ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ  

ରୁପ୍ରା, ୩୦/୬ (ମନିସ) : ନର୍ଲା ବ୍ଳକ୍ ଅନ୍ତର୍ଗତ ନିଶାନପୁର ପଞ୍ଚାୟତର SHG ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ନର୍ଲା ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ୍ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କୁ ନେଇ ଆଜି ପଞ୍ଚାୟତ ପଛପଟ ପଡିଆରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ବିପିସି ନର୍ଲା ରୋହିତ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ମହାଶକ୍ତି ଫେଡେରେସନ ସଭାପତି ସଙ୍ଗୀତା ଭୋଇ, ସମ୍ପାଦକ ବିନ୍ଦୁଲତା ସାମଲ ପ୍ରମୁଖ ଯୋଗଦାନ କରିଥିଲେ। GPLF, MBK ଓ ସମସ୍ତ CRP ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିପିସି ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଅତଡ଼ା ହାଇ ସ୍କୁଲ,ରାୟଗଡ଼ା ରେ ଶିକ୍ଷା କ୍ଷେତ୍ରରେ ଅଭିଭାବକ ମାନଙ୍କ ଭାଗୀଦାରିତା ଶୀର୍ଷକ କର୍ମଶାଳା

Sunil Chandra Nayak

ବିଭାଗ ଓ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

masiha

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!