ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସର ଉଦ୍ୟମରେ ରଥଯାତ୍ରା ସମୟରେ ଜନସେବା

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସର ଉଦ୍ୟମରେ ପ୍ରତିବର୍ଷ ପବିତ୍ର ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି। ଆଜକୁ ପ୍ରାୟ ଦଶ ବର୍ଷ ଧରି ବିଭିନ୍ନ ଉତ୍ସବରେ ଜନସେବା କାର୍ଯ୍ୟ ହାତକୁ ନିଆଯିବା ସହିତ ଏଥିରେ ସମସ୍ତ ସଦସ୍ୟ ସକ୍ରିୟ ରହି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଥାନ୍ତି। ଚଳିତ ମାସ ରଥଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ, ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏଥିରେ ମନୋଜ କୁମାର ମହାପାତ୍ର, ଅମିତ ଅଗ୍ରୱାଲ,ରୋହନ ଖେତାନ, ଦୀପକ ଅଗ୍ରୱାଲ, ନୀକୁଞ୍ଜ ଦତ୍ତା, ଆକାଶ ଅଗ୍ରୱାଲ, ପୂର୍ବ ଅଗ୍ରୱାଲ, ସୂର୍ଯ୍ୟ ପୃଷ୍ଟି, ସୁଶିଲ ଅଗ୍ରୱାଲ, ପ୍ରୀତମ ସାହୁ,ଅଭିଲାଷ ବଂଶଲ ପ୍ରମୁଖ ସହଯୋଗ କରିଥିଲେ। ଚଳିତ ଥର ମାଉସୀ ମା ମନ୍ଦିରରେ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରାଯାଇଥିଲା ବୋଲି ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସ ମାଲିକ ପକ୍ଷରୁ ଜଣାଯାଏ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

Intellect & Talent Award observed by 42 Mouza Bikash Parisad.

masiha

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

Sunil Chandra Nayak

Leave a Comment

error: Content is protected !!