ଏ ନେଇ ଭାପୁର ଫାଣ୍ଡି ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଶାସନର ନଜର ଆଢୁଆଳରେ ଏଭଳି ବେଆଇନ କାରବାର ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଢେଙ୍କାନାଳ ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ

ଢେଙ୍କାନାଳ- ଯୁବପିଢ଼ିଙ୍କୁ ତମାଖୁ ସେବନରୁ ଦୂରେଇ ରଖିବା ସହିତ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁମୁକୁ ଅଭିଯାନ ୪.୦’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଆଇଏଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତିରୀୟ ସଚେତନତା ଓ ସମନ୍ବୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା, ବିଶେଷକରି ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବ ପରେ ଗୁରୁତ୍ବ ଦିଆଯାଇଥିଲା। ତମାଖୁ ସେବନ ଦ୍ବାରା କର୍କଟ ରୋଗ, ହୃଦ୍‌ରୋଗ, ଶ୍ବାସଜନିତ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହାର ନିରାକରଣ ପାଇଁ ସମସ୍ତ ବିଭାଗର ସମନ୍ବିତ ପ୍ରୟାସ ଆବଶ୍ୟକ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା, ପ୍ରମୀଳା ବରାଳଙ୍କ ସହିତ ଡା. ସପନ କୁମାର ମହାନ୍ତି, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡା, ଶାନୁନୁ ଟୁଡୁ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ), ତା, ହିମାଂଶୁ ଶେଖର ହେମ୍ବ୍ରମ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଏବଂ ଡା, ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ) ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତା, ପ୍ରମୀଳା ବରାଳ ତମାଖୁ ସେବନର ଭୟାବହତା, ଏହାର ଦୀର୍ଘମିଆଦୀ କୁପ୍ରଭାବ ଏବଂ ତମାଖୁ ନିୟନ୍ତ୍ରଣ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକୁ ତମାଖୁମୁକ୍ତ କରିବା, ନିୟମିତ ସଚେତନତା ଅଭିଯାନ ଆୟୋଜନ କରିବା ଏବଂ ଆଇନର ଉଲଂଘନ ରୋକିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ , ଔଷଧ ନିୟନ୍ତ୍ରଣ ବିଭାଗ, ପୋଲିସ ବିଭାଗର ଅଧୁକାରୀମାନଙ୍କ ସହିତ ଜିଲ୍ଲାର ସମସ୍ତ ସାମୁଦାୟିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଳୟ ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଏବଂ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ପାଇଁ ନିଜ ନିଜ ବିଭାଗର ପକ୍ଷରୁ ସହ‌ଯୋଗର ଆଶ୍ବାସନ ଦେଇଥିଲେ। ଏହି ଅଭିଯାନ ମାଧ୍ଯମରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠନ ଓ ଗୋଷ୍ଠୀସ୍ତରରେ ସଚେତନତା କାର୍ଯ୍ୟକ୍ରମ, ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗଠନ, ତମାଖୁ ବିକ୍ରୟ ନିୟନ୍ତ୍ରଣ ଏବଂ ଆଇନର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ଯୁବପିଢ଼ିଙ୍କୁ ତମାଖୁ ଓ ନିକୋଟିନ୍ ଜାତୀୟ ଦ୍ରବ୍ୟଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ବାନ ଦିଆଯାଇଥିଲା। ଏକ ତମାଖୁମୁକ୍ତ ଢେଙ୍କାନାଳ ଗଠନ ପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଶିକ୍ଷା ବିଭାଗ, କଲ୍ୟାଣ ବିଭାଗ, ଔଷଧ ନିୟନ୍ତ୍ରଣ ବିଭାଗ, ପୋଲିସ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଅପରିହାର୍ଯ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଯୁବପିଢ଼ିଙ୍କ ସୁସୁ ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ଏହି ଅଭିଯାନ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ।

