ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଯୋଜନା ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଯୋଜନା ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ.

ରାଉରକେଲା: ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜ୍ୟସରକାରଙ୍କ ଦ୍ୱାରା ମହିଳା ଓ ଛାତ୍ରୀ ସଶକ୍ତୀକରଣ ନିମନ୍ତେ କରାଯାଉଥିବା ଶକ୍ତିଶ୍ରୀ ଯୋଜନା ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଶୋଭାଯାତ୍ରା, ଦୁଇଟି ସମ୍ପାନରେ ସଚେତନତା ବାର୍ତ୍ତା ସମ୍ପର୍କୀତ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା ଚକ୍ର, ଯୋଜନା ସମ୍ପର୍କୀତ ବାର୍ତ୍ତା ଉଦ୍ଦେଶ୍ୟରେ ୫ଟି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହିତ ସପ୍ତାହେ ବ୍ୟାପୀ ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଥମେ ହୋଇଥିବା ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ଛାତ୍ରୀ ଓ ଅଧ୍ୟାପିକାମାନେ ଯୋଜନା ସମ୍ପର୍କୀତ ବାର୍ତ୍ତା ସମ୍ବଳିତ ପ୍ରଚାର ପତ୍ର ମାଧ୍ୟମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ସମେତ ମହାବିଦ୍ୟାଳୟ ସଂଲଗ୍ନ ଓ ପାରିପାର୍ଶ୍ୱିକ ଅଞ୍ଚଳରେ ବାର୍ତ୍ତା ଦେଇଥିଲେ। ସେହିପରି ଚଳିତମାସ ୭ ତାରିଖ ଦିନ ହୋଇଥିବା ଆଲୋଚନାରେ ବିଶିଷ୍ଟ ଲେଖିକା, ଅନୁବାଦିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ନିବେଦିତା ଜେନା ‘ମୁଁ ଶକ୍ତିଶ୍ରୀ’ ପ୍ରସଙ୍ଗକୁ ନେଇ ଭାରତୀୟ ନ୍ୟାୟ ସଂହିତା ସହିତ ମହିଳା ଓ ବାଳିକା ସୁରକ୍ଷା ଆଇନର ବିଭିନ୍ନ ଦିଗ ସହିତ ରାଗିଙ୍ଗ୍‌ ନିରୋଧ ଆଇନ ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଚଳିତମାସ ୧୦ ତାରିଖରେ ସୁଶିଳାବତୀ ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ତଥା ବିଶିଷ୍ଟ ଲେଖିକା ମାହାଶ୍ୱେତା ସାହୁ ‘ମୁଁ ଶକ୍ତିଶ୍ରୀ’ ପ୍ରସଙ୍ଗକୁ ନେଇ ଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରୀମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ, କବିତା ଆବୃତି, ଏକକ ନୃତ୍ୟ ପ୍ରଦର୍ଶନ, ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀତ ପାୱାର ପୟଣ୍ଟ ମାଧ୍ୟମରେ ତଥ୍ୟ ଓ ସୂଚନା ପ୍ରଦର୍ଶନ ସହିତ ଗୋଷ୍ଠୀଗତ କ୍ଷୁଦ୍ର ଅଭିନୟ ପ୍ରତିଯୋଗିତାର ମୋଟ ୨୮ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଏହି ଅବସରରେ ଗତ ଏକ ସପ୍ତାହ ଧରି ଚାଲିଥିବା ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗର ପଞ୍ଜୀକୃତ ତଥା ଅନୁଭବି ପ୍ରଶିକ୍ଷିକା ମହିମା ସୁନ୍ଦରୀ ମଲ୍ଲିକ ଓ ଦେବି ଦର୍ଶିନୀ ସପ୍ତାହେ ବ୍ୟାପି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ମୋଟ ୨୯୮ ଜଣ ଛତ୍ରୀ ପ୍ରଶିକ୍ଷଣ ନେଇଥିଲାବେଳେ ସମସ୍ତ କାର୍ଯ୍ୟକ୍ରମରେ ପ୍ରାୟ ୯୦୦ଜଣ ବିଭିନ୍ନ ବର୍ଗର ଛାତ୍ରୀ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ସେଠୀଙ୍କ ନେତୃତ୍ୱରେ ହୋଇଥିବା ସଭାକୁ ଶ୍ରୀମତୀ ବାକ୍ସଲା ସଞ୍ଚାଳନ କରିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ରାଉରକେଲାର ଡେପୁଟି କଲେକ୍ଟର ମଧୁମିତା କିସାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ତଥା ସଞ୍ଚାଳନ କରିବାରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସହ ସଂଯୋଜିକା ତଥା ସହକାରୀ ପ୍ରାଧ୍ୟାପିକା ଡ.ରଞ୍ଜିତା ଓରାମ, ଡ. ସନ୍ତୋଶିନୀ ପାତ୍ର, ଡ. ରାଜଲକ୍ଷ୍ମୀ ବାରିକ ପ୍ରମୁଖଙ୍କ ସମେତ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶାଳ ମାଗଣା ଚିକିତ୍ସା ଶିବିର

masiha

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

Leave a Comment

error: Content is protected !!