ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସଙ୍କ ଜନ୍ମ ଦିବସ ପାଳନ

କୋକସରା,୨୯/୦୬ // ଆଜି ହେଉଛି ବିଜୁ ଜନତା ଦଳର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଙ୍କ ଜନ୍ମ ଦିବସ । ଏହି ଦିବସକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାରୱ।ଡି ଯୁବାମଞ୍ଚ ଶାଖା ପକ୍ଷରୁ ଲଡୁଗାଁ ଆଶ୍ରମରେ ଅସହାୟ ଗରିବ ଶ୍ରେଣୀର ମହିଳାଙ୍କୁ ଛତା ପ୍ରଦାନ ସହ ମିଠା ଖୁଆଇ ଜନ୍ମ ଦିବସ ପାଳନ କରାଯାଇଛି । ପରେ ସୁନାମାଲ ଅଙ୍ଗନୱାଡି କେନ୍ଦ୍ରରେ ମହିଳା,ଶିଶୁକୁ ଫଳ ମିଠା ଦେଇ ପରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ଓ ମିଠା ଦେଇ ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ମାରୱ।ଡି ଯୁବାମଞ୍ଚ ଲଡୁଗାଁର ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ଗୌତମ ଅଗ୍ରୱାଲ, ପ୍ରିନ୍ସ ଅଗ୍ରୱାଲ, ବିକ୍କି ଅଗ୍ରୱାଲ, ଗଣେଶ ଅଗ୍ରୱାଲ, ସଞ୍ଜୟ ସିଙ୍ଘଲ, ବିବେକ ତାୟଲ, କେଶବ ଗୋୟଲ, ବିକାଶ ଅଗ୍ରୱାଲ ଉପସ୍ଥିତ ଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଗରିମା ପରିବାର ର ବୃକ୍ଷରୋପଣ 

ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

Sunil Chandra Nayak

Leave a Comment

error: Content is protected !!