ରବିଶଙ୍କର ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା 

କାମାକ୍ଷାନଗର କାମାକ୍ଷାନଗର ସନ୍ନିକଟ ବ୍ରାହ୍ମଣିଆ ସ୍ଥିତ ରବିଶଙ୍କର ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଓ ପ୍ରଦାର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ନିର୍ଦେଶକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଜିଲାପାଳ ବିକାଶ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ର ଭୂମିକା ଉପରେ ଆଲୋକପାତ କରି ସାଂପ୍ରତୀକ ପରିସ୍ଥିତିରେ ବିଜ୍ଞାନ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ l ସଂଯୋଜକ ଚିରଞ୍ଜୀବ ମିଶ୍ରଙ୍କ ସଂଯୋଜନାରେ ଏହି ବିଜ୍ଞାନ ପ୍ରଦର୍ଶନୀ ରେ ୮୫ ଗୋଟି ବିଭିର୍ନ୍ନ ପ୍ରକାର ର ମଡେଲ ସ୍ଥାନ ପାଇଥିଲା l ବିଚାରକ ଭାବେ ବିଶ୍ୱନାଥ ଦାସ, ବିଶ୍ଵାମିତ୍ରସାହୁ,ପ୍ରଭାଞ୍ଜନ ସ୍ୱାଇଁ,ବର୍ଷାରାଣୀ ନାୟକ ଯୋଗଦେଇ ମଡେଲ ଗୁଡିକ ଚୟନ କରିଥିଲେ l ଏହାର ଉଦଯାପନୀ ରେ ଡେପୁଟି କଲେକ୍ଟର ବାଟକୃଷ୍ଣ ମଲ୍ଲିକ ଯୋଗଦେଇ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂଯୋଜିକା ସ୍ଵାଗତିକା ମହାପାତ୍ର ଉପସ୍ଥିତ ଥିଲେ l ଶିକ୍ଷକ ସୁବାସ ଚନ୍ଦ୍ର ସାହୁ,ପଞ୍ଚାନନ ସାହୁ, ପ୍ରଜ୍ଞାପାରମିତା ପତି, ଦେବସ୍ମିତା ଦାସ, ଲିଲି ଆଚାର୍ଯ୍ୟ,ତାପସ୍ୱନୀ ନାୟକ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l

ଜାତୀୟ ଆଇନ ସେବା ଦିବସ

କାମାକ୍ଷାନଗର -କାମାକ୍ଷାନଗର ତାଳୁକ ଆଇନ ସେବା କମିଟି ପକ୍ଷରୁ ଜାତୀୟ ଆଇନ ଦିବସ ଅଦାଲତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ତାଳୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜାଜ ଇତିଶ୍ରୀ ମାଳବିକା ଭୂୟାଁ ସଭାପତିତ୍ୱ କରି ଆଇନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଏଥିରେ ବରିଷ୍ଠ ଦେୱାନୀ ବିଚାରକ ମାମି ବେହେରା, ଉପଖଣ୍ଡ ସ୍ତରୀୟ ବିଚାରକ ନିଲୋଫର ପ୍ରମୁଖ ଯୋଗଦେଇ ଆଇନ ଦିବସ ଉପରେ ଆଲୋଚନା କରିଥିଲେ l ଓକିଲ ସଂଘର କର୍ମକର୍ତ୍ତାଙ୍କ ସହିତ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଅଦାଲତ ର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l

କାମାକ୍ଷାନଗର ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

କାମାକ୍ଷାନଗର -କାମାକ୍ଷାନଗର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ନୃତତ୍ତ୍ୱ ବିଭାଗ ପକ୍ଷରୁ ନବାଗତ ଛାତ୍ରଛା ତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଶରତ ଚନ୍ଦ୍ର ବେହେରା ପୌରହିତ କରି ବିଭାଗର ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ସାଗରିକା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ନୃତତ୍ତ୍ୱ ବିଷୟର ଗୁରୁତ୍ୱ ଓ ଭବିଷ୍ୟତ ର ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବାଗତଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟ ର ନୀତି ନିୟମ ଅନୁଯାୟୀ ଶୃଙ୍ଖଳିତ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଡ଼ ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ରଶ୍ମିରଂଜନ ସେନାପତି, ଅଧ୍ୟାପକ ଚିନ୍ମୟ କୁମାର ମିଶ୍ର, ଅଧ୍ୟାପକ ବିଶ୍ୱନାଥ ଦାସ, ଅଧ୍ୟାପକ ରଘୁନାଥ ନାୟକ, ପ୍ରତିପାଦକ ପ୍ରଶାନ୍ତ କୁମାର ପଣ୍ଡା, ଲିଙ୍ଗରାଜ ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷା କୁ ଗୁରୁତ୍ୱ ଦେଲେ ନିଜର ତଥା ରାଜ୍ୟର ଉନ୍ନତିରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଶେଷରେ ମେଜର ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଶିକ୍ଷକଙ୍କ ଧାରଣା

