ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳମପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

କଳମପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା କଲମପୁରବ୍ଲକ ଧାନ ମଣ୍ଡି ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ମେଳା ଶୁକ୍ରବାର ଦିନ ଆୟୋଜିତ ହୋଇଥିଲା | କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ରାଉତ , ସଭାପତି.କଳମପୁର ବିଡ଼ିଓ. ବିଜୟ କୁମାର ମଣ୍ଡାଙ୍ଗି.ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଧର୍ମଗଡ଼ ଡା.ମଧୁସୂଦନ ଦାସ, ସମ୍ମାନୀୟ ଅଥିତି କଳାହାଣ୍ଡି ସାଂସଦ ପ୍ରତିନିଧି ଅରୁଣ ଜଗରୀଆ.କଳମପୁରବ୍ଲକ ଅଧକ୍ଷ୍ୟl ପ୍ରତିନିଧି ଘନଶ୍ୟାମ ନାଏକ.ମନୋଜ ନାଏକ. ଭବାନୀଷଙ୍କରପଣ୍ଡା.ଗୋଷ୍ଠୀ ପ୍ରାଣୀ ଚିକିତ୍ସାଅଧିକାରୀ କଳମପୁର ଡାକ୍ତର ରଞ୍ଜିତ ସାମନ୍ତ ସିଂହାର.ମାନବେଶ ମହାପାତ୍ର.ପ୍ରମୁଖ ମଞ୍ଚାସିନ ଥିଲେ । ମତ୍ସ୍ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଉପରେ ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସଫଳ ଚାଷୀ ଓ ଉଦ୍ଦ୍ୟୋଗି ମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଣୀ ପାଳନ ଓ ମତ୍ସ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା , ପ୍ରଥମେ ଅଥିତି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରି ଗୋମାତାଙ୍କୁ ପୂଜା ଅର୍ଚନା କରି ଉଦଘାଟନ କରାଯାଇ ଥିଲା ପ୍ରାଣୀ ସମ୍ପଦ ବିଭାଗ , ମତ୍ସ ବିଭାଗ , ଉଦ୍ୟାନ ବିଭାଗ , କୃଷି ବିଭାଗ, ମିଶନ ଶକ୍ତି, ଓମଫେଡ ବିଭାଗର ଷ୍ଟଲ ପ୍ରଦର୍ଶନ କରାଯାଇଥିବାବେଳେ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ମେଳାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ

 ବଡ଼କୂଟରୁ ଭେଟନାରୀ ଟେକ୍ନିଶୀୟାନ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ କୌଲାଶ ଚନ୍ଦ୍ର ସାହୁ.ଗୌରୀଶଙ୍କର ବେହେରା.ପଦ୍ମକିଶୋର ରଣା.ଡମ୍ୱରୁ ଧର ହାତୀ. ଗଜିନ୍ଦ୍ର ମାଝୀ.ଦୁର୍ମନ ବାଗ. ନୀଳାଞ୍ଚଲ.ରାଜୀବ.ଗୋବିନ୍ଦ. କିସାନ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବାଲିଶଙ୍କରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

ଜମିବିକ୍ରୀକୁ ଅନୁମୋଦନ କରୁ ନାହାନ୍ତି ଖଇରା ଉପ-ନିର୍ବନ୍ଧକ ଅଧିକାରୀ,୮୮ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ 

masiha

Leave a Comment

error: Content is protected !!