ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ‘ନିଶାମୁକ୍ତ ଯୁବ’ ବିଷୟବସ୍ତୁ ଉପରେ ପଡ଼ୋଶୀ ଯୁବ ସଂସଦ ୨୦୨୬–୨୭ ଅନୁଷ୍ଠିତ 

ଲାଞ୍ଜିଗଡ଼ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ‘ନିଶାମୁକ୍ତ ଯୁବ’ ବିଷୟବସ୍ତୁ ଉପରେ ପଡ଼ୋଶୀ ଯୁବ ସଂସଦ ୨୦୨୬–୨୭ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ଼ ବ୍ଲକ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (ମାଇ ଭାରତ) ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ଼ ସ୍ଥିତ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପଡ଼ୋଶୀ ଯୁବ ସଂସଦ (Neighbourhood Youth Parliament) ୨୦୨୬–୨୭ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ‘ନିଶାମୁକ୍ତ ଯୁବ’ ରଖାଯାଇଥିଲା । କଳାହାଣ୍ଡି ମେରା ଯୁବ ଭାରତର ଜାତୀୟ ଯୁବ ସ୍ୱେଚ୍ଛାସେବୀ (ଏନ.ୟା. ଭି) ଗୋବିନ୍ଦ ବାଗଙ୍କ ସଂଯୋଜନା ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ପି.ପଦ୍ମିନୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁବ ଅଧିକାରୀ (ଡି.ୟା.ଓ) ବଂଶ ଶର୍ମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଅଧ୍ୟାପକ ମାନସ ରଞ୍ଜନ ରଥ ଏବଂ କଳାହାଣ୍ଡିର ବିଶିଷ୍ଟ ଯୁବ ନେତା ଶମ୍ଭୁ ବିଶି ସାଧନ କର୍ମୀ (Resource Person) ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଉପସ୍ଥିତ ଅତିଥି ଓ ସାଧନ କର୍ମୀମାନେ ନିଶା ସେବନର ଭୟାବହତା ସମ୍ପର୍କରେ ଆଲୋକପାତ କରିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । ‘ନିଶାମୁକ୍ତ ଭାରତ ଅଭିଯାନ’ଅଧୀନରେ ପରିବର୍ତ୍ତନର ବାହକ ସାଜିବା ଏବଂ ମାଇ ଭାରତ ମାଧ୍ୟମରେ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ଛାତ୍ରଛାତ୍ରୀମାନେ ସଂସଦୀୟ ଢାଞ୍ଚାରେ ଆୟୋଜିତ ଆଲୋଚନା ଚକ୍ରରେ ଉତ୍ସାହର ସହ ଅଂଶଗ୍ରହଣ କରି ଯୁବ ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରୁ ନିଶା ନିବାରଣ ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପରିଶେଷରେ ଏକ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଶପଥ ପାଠ କରାଯିବା ସହ ଅତିଥି,ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାଟି ସାଙ୍ଗ କରାଯାଇଥିଲା ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସଙ୍କ ଜନ୍ମ ଦିବସ ପାଳନ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

Leave a Comment

error: Content is protected !!