କାମାକ୍ଷାନଗର ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସିଥିବାରୁ ହେବାକୁ ଥିବା +୩ ଫାଇନାଲ୍ ଇୟର ଛାତ୍ରଛାତ୍ରୀଙ୍କ ଆଭ୍ୟନ୍ତରୀଣ (ଇଣ୍ଟରନାଲ୍) ପରୀକ୍ଷା ବାତିଲ୍ ହୋଇଛି।ଉକ୍ତ ମହାବିଦ୍ୟାଳୟରେ ମୋଟ ୫୪ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷାଦାନ କ୍କରୁଥିବା ବେଳେ ଉକ୍ତ ମହାବିଦ୍ୟାଳୟରେ ସମୁଦାୟ ୧୨୦୦ ଜନ ଛାତ୍ର ଓ ଛାତ୍ରୀ ଅଧ୍ୟୟନରତ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ର ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଏନ୍.ସି.ସି. କେୟାର ଟେକର୍ ଅଫିସର ଭାବେ କାର୍ଯ୍ୟରତ ଶ୍ରୀ ଚନ୍ଦନ ସାସମଲଙ୍କୁ ଅଣ-ଛାତ୍ରଙ୍କ ଦ୍ଵାରା ଦୁର୍ବ୍ୟବହାର କରାଯିବା ସହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିବା ଅଭିଯୋଗ ହୋଇଛି। ରାଜନୈତିକ କାରଣରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଅଧ୍ୟାପକ ଚଳିତ ମାସ ୭ ତାରିଖ ଶନିବାର ଦିନ ଲିଖିତ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ କୁମାର ସ୍ୱାଇଁଙ୍କୁ ଜଣାଯାଇଥିଲେ । ଉକ୍ତ ଲିଖିତ ଅଭିଯୋଗକୁ ଗତକାଲି ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏହି ପରିସ୍ଥିତି ଦେଖିବାକୁ ମିଳିଛି।

ଦୀର୍ଘ ୪ ଦିନ ପରେ କୌଣସି ସମାଧାନ ନ ହେବାରୁ ୫୪ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଧାରଣାରେ ବସିଥିଲେ। ଧାରଣାରେ ଥିବା ଅଧ୍ୟାପକ ଓ ଅଧ୍ୟାପିକା କହିଥିଲେ କି ଉପଜିଲ୍ଲାପାଳ ଆସିବା ପର୍ଯ୍ୟନ୍ତ ସେମାନେ ଧାରଣା ଜାରି ରଖିବେ। ହେବାକୁ ଥିବା ପରୀକ୍ଷା ବାତିଲ୍ ହେବାରୁ ଛାତ୍ରଛାତ୍ରୀମାନେ ହଇରାଣ ହେବା ସହିତ ଗଭୀର ଭାବରେ ମର୍ମାହତ ହୋଇଥିବାର ଦେଖିବାକୁ ମିଳିଥିଲା  

ଶେଷରେ ଉପ-ଜିଲ୍ଲାପାଳଙ୍କର ନିର୍ଦେଶ କ୍ରମେ ସ୍ଥାନୀୟ ଗନ୍ଦିଆ ତହସିଲଦାର ସତ୍ୟଜିତ୍ ମହାପାତ୍ର ଧାରଣା ସ୍ଥଳରେ ପହଂଚିବା ସହିତ ଧାରଣା ରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ଆଲୋଚନା କରି ଉକ୍ତ ସମସ୍ୟାଟି ତିନି ଦିନ ବ୍ୟବଧାନ ପରେ ଏହାର ସମାଧାନ ହେବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାରଙ୍କ ଉକ୍ତ ପ୍ରତିଶ୍ରୁତି ପରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ତିନି ଦିନ ପାଇଁ ଧାରଣାରୁ ନିବୃତ୍ତ ରହିବାକୁ ରାଜି ହୋଇ ଧାରଣା ଭଙ୍ଗ କରିଥିଲେ।

ଓଡ଼ାପଡ଼ାରେ ବିଜେଡିର ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା

୨୮ଟି ପଞ୍ଚାୟତରେ ୨୮ ଜଣଙ୍କୁ ଦଳୀୟ ସଭାପତି ଦାୟିତ୍ୱ, ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରିବାକୁ ଆହ୍ୱାନ

ଢେଙ୍କାନାଳ – ଆଗାମୀ ଦିନରେ ବିଜୁ ଜନତା ଦଳର ସାଙ୍ଗଠନିକ ଭିତ୍ତିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ା ବ୍ଲକର ଦଶଦେବି ପୀଠନିକଟରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସାଙ୍ଗଠନିକ ସ୍ଥିତିକୁ ପୁନର୍ଗଠିତ କରିବା ସହ ପଞ୍ଚାୟତ ସ୍ତରରୁ କର୍ମୀ ଓ ନେତୃତ୍ୱଙ୍କୁ ଅଧିକ ସକ୍ରିୟ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଓଡ଼ାପଡ଼ା ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୨୮ ଜଣ ଦୃଢମନା କର୍ମୀଙ୍କୁ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ, ବିଧାୟକ ତଥା ରାଜ୍ୟ ଅନୁସୂଚିତ ଜାତି ଅଧ୍ୟକ୍ଷ ଶ୍ରୀ ମହେଶ ସାହୁ ଯୋଗଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ଦୀପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଓଡ଼ାପଡ଼ା ବ୍ଲକ ବିଜେଡି ସଭାପତି ଯତି ନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ଅଶୋକ ନାୟକ,ରାଜ୍ୟ ସମ୍ପାଦିକା ମମତା ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନରୋତ୍ତମ ରାଉତ, ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଦେଵୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ମମତାଞ୍ଜଳି ବେହେରା, ବରିଷ୍ଠ ବିଜେଡି ନେତ୍ରୀ ତଥା ସ୍ଥାନୀୟ ବଳରାମପ୍ରସାଦ ର ସରପଞ୍ଚ କାଞ୍ଚନଵାଲା ରାଉତଙ୍କ ସମେତ ବହୁ ଦଳୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ କର୍ମୀ ଯୋଗଦେଇଥିଲେ।

ନିଜ ବକ୍ତବ୍ୟରେ ଶ୍ରୀ ମହେଶ ସାହୁ କହିଥିଲେ ଯେ, ବିଜୁ ଜନତା ଦଳକୁ ଆଗାମୀ ଦିନରେ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଦଶଦେବିଙ୍କଠାରୁ ଆରମ୍ଭ ହୋଇଥିବା ଏହି ସାଙ୍ଗଠନିକ ଅଭିଯାନ ଆଗାମୀ ଦିନରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ଦୀପ ସଡ଼ଙ୍ଗୀ ଉପସ୍ଥିତ ଦଳୀୟ କର୍ମୀଙ୍କ ଉତ୍ସାହ ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦଳୀୟ ଶୃଙ୍ଖଳା ଓ ସଂଗଠନ ବୃଦ୍ଧିକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।ସମଗ୍ର କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିବା ବେଳେ ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ଆହୁରି ଅଧିକ ସକ୍ରିୟ ଓ ସୁଦୃଢ଼ କରିବାର ଆହ୍ୱାନ ସହ ବୈଠକ ଶେଷ ହୋଇଥିଲା। ଶେଷରେ ବିଜେଡି ଜ଼ିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଧଳା ଜହର ବିରୋଧରେ ଢେଙ୍କାନାଳ ପୁଲିସର ବଡ଼ ଚଢ଼ାଉ; ୫ ଗିରଫ

୪୬.୨୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ମୂଲ୍ୟ ପ୍ରାୟ ୩.୬୮ ଲକ୍ଷ ଟଙ୍କା; ୩ଟି ବାଇକ୍ ଓ ୫ଟି ମୋବାଇଲ ଜବତ

ଢେଙ୍କାନାଳ- ନିଶା କାରବାର ବିରୋଧରେ ଢେଙ୍କାନାଳ ପୁଲିସର ବଡ଼ ଧରଣର ଚଢ଼ାଉ। ବ୍ରାଉନ୍‌ସୁଗାର ବେଆଇନ କାରବାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ୍‌ ଥାନା ପୁଲିସ।ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହିଷାପାଟସ୍ଥିତ ପାଲିଶ୍ରୀ ମେଳା ପଡ଼ିଆରେ ଏକ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୪୬.୨୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ୬୮ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।

ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ୩ଟି ଦୁଇଚକିଆ ଯାନ ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି। ନିଶାମୁକ୍ତ ଭାରତ ଅଭିଯାନ ଏବଂ ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ପୁଲିସର ଏହି ଅଭିଯାନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ନିଶା କାରବାର ରୋକିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପୁଲିସ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିବ ।

ଢେଙ୍କାନାଳ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା 

ଢେଙ୍କାନାଳ- ଢେଙ୍କାନାଳ ଷ୍ଟାଡିୟମରେ ନବନିର୍ମିତ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ଘାଟନ କରିଥିଲେ। ଜିଏମ୍‌ଆର୍ କମଳାଙ୍ଗା ଏନର୍ଜି ଲିମିଟେଡ୍ ଓ ଜିଲ୍ଲା ପ୍ରଶାସନ, ଢେଙ୍କାନାଳର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଢେଙ୍କାନାଳ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଓ କ୍ରୀଡ଼ାବିତ୍‌ମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍‌ରେ ସ୍ୱତନ୍ତ୍ର ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି ବୋଲି ସେ କହିଥିଲେ। ଢେଙ୍କାନାଳ ଷ୍ଟାଡିୟମରେ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସ୍ଥାପନ ଦୀର୍ଘଦିନର ଦାବି ଥିଲା। ଏହା ପୂରଣ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ଏହାକୁ ଓଡ଼ିଶା ତଥା ଭାରତକୁ ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଅଧିକ ଗୌରବ ଆଣିଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଢେଙ୍କାନାଳକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିବା ପାଇଁ ଜିଏମ୍‌ଆର୍ ସମେତ ଜିଲ୍ଲାର ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକ ନିଜର ସହଯୋଗ ଜାରି ରଖିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ଢେଙ୍କାନାଳ ଷ୍ଟାଡିୟମରେ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥାର ଆବଶ୍ୟକତା ଦୀର୍ଘଦିନରୁ ଅନୁଭୂତ ହେଉଥିଲା। ଜିଏମ୍‌ଆର୍ ଭଳି ଶିଳ୍ପାନୁଷ୍ଠାନ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଢେଙ୍କାନାଳର ସକାରାତ୍ମକ ବିକାଶରେ ସହଭାଗୀ ହେଉଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଏହି ନୂତନ ସୁବିଧାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଏହା ଦୀର୍ଘଦିନ ଧରି କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କ ଉପକାରରେ ଆସିପାରିବ। ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟ ବାବୁରାଓ ମାନେ କହିଥିଲେ ଯେ, ସମସ୍ତେ ନିଜର ଦୈନନ୍ଦିନ ଜୀବନରେ କ୍ରୀଡ଼ାକୁ ସାମିଲ କରିବା ଆବଶ୍ୟକ। ଏହାଦ୍ୱାରା ଏକ ସୁସ୍ଥ ଓ ସକ୍ରିୟ ଜନସମାଜ ଗଠନ ସମ୍ଭବ ହେବ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସମେତ ବହୁ ଅଧିକାରୀ, ଜନପ୍ରତିନିଧି, କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ଜିଏମ୍‌ଆର୍ କମଳାଙ୍ଗା ଏନର୍ଜି ଲିମିଟେଡ୍‌ର ପ୍ଲାଣ୍ଟ ହେଡ୍ ରଘୁନାଥ ପି.ଭି. ଧନ୍ୟବାଦ ଅର୍ପଣ କରିଥିଲେ।

ଲାଉଲଇ କ୍ଲଷ୍ଟରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର 

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିନି ସଂସ୍କୃତ ପାଠ୍ୟପୁସ୍ତକ, 

ବିନା ବହିରେ କିପରି ହେବ ପରୀକ୍ଷା ?

ଢେଙ୍କାନାଳ –ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଢେଙ୍କାନାଳ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଲାଉଲଇ କ୍ଲଷ୍ଟରରେ ଶିକ୍ଷା ବ୍ୟବସ୍ଥାର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଶିକ୍ଷାବର୍ଷ ଆଗେଇ ଚାଲିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ହାତରେ ଏଯାଏଁ ପହଞ୍ଚି ପାରିନାହିଁ ସଂସ୍କୃତ ପାଠ୍ୟପୁସ୍ତକ। ଫଳରେ ବିନା ପୁସ୍ତକରେ ପାଠପଢ଼ା ଓ ପରୀକ୍ଷାକୁ ନେଇ ଅଭିଭାବକ ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।ସୂଚନା ଅନୁଯାୟୀ, ଅର୍ଦ୍ଧବାର୍ଷିକ ପରୀକ୍ଷା ଶେଷ ହୋଇ ଦଶହରା ଛୁଟି ମଧ୍ୟ ଶେଷ ହୋଇଛି। ଆଗକୁ ବାର୍ଷିକ ପରୀକ୍ଷା ଥିବା ବେଳେ ଏଯାଏଁ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ବହି ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଉପରସ୍ତରରୁ ପାଠ୍ୟପୁସ୍ତକ ଆସିନଥିବା ଉତ୍ତର ମିଳୁଥିବା ଜଣାପଡ଼ିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପ୍ରଥମ ସମାପ୍ତିସୂଚକ ପରୀକ୍ଷା ଛାତ୍ରଛାତ୍ରୀମାନେ ବିନା ପାଠ୍ୟପୁସ୍ତକରେ କିପରି ଦେଲେ? ବିନା ବହିରେ ପିଲାଙ୍କ ପାଠପଢ଼ା କେମିତି ଚାଲିଛି ଏବଂ ସେମାନଙ୍କ ଶିକ୍ଷାଗତ ଦକ୍ଷତାର ମୂଲ୍ୟାୟନ କିପରି ହେଉଛି, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି, ପାଠ୍ୟପୁସ୍ତକ ଯୋଗାଣରେ ଏଭଳି ଅବହେଳା ପାଇଁ ଦାୟୀ କିଏ? ଶିକ୍ଷା ବିଭାଗର ତଦାରଖ ବ୍ୟବସ୍ଥା କେଉଁଠି? ଯଦି ବର୍ଷର ଅଧା ସମୟ ବିତିଯିବା ପରେ ମଧ୍ୟ ପିଲାଙ୍କୁ ବହି ମିଳିବ ନାହିଁ, ତେବେ ସେମାନେ କିପରି ଉନ୍ନତ ଶିକ୍ଷା ହାସଲ କରିବେ?ତେଣୁ ଲାଉଲଇ କ୍ଲଷ୍ଟରର ସମସ୍ତ ସମ୍ପୃକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସଂସ୍କୃତ ପାଠ୍ୟପୁସ୍ତକ ଯୋଗାଇବା ସହ ଏହି ଅବ୍ୟବସ୍ଥାର ତଦନ୍ତ କରି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଅଭିଭାବକ ମହଲରୁ ଦାବି ହେଉଛି। ବିନା ବହିରେ ପାଠପଢ଼ା, ବିନା ପ୍ରସ୍ତୁତିରେ ପରୀକ୍ଷା — ଏହା କେଉଁ ପ୍ରକାରର ଶିକ୍ଷା ବ୍ୟବସ୍ଥା? ଏବେ ଶିକ୍ଷା ବିଭାଗର ଉତ୍ତରକୁ ଅପେକ୍ଷା।

ଭାରତୀ ପାହାଡ ରେ ବୋମା ଖଞ୍ଜୁଥିବ ବେଳେ ବାପ ପୁଅ ଗିରଫ

କାମାକ୍ଷାନଗର –ଭୁବନ ସହରର ଉତ୍ତର ଦିଗରେ ଥିବା ଭାରତୀ ପାହାଡ ରେ ଜନ୍ତୁ ଶିକାର ପାଇଁ ବୋମା ଖଞ୍ଜୁଥିବା ବେଳେ ବନ ବିଭାଗ ଦ୍ୱାରା ବାପ ପୁଅ ଗିରଫ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳ ୮ ଘଟିକା ସମୟରେ କାର୍ତ୍ତିକ ଚମ୍ପିଆ ଙ୍କ ପୁଅ ନଖିଆ ଚମ୍ପିଆ ଓ ତାଙ୍କ ପୁଅ କହ୍ନେଇ ଚମ୍ପିଆ ଙ୍କୁ ଭୁବନ ବନ ବିଭାଗ ଗିରଫ କରିଥିଲା। ତାଙ୍କ ନିକଟରୁ ୧୭ ଟି ବେଟ ବମ ଉଦ୍ଧାର କରାଯାଇ କେଶ୍ ନଂ ୩୩ ବି /୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି । ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ଙ୍କ ତତ୍ୱାବଧାନରେ ବନପାଳ ବିମଳ ବାର୍ଲା ,ଫରେଷ୍ଟ ଗାର୍ଡ ବେଣୁଧର ପ୍ରଧାନ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ ବିଜେଡିରୁ ବହିଷ୍କୃତ

ଦଳବିରୋଧୀ ଓ ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନ ଦେଲେ ଶକ୍ତ ଧକ୍କା 

ଢେଙ୍କାନାଳ -ଦଳବିରୋଧୀ ଏବଂ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି। ଗତକାଲି ସନ୍ଧ୍ୟାରେ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ଏହି ନିଷ୍ପତ୍ତି ସମ୍ପର୍କରେ ଔପଚାରିକ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଦଳର ୧୧ ଜଣ କାଉନସିଲରଙ୍କ ସହ ଅଧ୍ୟକ୍ଷ ପଦରେ ମଧ୍ୟ ବିଜେଡି ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ହିନ୍ଦୋଳବାସୀଙ୍କ ଭଲ ପାଇବା ଯୋଗୁଁ କେଶବ ଚନ୍ଦ୍ର ପ୍ରଧାନ ଏନ୍‌ଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ତେବେ ପରବର୍ତ୍ତୀ ସମୟରେ ସେ ଦଳର ନୀତି ଓ ଆଦର୍ଶ ବିରୋଧରେ କାର୍ଯ୍ୟ କରିବା ସହ ନିଜସ୍ୱ ସ୍ୱାର୍ଥ ପାଇଁ ବିଜେପି ସହ ହାତ ମିଳାଇ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ହିନ୍ଦୋଳବାସୀଙ୍କ ସହ ଜନବିରୋଧୀ କାର୍ଯ୍ୟକଳାପ, ବହିଷ୍କାରର କାରଣ ଭାବେ ଦର୍ଶାଯାଇଛି।

ଏହି ଘଟଣାକୁ ନେଇ ହିନ୍ଦୋଳ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ଘଟଣାରେ ପ୍ରତିକ୍ରିୟା ଦେଇପୂର୍ଵତନ ସାଂସଦ ମହେଶ ସାହୁ କହିଛନ୍ତି “ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗକୁ କଦାପି ବରଦାସ୍ତ କରାଯିବ ନାହିଁ”।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

Sunil Chandra Nayak

ବନ୍ଧୁଗାଁ ସରସ୍ବତୀ ଶିଶୁ ମନ୍ଦିର ଠାରେ ପାଳିତ ହେଲା ଜନ୍ମାଷ୍ଟମୀ

masiha

ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ପାଳିତ

masiha

Leave a Comment

error: Content is protected !!